ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଖୁବ୍‌ ଶୀଘ୍ର ବାପା ହେବେ ଟିମ୍‌ ଇଣ୍ଡିଆର ଏହି କ୍ରିକେଟର, ଫଟୋ ସେୟାର କରି ଗୁଡ ନ୍ୟୁଜ୍‌ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

12/06/2022 at 10:40 AM

ମୁମ୍ବାଇ ୧୨।୦୬ : ଭାରତୀୟ ଦଳର ଖେଳାଳି ବିନୟ କୁମାର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। ୨୦୧୩ ରେ ଟିମ୍ ଇଣ୍ଡିଆ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । କିନ୍ତୁ ବର୍ତ୍ତମାନ ବିନୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କ ପତ୍ନୀ ରିଚା ଖୁବ୍‌ ଶୀଘ୍ର ସନ୍ତାନକୁ ଜନ୍ମ ଦେବାକୁ ଯାଉଚନ୍ତି । ବିନୟ ଶୀଘ୍ର ପିତା ହେବେ । ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଛନ୍ତି।

ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟରରେ ଏକ ଫଟୋ ସେୟାର କରିଛି। ସେଥିରେ ବିନୟ କୁମାର ତାଙ୍କ ପତ୍ନୀ ରିଚା ସିଂଙ୍କ ସହ ନଜର ଆସିଛନ୍ତି। ଯେଉଁଥିରେ ବିନୟ ସହ ତାଙ୍କ ପତ୍ନୀ ରିଚା ବେବି ବମ୍ପ ସହ ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସ ଟ୍ୱିଟ୍ କରି ପ୍ରଶଂସକଙ୍କୁ ଏହି ସୂଚନା ଦେଇଛି। ଏହା ଦେଖିବା ପରେ ରିଚା ଏବଂ ବିନୟଙ୍କୁ ତାଙ୍କ ଫ୍ୟାନ୍ସ ଫଲୋର୍ସମାନେ ଅଭିନନ୍ଦନ ଜଣାଇଛି।

କହିବାକୁ ଗଲେ ବିନୟ ଟିମ୍‌ ଇଣ୍ଡିଆ ପାଇଁ ୩୧ଟି ODI ଖେଳିଛନ୍ତି । ଏହି ସମୟରେ ସେ ୩୮ ୱିକେଟ୍ ନେଇଥିଲେ। ନଭେମ୍ବର ୨୦୧୩ରେ ବିନୟ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବିନୟ ତାଙ୍କର ଶେଷ ଆଇପିଏଲ୍ ସିଜନରେ କୋଲକାତା ନାଇଟ୍ ରାଇଡର୍ସର ଏକ ଅଂଶ ଥିଲେ ।

   Related Posts