ରୋବର୍ଟ ସୃଷ୍ଟି କଲା ବିଶ୍ବ ରେକର୍ଡ, ମାତ୍ର ୧୯.୮୭ ସେକେଣ୍ଡରେ ଶେଷ କଲା ୧୦୦ମିଟର ଦୌଡ

Published By : Prameya-News7 Bureau | December 18, 2023 IST

ନୂଆଦିଲ୍ଲୀ ୧୮।୧୨: ଦ୍ରୁତଗତିରେ ବଦଳୁଛି ଦୁନିଆ  । ଟେକ୍ନୋଲୋଜି ସାହାଯ୍ୟରେ ଲୋକମାନେ ଏପରି ଜିନିଷ ଉଦ୍ଭାବନ କରୁଛନ୍ତି ଯାହା ଆଶ୍ଚର୍ଯ୍ୟ କରୁଛି । ଏବେ ସାମ୍ନାକୁ ଆସିଛି ଏକ ରୋବର୍ଟ । ଯିଏକି ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ବାସ୍ତବରେ ଏହି ରୋବର୍ଟଟି ଦକ୍ଷିଣ କୋରିଆ ଦ୍ୱାରା ପ୍ରସ୍ତୁତ ।

{"id":884421,"width":838,"height":629,"sizeSlug":"full","linkDestination":"none"}

ଦକ୍ଷିଣ କୋରିଆର ଡେଜିଆନ୍‌ ସ୍ଥିତ କୋରିଆ ଆଡଭାନ୍ସଡ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଡାଇନାମିକ୍ ରୋବଟ୍ କଣ୍ଟ୍ରୋଲ୍ ଏବଂ ଡିଜାଇନ୍ ଲାବୋରେଟୋରୀ ସହଯୋଗରେ ହାଉଣ୍ଡ ନାମକ ଏକ ୪ ଗୋଡ଼ ବିଶିଷ୍ଟ ରୋବଟ୍ ତିଆରି କରିଥିଲା । ଏହି ରୋବଟ୍ ଏକ ରେସ୍‌ରେ ଦୌଡି ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।  

{"id":884422,"width":838,"height":629,"sizeSlug":"full","linkDestination":"none"}

ହାଉଣ୍ଡ ୧୦୦ମିଟର ଦୌଡକୁ ମାତ୍ର ୧୯.୮୭ ସେକେଣ୍ଡରେ ଶେଷ କରିଛି । ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ହାଉଣ୍ଡ ନାମକ ଏହି ରୋବଟ୍ ଘଣ୍ଟାପ୍ରତି ୧୮.୧୨ କିଲୋମିଟର ବେଗରେ ଦୌଡିଥିଲା ​​ଏବଂ ରେସ୍‌ରେ ଥିବା ଅନ୍ୟ ରୋବଟ୍ ଗୁଡ଼ିକୁ ପଛରେ ପକାଇଥିଲା ।

{"id":884424,"width":841,"height":631,"sizeSlug":"full","linkDestination":"none"}

ହାଉଣ୍ଡ ହେଉଛି ଏକମାତ୍ର ରୋବଟ୍ ଯାହା ଦୁନିଆର ଯେକୌଣସି ରୋବଟ୍ ଠାରୁ ଅଧିକ ଦ୍ରୁତ ଗତିରେ ଦୌଡିପାରେ ।  ଏହି ରୋବଟର ଓଜନ ପ୍ରାୟ ୪୫ କିଲୋଗ୍ରାମ । ଏହି ରୋବଟ୍ ଦେଖିବାକୁ ଏକ ବଡ ବୁଲଡଗ୍ ପରି । ଦ୍ରୁତଗତିରେ ଦୌଡିବା ପାଇଁ ଏହାର ଗୋଡକୁ ଡିଜାଇନ୍ କରାଯାଇଛି ।

{"id":884425,"width":839,"height":629,"sizeSlug":"full","linkDestination":"none"}

 ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରୋବର୍ଟ ଦୌଡିବା ସମୟରେ ଶୀଘ୍ର ପଡିଯାଏନି ।  ଏହି ରୋବଟ୍ କେବଳ ଦୌଡିବାରେ ମାହିର ନୁହେଁ ବରଂ ଉଚ୍ଛା ସ୍ଥାନରୁ ମଧ୍ୟ ତଳକୁ ଓହ୍ଲାଇପାରେ । ଏହାବ୍ୟତୀତ ଅତିକମରେ ୩୫ ସେମି ଉଚ୍ଚକୁ ଡେଇଁ ମଧ୍ୟ ପାରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.