ସୋସିଆଲ ମିଡିଆରେ ଭାଇରାଲ ଫଟୋ ପଛର କାହାଣୀ, ସତ ଲୁଚାଇବାକୁ ସାଙ୍ଘାତିକ କାରନାମା

Published By : Prameya-News7 Bureau | December 17, 2019 IST

ନୂଆଦିଲ୍ଲୀ୧୭/୧୨: ନାଗରିକତା ସଂଶୋଧନ ବିଲକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ପ୍ରଦର୍ଶନକାରୀଙ୍କୁ କାବୁ କରିବା ଲାଗି ପୋଲିସ ମଧ୍ୟ ଲାଠି ଚାର୍ଜ କରିଛି। ଏ ନେଇ ପୂରା ଦେଶରେ ହଟଚମଟ ସୃଷ୍ଟି ହୋଇଛି। ଏପରି କି ନାଗରିକତା ସଂଶୋଧନ ବିଲକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ପୋଷ୍ଟ ଶେୟାର ହେଉଛି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବ। ବୁର୍ଖା ପିନ୍ଧା ଜଣେ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହିଳାଙ୍କ ବେଶରେ ଜଣେ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋକୁ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଶେୟାର କରାଯାଇଛି। ପ୍ରକୃତ କଥା ହେଉଛି ଏହି ଫଟୋ ଦିଲ୍ଲୀର ନୁହେଁ, ସୋମାଲିୟାର ଏହି ଫଟୋ।

ଏହି ଫଟୋର କ୍ୟାପ୍ସନରେ ଲେଖାଥିଲା ଯେ, ‘ଯାହାକୁ ସଲମା ଭାବୁଥିଲେ, ସେ ସଲିମ୍‌ ନିକ୍‌ଲା’। ଏକ ଜାତୀୟ ଗଣାମାଧ୍ୟମର ତନାଘନା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ସୋମାଲିୟାର ରାଜଧାନୀ ମୋଗାଦୀଶୁର ଏହି ଫଟୋ। ଏହି ବ୍ୟକ୍ତିଙ୍କ ନାଁ ୟେମାନୀ ଶେଖ୍‌ ଉମର। ତାଙ୍କର ବୟସ  ମାତ୍ର ୨୨ ବର୍ଷ। ସେ ୟମନରେ ରହନ୍ତି। ସେ ନିଜ ଝିଅଙ୍କୁ ଦେଖା କରିବେ ବୋଲି ବୁର୍ଖା ପିନ୍ଧି ମହିଳାଙ୍କ ବେଶରେ ଯାଇଥିଲେ।

ଉମର ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଛାଡପତ୍ର ହେବା ପରେ ପତ୍ନୀ ଓ ଝିଅ ସୋମାଲିୟା ଚାଲି ଯାଇଥିଲେ। ବହୁ ଦିନ ପରେ ଝିଅଙ୍କୁ ଭେଟିବା ପାଇଁ ଉମର ବୁର୍ଖା ପିନ୍ଧି ସୋମାଲିୟା ଯାଇଥିଲେ। ଦୁର୍ଭାଗ୍ୟବଶତଃ ଝିଅକୁ ଦେଖା କରିବା ବେଳେ ପୋଲିସ ଉମରଙ୍କୁ ଗିରଫ କରିଥିଲା। ତାଙ୍କର ତଲାସୀ ମଧ୍ୟ ନେଇ ଥିଲା। ଏହି ସମୟର କେହି ଜଣେ ତାଙ୍କର ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଏହା ପରେ ଉମରଙ୍କୁ ନେଇ ବିଭିନ୍ନ ପ୍ରକାର ମନ୍ତବ୍ୟ ସାମ୍ନାକୁ ଆସିଥିଲା। କେହି କେହି ମନ୍ତବ୍ୟ ଦେଇଥିଲେ ଯେ ନାଗରିକତା ସଂଶୋଧନ ବିଲକୁ ବିରୋଧ କରିବା ପାଇଁ ଏକ ଷଡଯନ୍ତ୍ର। ଆଉ କେହି କେହି ମଧ୍ୟ କହିଥିଲେ ମହିଳାଙ୍କ ବେଶରେ ମୁସଲମାନ ଯୁବକ ପ୍ରତିବାଦ କରୁଛନ୍ତି। ଏଭଳି ଅନେକ କଥା ସାମ୍ନାକୁ ଆସୁଛି। କିନ୍ତୁ ଉମରଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର କଥା ସାମ୍ନାକୁ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.