୩୫ବର୍ଷ ହେବ କେବଳ ହଳଦିଆ ଲୁଗା ପିନ୍ଧୁଛନ୍ତି ଏହି ବ୍ୟକ୍ତି ଜଣକ : କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ
21/01/2019 at 5:30 PM

ଅଲେପ୍ପୋ ୨୧/୧: ଆମ ଦୁନିଆ ବହୁତ ବଡ଼। ପୃଥିବୀରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ବିଚିତ୍ର। କେତେକ ଲୋକ ଏପରି ହୋଇଥାନ୍ତି ଯେଉଁମାନେ ଅନ୍ୟମାନଙ୍କଠୁ କିଛି ଭିନ୍ନ କରିବାକୁ ଚାହିଁଥାନ୍ତି। ଆଜି ଆମେ ଜାଣିବା ଏପରି ଏକ ବ୍ୟକ୍ତିଙ୍କ ବିଷୟରେ ଯିଏ ସମସ୍ତଙ୍କଠୁ ଭିନ୍ନ ଦେଖାଯିବା ପାଇଁ ୩୫ବର୍ଷ ହେବ କେବଳ ହଳଦିଆ ପୋଷାକ ପିନ୍ଧୁଛନ୍ତି।
ଏହି ବ୍ୟକ୍ତିଙ୍କ ନାଁ ଅବୁ ଜୁକୁର ଯାହାକୁ ୟେଲୋମ୍ୟାନ ଭାବେ ମଧ୍ୟ ଜଣାଯାଏ। ଏହି ବ୍ୟକ୍ତି ଜଣକ ସିରିଆର ଅଲେପ୍ପୋ ସହରରେ ବାସ କରନ୍ତି। ଏହି ୟେଲୋ ମ୍ୟାନ୍ ୧୯୮୩ମସିହା ଜାନୁୟାରୀ ୨୫ତାରିଖରୁ ହଳଦିଆ ପୋଷାକ ପିନ୍ଧିବା ଆରମ୍ଭ କରିଥିଲେ। ଅବୁଙ୍କ କହିବା ମୁତାବକ ହଳଦିଆ ରଙ୍ଗ ପ୍ରେମର ପ୍ରତୀକ ଅଟେ।

କେବଳ ପୋଷାକ ନୁହଁ ତାଙ୍କ ସବୁ ଜିନିଷ ହଳଦିଆ। ଅବୁଙ୍କୁ ହଳଦିଆ ରଙ୍ଗ ଏତେ ଭଲ ଲାଗିଥାଏ ଯେ ସେ କେବଳ ହଳଦିଆ ଜିନିଷ ବ୍ୟବହାର କରିଥାଆନ୍ତି।
ଯଦି ତାଙ୍କୁ ହଳଦିଆ ରଙ୍ଗର ଜିନିଷ ମିଳି ନଥାଏ ତେବେ ସେ ଜିନିଷକୁ ହଳଦିଆ ରଙ୍ଗ ବୋଳି ଦିଅନ୍ତି। ତାଙ୍କ କହିବା ଅନୁସାରେ ସେ ଅନ୍ୟ ପୋଷାକ ପିନ୍ଧିଲେ ତାଙ୍କୁ ଭଲ ଲାଗି ନଥାଏ। ଏହି ହଳଦିଆ ରଙ୍ଗ ଦ୍ବାରା ସେ ପୂରା ସମାଜରେ ପ୍ରେମର ବାର୍ତ୍ତା ଦେବାକୁ ଚାହାନ୍ତି।

ସେ ଅନ୍ୟ କୈାଣସି ରଙ୍ଗ ବିଷୟରେ ଭାବିବାକୁ ବି ଚାହାନ୍ତି ନାହିଁ। ସୂଚନା ଅନୁସାରେ ଅବୁଙ୍କୁ ସିରିଆର ସାମରିକ ବାହିନୀ ପିଟିଥିଲା। ସେମାନଙ୍କୁ ଲାଗିଥିଲା ଯେ ଅବୁ କୈାଣସି ଆତଙ୍କବାନ ସଙ୍ଗଠନ ସହ ଜଡ଼ିତ। ଏଥିପାଇଁ ହଳଦିଆ ପୋଷାକ ପିନ୍ଧନ୍ତି।
