ଏହି ଇସ୍ଲାମିକ୍ ଦେଶରେ ବିବାହ ଲାଗି କୁଆଁରୀ ଝିଅଙ୍କୁ ମିଳୁ ନାହାନ୍ତି ପୁଅ, ଜାଣନ୍ତୁ କେଉଁଠି

Published By : Prameya-News7 Bureau | August 26, 2019 IST

ବିଶ୍ୱର ଇସ୍ଲାମିକ ଦେଶଙ୍କ ମଧ୍ୟରେ ମିଳିତ ବ ଏମିରେଟ୍ ସବୁଠୁ ଅମୀର ଦେଶ। ହେଲେ ଦେଶ ଯେଉଁ ଗୁରୁତର ସମସ୍ୟାରସମ୍ମୁଖୀନ ହୋଇଛି ତାହା ହେଉଛି ବିବାହ ସଂକଟ। ଦେଶରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ଅଧୁକ । ଏଣୁ ସରକାର ପୁରୁଷଙ୍କ ଦ୍ୱିତୀୟ ବିହାକୁ ଏଠାରେ ପ୍ରୋତ୍ସାହନ ଦେଉଛନ୍ତି। ଯେଉଁ ପୁରୁଷ ଦ୍ୱିତୀୟ ବିବାହ କରୁଛନ୍ତି ସେମାନଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଯୋଗାଇଦେଉଛନ୍ତି ସରକାର।

{"id":149147}

ୟୁଏଇରେ ଅବିବାହିତ ଯୁବତୀଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି। ଏଣୁ ଦ୍ୱିତୀୟ ବିବାହ କରିବାକୁ ଆଗ୍ରହୀ ପୁରୁଷଙ୍କୁ ଦ୍ୱିତୀୟ ପତ୍ନୀଙ୍କ ଲାଗି ଶେଖ ଜାୟଦ ହାଉସିଂ ଯୋଜନାରେ ଅତିରିକ୍ତ ଆବାସ ଭତ୍ତା ମଧ୍ୟ ମିଳିବ ବୋଲି ଭିତ୍ତିଭୂମି ବିକାଶ ମନ୍ତ୍ରୀ ଡା. ଅବଦୁଲ୍ଲା ବୈଲହେଫ ଅଲ-ନୁଇମୀ ଘୋଷଣା କରିଛନ୍ତି। ଫେଡେରାଲ ନ୍ୟାସନାଲ କାଉଁସିଲ ଅଧିବେଶନରେ ଦେଶର ଅବିବାହିତ ଯୁବତୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ବେଳେ ମନ୍ତ୍ରୀ ଏହି ଘୋଷଣା କରିଥିଲେ।

{"id":149148,"width":578,"height":481}

ତେବେ ଦ୍ୱିତୀୟ ବିବାହ ଲାଗି ସରକାର କିଛି ସର୍ତ୍ତମଧ୍ୟ ରଖିଛନ୍ତି।  ଏଥିଲାଗି କେହି ନିଜର ପ୍ରଥମ ପତ୍ନୀଙ୍କୁ ତଲାକ ଦେଇପାରିବେ ନାହିଁ। ସେହିପରି ଦ୍ୱିତୀୟ ବିବାହ ଲାଗି ପ୍ରଥମ ପତ୍ନୀଙ୍କ ଅନୁମତି ମଧ୍ୟ ବାଧ୍ୟତା ମୂଳକ  କରାଯାଇଛି। ୟୁଏଇର ମୋଟ ଜନସଂଖ୍ୟା ୯.୪୯ ନିୟୁତୁ କିଛି ବେଶି। ଏଥିରୁ ପୁରୁଷଙ୍କ ସଂଖ୍ୟା ୬.୮୭ ନିୟୁତ ଥିବା ବେଳେ ମହିଳାଙ୍କ ଜନ ସଂଖ୍ୟା  ବୃଦ୍ଧି ଏଭଳି ସମସ୍ୟାର କାରଣ ପାଲଟିଛି। ଏଣୁ ଅବିବାହିତ ଯୁବତୀଙ୍କ ବିବାହ ଲାଗି ସରକାର ଦେଶରେ  ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁବାଧ୍ୟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.