ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ୩୧୦ତମ ବଂଶଧର ଏବେ ରାଜସ୍ଥାନର ରାଜପାରିବାରରେ ! ଭେଟୁଛନ୍ତି ବହୁ ସେଲିବ୍ରିଟି ଷ୍ଟାର… ଜାଣନ୍ତୁ ଏହି ରାଜ ପରିବାର ସମ୍ପର୍କରେ

Published By : Prameya-News7 Bureau | September 18, 2018 IST

ଜୟପୁର ୧୮|୯: ଆମ ଦେଶରେ ରାଜାମାନେ ନିଜର ମାନ ମର୍ଯ୍ୟାଦା ପାଇଁ ପରିଚିତ । ଯେତେବେଳେ ରାଜା ଏବଂ ରାଜପରିବାରର କଥା ଆସେ ଆମ ଆଖି ଆଗରେ ସେମାନଙ୍କର ବିଳାସପୂର୍ଣ୍ଣ ଜୀବନ ଏବଂ ଚାଲିଚଳନ ଆସିଯାଇଥାଏ । ୧୦ ଅଗଷ୍ଟ ୧୯୪୭ ମସିହାରେ ଯେତେବେଳେ ଆମ ଦେଶ ଇଂରେଜମାନଙ୍କଠାରୁ ସ୍ବାଧୀନ ହେଲା ସେତେବେଳଠୁ ରାଜତନ୍ତ୍ରକୁ ଉଠାଇଦିଆଯାଇଥିଲା । ମାତ୍ର ଏସବୁ ସତ୍ତ୍ବେ ଆଜିବି କେତେକ ରାଜ ପରିବାର ଅଛନ୍ତି ସେମାନେ ତାଙ୍କ ମାନ ମର୍ଯ୍ୟାଦା ପାଇଁ ଜଣାଶୁଣା । ସେଠାକାର ଲୋକ ମଧ୍ୟ ସେମାନଙ୍କୁ ଆଜି ବି ତାଙ୍କୁ ରାଜା ବୋଲି ମାନିବା ସହିତ ରାଜପରିବାରକୁ ସେତିକି ସମ୍ମାନ ମଧ୍ୟ ଦେଉଛନ୍ତି । ଯଦି ରାଜପରିବାରର କଥା କହିବା ତେବେ ସର୍ବ ପ୍ରଥମେ ଜୟପୁର ରାଜପରିବାରର ନାଁ ଆସିଥାଏ । ଗତ ବର୍ଷ ଜୟପୁରର ମହାରାଣୀ ପଦ୍ମିନୀ ଦେବୀ ଏକ ଇଂଗ୍ରାଜୀ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ପରେ ଜୟପୁରର ରାଜପରିବାର ଚର୍ଚ୍ଚାକୁ ଆସିଥିଲା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା । ୧୯୧୨ ମସିହା ଅଗଷ୍ଟ ୨୧ ତାରିଖରେ ଜନ୍ମ ହୋଇଥିବା ମହାରାଜା ମାନସିଂହ ତିନି ଥର ବିବାହ କରିଥିଲେ । ସେ ପ୍ରଥମ ବିବାହ ୧୨ ବର୍ଷ ବୟସରେ ଯୋଧପୁରର ମରୁଧର କଓ୍ବଂରଙ୍କ ସହ, ଦ୍ବିତୀୟ ବିବାହ ମରୁଧର କଓ୍ବଂରଙ୍କ ଝିଆରୀ କିଶୋର କଓ୍ବଂରଙ୍କ ସହ ଏବଂ ତୃତୀୟ ବିବାହ ଗାୟତ୍ରୀ ଦେବୀଙ୍କ ସହ କରିଥିଲେ । ମହାରାଜା ସଓ୍ବାଇ ମାନସିଂହ ଏବଂ ତାଙ୍କ ପତ୍ନୀ ମରୁଧର କଓ୍ବଂରଙ୍କ ପୁଅ ଭବାନୀ ସିଂହଙ୍କ ବିବାହ ରାଜକୁମାରୀ ପଦ୍ମିନୀଙ୍କ ସହ ହୋଇଥିଲା । ସେ ଗତ ବର୍ଷ ରାଜପରିବାର ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ । ସାକ୍ଷାତକାର ଦେଇ ଜୟପୁରର ମହାରାଣୀ ପଦ୍ମିନୀ ଦେବୀ ଏହି ମନ୍ତବ୍ୟ ଦେଇଥିଲେ ଯେ ଭଗବାନ ଶ୍ରୀରାମଙ୍କ ପୁତ୍ର କୁଶଙ୍କ ପରିବାରର ସେମାନେ ବଂଶଧର । ତାଙ୍କ ସ୍ବାମୀ ଭବାନୀ ସିଂହ କୁଶଙ୍କର ୩୦୯ତମ ବଂଶଧର । ମହାରାଜା ଭବାନୀ ସିଂହ ଏବଂ ପଦ୍ମିନୀଙ୍କର କେହି ପୁତ୍ର ନାହାଁନ୍ତି । ଏକମାତ୍ର ଝିଅ ଅଛି । ତାଙ୍କ ଝିଅ ଦିୟାର ବିବାହ ନରେନ୍ଦ୍ର ସିଂଙ୍କ ସହ ହୋଇଛି । ବର୍ତ୍ତମାନ ଦିୟା ସଓ୍ବାଇ ମଧପୁରରୁ ବିଜେପି ବିଧାୟକ ଅଛନ୍ତି । ଭବାନୀ ସିଂହଙ୍କର କେହି ପୁତ୍ର ନଥିବାରୁ ସେ ତାଙ୍କ ଝିଅ ଦିୟାଙ୍କ ପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଭବାନୀ ସିଂହଙ୍କ ମୃତ୍ୟୁ ପରେ ଦିୟା କୁମାରୀଙ୍କ ବଡ ପୁଅ ପଦ୍ମନାଭ ସିଂହଙ୍କ ରାଜତିଲକ କରାଗଲା । ଏହାପରେ ତାଙ୍କ ସାନ ଭାଇ ଲକ୍ଷରାଜ ସିଂହ ରାଜ ସିଂହାସନରେ ବସିଥିଲେ । ଗାୟତ୍ରୀ ଦେବୀଙ୍କର ପୁଅ ଜଗତ ସିଂହ ଥାଇଲ୍ୟାଣ୍ଡର ରାଜକୁମାରୀ ପ୍ରିୟନନ୍ଦନାଙ୍କ ସହ ବିବାହ କରିଥିଲେ । ମାତ୍ର ପରେ ଦୁହେଁ ଅଲଗା ହୋଇଯାଇଥିଲେ । ରାଜ ପରିବାରର ଅସ୍ତିତ୍ବ ଯଦିଓ ଆଜି ଆଉ ନାହିଁ ମାତ୍ର ଜରପୁର ରାଜପରିବାର ଆଜିବି ଏହାକୁ ଧରି ରଖିଛନ୍ତି । ପ୍ରାୟତଃ କେତେକ ବଲିଉଡ୍ ଷ୍ଟାର ତାଙ୍କ ପରିବାରକୁ ଭେଟିବା ପାଇଁ ଯାଇଥାନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ଭେଟିବାକୁ ଯାଇଥିଲେ ଜୟପୁର ରାଜାଙ୍କ ପରିବାରକୁ । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଭଳି ନାମୀଦାମୀ ଅଭିନେତ୍ରୀ ମଧ୍ୟ ମହାରାଣୀ ପଦ୍ମିନୀଙ୍କୁ ଭେଟିବା ପାଇଁ ତାଙ୍କ ପ୍ୟାଲେସକୁ ଯାଇଥାନ୍ତି । ମହାରାଣୀ ପଦ୍ମିନୀ ଏବଂ ତାଙ୍କ ରାଜପରିବାରକୁ ଭେଟିବାକୁ କେବଳ ବଲିଉଡ୍ ଷ୍ଟାର ନୁହେଁ ହଲିଉଡ୍ ଷ୍ଟାର୍ ମଧ୍ୟ ଯାଇଥାନ୍ତି । ତାଙ୍କର ବିଭିନ୍ନ ଉତ୍ସବରେ ହଲିଉଡ୍ ଷ୍ଟାରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ । ମହାରାଣୀ ପଦ୍ମିନୀ ମଧ୍ୟ ସହରରେ ହେଉଥିବା ଛୋଟ ବଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହୋଇ ଯାଇଥାନ୍ତି । ପଦ୍ମିନୀଙ୍କ ନାତି ତଥା ଦିୟା କୁମାରୀଙ୍କ ପୁତ୍ର ଜୟପୁରର ରାଜା ପଦ୍ମନାଭ ସିଂହ ଇଣ୍ଡିଆ ପୋଲ ଟିମ୍ ର ଖେଳାଳୀ । ତାଙ୍କୁ ରାଜପରିବାରର ରୟାଲ ଉତ୍ସବରେ ଦେଖିବାକୁ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.