ଫେରିଗଲା ମୌସୁମୀ ; ଏବେ ପାଗ ରହିବ ଶୁଖିଲା
1/10/2018 at 6:30 PM

ଭୁବନେଶ୍ୱର ୧/୧୦ : ଛାଡି ଚାଲିଗଲା ମୌସୁମି । ଏଣିକି ରାଜ୍ୟରେ ମୌସୁମି ପ୍ରଭାବ ଜନିତ ବର୍ଷାର ପ୍ରଭାବ ଶେଷ ହେବାନେଇ ସୁଚନା ଦେଇଛି ପାଣିପାଗ ବିଭାଗ । ତେବେ କାଁ ଭାଁ କାଳବୈଶାଖି ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ସୁଚନା ଦେଇଛି ପାଣିପାଗ ବିଭାଗ । ସେପଟେ ଆଗାମି ୬ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ବିଶେଷ ସୁଚନା ନ ଥିବା ବେଳେ ଆଗାମି ୨୪ ଘଣ୍ଟା ରେ ଦକ୍ଷିଣ ଓ ଉପକୁଳ ଓଡିଶାର ଗୋଟାଏ ବା ଦୁଇଟି ସ୍ଥାନରେ କାଳବୈଶାଖି ଜନିତ ବର୍ଷା ହେବାର ସମ୍ଭାବନା ରହିଥିବା ସୁଚନା ଦେଇଛି ବିଭାଗ । ତେବେ ଚଳିତ ମୌସୁମିରେ ରାଜ୍ୟରେ ୧୦ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ,୧୯ଟିରେ ସ୍ବାଭାବିକ ଓ ଗୋଟିଏ ଜିଲ୍ଲାରେ ସ୍ବାଭାବିକ ଠାରୁ କମ ବର୍ଷା ହୋଇଥିବା ସୁଚନା ଦେଇଛି ପାଣିପାଗ ବିଭାଗ ।