ଆପେ ଆପେ ଚାଲେ ଜିନିଷ, ନଜର ଆସନ୍ତିନି କେହି, ଜେଲ୍ରେ ଚାଲେ ଭୂତଙ୍କ ରାଜ୍
23/08/2023 at 2:53 PM

ନୂଆଦିଲ୍ଲୀ ୨୩।୦୮: ଅନେକ ସମୟରେ ଭୂତ କଥା ଶୁଣିବାକୁ ମିଳେ । କିଛି ଏହାକୁ ବିଶ୍ବାସ କରନ୍ତି ତ ଆଉ କିଛି ଅବିଶ୍ବାସ କରନ୍ତି । କିନ୍ତୁ ଏବେ ଜଣେ ବ୍ରିଟିଶ୍ କଏଦୀ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ତାଙ୍କ କହିବା କଥା ହେଉଛି ଏହି କାରାଗାରରେ ଚାଲୁଛି ଭୂତଙ୍କ ରାଜ୍ । ‘HMP ଷ୍ଟୋକେନ୍’ ନାମକ ଜେଲ୍ଟି ରୁଟ୍ଲ୍ୟାଣ୍ଡର ଷ୍ର୍ଟେଟନ୍ ସ୍ଥିତ ଥିବା ଏକ ସି-ବର୍ଗ ଜେଲ୍ । ଯେଉଁଥିରେ ରହିପାରିବେ ୧୦୫୬ କଏଦୀ । ଆଉ ଏମାନଙ୍କ ମଧ୍ୟରୁ ଜଣେ କଏଦୀ ଜେଲ୍ରେ ଭୂତ ଥିବା ଦାବି କରିଛନ୍ତି ।

ବ୍ରିଟିଶ କଏଦୀଙ୍କ କହିବା କଥା ହେଉଛି ଯେଉଁ କୁଖ୍ୟାତ କାରାଗାରରେ କେବେ ପୂର୍ବତନ ଟିଭି ଉପସ୍ଥାପିକାରୁ କୋକେନ୍ ଡିଲର ପାଲଟିଥିବା ଜନି ବାଂନଙ୍କୁ ରଖାଯାଇଥିଲା । ଆଉ ଜେଲର ସେହି କୋଠରୀରେ ହିଁ ଆତ୍ମା ବୁଲୁଛି । ଏମିତିକି ଏଠାରେ ଜିନିଷଗୁଡିକ ଆପେ ଆପେ ଚାଲୁଛି ।

କଏଦୀଙ୍କ କହିବା କଥା ହେଉଛି ୧୬ମାସ ପୂର୍ବରୁ ସେ ଏହି ଜେଲ୍କୁ ଆସିଥିଲେ । ଆଉ ସେବେଠାରୁ ବହୁତ ଅଲୌକିକ ଘଟଣା ଦେଖିବାକୁ ମିଳୁଛି । ସେ କହିଛନ୍ତି କି ମତେ ବିଶ୍ବାସ କରନ୍ତୁ ଏହି ଜେଲ୍ରେ ଆପେ ଆପେ ଜିନିଷ ଚାଲୁଥିବାର ଦେଖିଛି । ସେ ଆହୁରି କହିଛନ୍ତି କି, ‘ଜେଲ କୋଠରୀରେ ଅଦୃଶ୍ୟ ଶକ୍ତିମାନେ ମୋ କମ୍ବଳକୁ ଟାଣି ନେଇଥିଲେ । ରାତିସାରା ମୋବାଇଲ୍ ଫୋନ୍ ବାଜିଥିଲା ।

ଆଉ କୋଠରୀର ବେଲ୍ ଆପେ ଆପେ ଅସଂଖ୍ୟ ଥର ବାଜିବାକୁ ଲାଗିଥିଲା ।ଯେଉଁଥିରେ ରୁମ୍ ପୂରା କମ୍ପି ଉଠୁଥିଲା । ଏତେ ପରେ ବି ଜେଲ୍ର କୋଠରୀ ଭିତରେ କେହି ନଜର ଆସିନଥିଲେ । ତେବେ କଏଦୀ ଜଣ ସ୍ବୀକାର କରିଛନ୍ତି କି ତାଙ୍କ ଭୂତ ଥିବା ଦାବିକୁ ଜେଲ କର୍ମଚାରୀ ‘ମାନସିକ ସ୍ୱାସ୍ଥ୍ୟ ସମସ୍ୟା’ ରୂପେ ଉପସ୍ଥାପିତ କରିଥିଲେ ।

ବାସ୍ତବରେ ‘HMP ଷ୍ଟୋକେନ୍’ ଜେଲ୍ ଚଳାଉଥିବା ବ୍ୟକ୍ତି ନିଲ୍ ଥୋମାସ୍, ଯିଏକି ତିନି ବର୍ଷ ପୂର୍ବେ ଚର୍ଚ୍ଚ ଅଫ୍ ଇଂଲଣ୍ଡ ଦ୍ବାରା ପୋଷ୍ଟ କରାଯାଇଥିବା ୟୁଟ୍ୟୁବରେ ଜେଲ ଭିତରେ ଏକ ପ୍ରାର୍ଥନା ଅଧିବେଶନରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଯାହା ଏହି ହଣ୍ଟେଡ୍ ଜେଲ୍ କଥାକୁ ସତ ହୋଇଥିବା କିଛି ମାତ୍ରାରେ ଦର୍ଶାଇଥାଏ ।

ଜେଲଟିକୁ ୧୯୫୦ରୁ ୧୯୮୦ ଦଶକରେ ଏକ ଚାଷ ଜମି ଭାବେ ବ୍ୟବହାର କରାଯାଉଥିଲା । ଯେଉଁଠାରେ ଜଣେ ମହିଳା ଧଳା ପୋଷାକରେ ଏବଂ ଜଣେ ବ୍ୟକ୍ତି ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ବୋଧହୁଏ ଏହାକୁ ଶୁଣି ବ୍ୟକ୍ତି ଜଣକ ଏପରି କହୁଛନ୍ତି । ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ତାହା ଅସ୍ପଷ୍ଟ ।
You Can Read: