ଟ୍ରାଫିକ ନିୟମ କଡାକଡି ହେବା ପରେ ଓଡିଶାରେ ୮, ୮୯, ୦୯୩ ଟି ଡିଏଲ୍ ଆବେଦନ
28/11/2019 at 10:40 PM

ଭୁବନେଶ୍ୱର ୨୮।୧୧ – “ ଡ୍ରାଇଭିଂ ଲାଇସେନ୍ସ ପାଇଁ ସେପ୍ଟେମ୍ୱର ପହିଲାରୁ ନଭେମ୍ବର ୨୪ ଯାଏ ୮, ୮୯, ୦୯୩ ଲୋକ ଆବେଦନ କରିଛନ୍ତି। ଆବେଦନକାରୀଙ୍କ ମଧ୍ୟରୁ ୫, ୨୫, ୯୬୮ଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ମିଳିଛି। ଡିଏଲ୍ ପାଇଁ ୧, ୪୪, ୬୭୫ଜଣ ଆବେଦନ କରିଛନ୍ତି।
୯୫, ୨୬୬ଜଣଙ୍କୁ ଡିଏଲ୍ ମିଳିଛି। ଭୁବନେଶ୍ୱର ଆରଟିଓ-୧ରେ ୬୩, ୦୨୭ ଜଣ ଲର୍ଣ୍ଣିଂ ପାଇଁ ଆବେଦନ କରିଛନ୍ତି। ଲର୍ଣ୍ଣିଂ ଲାଇସେନ୍ସ ପାଇଛନ୍ତି ୪୫, ୩୫୧ ଜଣ ଆବେଦନକାରୀ। ଆରଟିଓ-୧ରେ ଡିଏଲ୍ ପାଇଁ ୧୨, ୫୪୫ ଜଣ ଆବେଦନ କରିଛନ୍ତି, ପାଇଛନ୍ତି ୮୧୦୨। ଭୁବନେଶ୍ୱର ଆରଟିଓ-୨ରେ ଲର୍ଣ୍ଣିଂ ୩୧, ୬୩୭ ଆବେଦନ କରିଛନ୍ତି, ପାଇଛନ୍ତି ୨୪, ୯୮୭। ୭୧୦୯ ଜଣ ଡିଏଲ୍ ଆବେଦନ କରିଛନ୍ତି। ୫୫୦୫ ଜଣ ପାଇଛନ୍ତି।“ ତଥ୍ୟ କହୁଛି ଏବେ ବି ଅନେକ ଲୋକ ବିଭିନ୍ନ ଆରଟିଓରୁ ସେମାନଙ୍କ ଡକ୍ୟୁମେଣ୍ଟସ୍ ପାଇପାରି ନାହାନ୍ତି ।
Related Posts
ପିଥିଣ୍ଡା ଗ୍ରାମରେ ଡାଇରିଆ ଆତଙ୍କ, ୨୨ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
10 August 2022