ନୂଆବର୍ଷରେ ସବୁଠୁ ଅଧିକ ଅର୍ଡର ହୋଇଥିଲା ଏହି ଖାଦ୍ୟ, ଜାଣନ୍ତୁ କ’ଣ...

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଳୀ, ୦୨/୦୧: ନୂଆବର୍ଷ ପାଳନ ପାଇଁ ଲୋକଙ୍କ ମନରେ ଅନେକ ଉତ୍ସାହ ରହିଥାଏ। ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇଥାଏ। ସେଲିବ୍ରେସନ ସହ ଖାଦ୍ୟ ଆସର ମଧ୍ୟ ଜମିଥାଏ। ତେବେ ଚଳିତ ବଷର୍ର୍ ନୂଆବର୍ଷ ଅବସରରେ ଲୋକେ ଅନଲାଇନ୍‌ରୁ ଖୁବ୍ ଖାଦ୍ୟ ଅର୍ଡର କରିଛନ୍ତି।

ଡିସେମ୍ବର ୩୧ ତାରିଖ ସନ୍ଧ୍ୟାରେ ଲୋକେ କେତେ ଖାଦ୍ୟ ଅର୍ଡର କରିଛନ୍ତି ଏହାର ସୂଚନା ଅନଲାଇନ୍ ଫୁଡ୍ ଡେଲିଭରୀ ପ୍ଲାଟଫର୍ମ ସ୍ବିଗୀ ଦେଇଛି। ସ୍ବିଗି ଅନୁଯାୟୀ ଶନିବାର ସନ୍ଧ୍ୟାରେ ଲୋକେ ସବୁଠୁ ଅଧିକ ବିରିୟାନୀ ଏବଂ ପିଜ୍ଜା ଅର୍ଡର କରାଯାଇଥିଲା।

ନୂଆବର୍ଷ ପାଳନ ଅବସରରେ ୩.୫୦ ଲକ୍ଷ ଅର୍ଡର ସହ ବିରିୟାନୀ ସବୁଠୁ ଅଧିକ ମଗାଯାଇଥିବା ଖାଦ୍ୟରେ ସବୁଠୁ ଟପ୍‌ରେ ରହିଛି। ସେହିପରି ସମୁଦାୟ ୨.୫ ଲକ୍ଷ ପିଜ୍ଜା ଅର୍ଡର ମିଳିଥିଲା।

ନୂଆବର୍ଷର ସ୍ବାଗତ ପାଇଁ ୩୧ ଡିସେମ୍ବର ରାତିରେ ରେଷ୍ଟୁରାଣ୍ଟ ଏବଂ ଅନ୍‌ଲାଇନ୍ ଫୁଡ୍ ପ୍ରୋଡକ୍ଟ ଡେଲିଭରିରେ ୩୦-୩୫ ପ୍ରତିଶତ ବୃଦ୍ଧି ହୋଇଛି। ଜୋମାଟୋ, ସ୍ବିଗି ଭଳି ଅନଲାଇନ ପ୍ଲାଟଫର୍ମଠାରୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଅର୍ଡର ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.