ସବୁବେଳେ ରୋଗଗ୍ରସ୍ତ ରହୁଛନ୍ତି କି ? ତେବେ ଖାଆନ୍ତୁ ଏହି ଜିନିଷ ,ନିମିଷକେ ରୋଗ ହେବ ଦୂର
3/11/2019 at 12:01 PM

ସଜନା ଗଛ ଏକ ଅତ୍ୟନ୍ତ ଉପଯୋଗୀ ଗଛ ଅଟେ। ଏହି ଗଛର ବିଭନ୍ନ ଭାଗ ଅନେକ ପ୍ରକାରର ପୋଷକ ତତ୍ତ୍ବରେ ଭରପୂର ଥାଏ ଏବଂ ଏହାକୁ ଅନେକ ପ୍ରକାରର କାର୍ଯ୍ୟ ପାଇଁ ଉପଯୋଗ କରାଯାଇଥାଏ।

୧. ସଜନା ଛୁଇଁ ଆମକୁ ଖୁବ୍ ସହଜରେ ମିଳିଯାଇଥାଏ। ଥଣ୍ଡା,କାଶ ଆଦି ସମସ୍ୟା ହୋଇଥିଲେ ସଜନା ଛୁଇଁ ଖାଇଲେ ଆମକୁ ଏଥିରୁ ଆରାମ ମିଳିଥାଏ। ଏହା ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

୨. ସଜନାରେ ଅଧିକ ମାତ୍ରାରେ ଭିଟାମିନ୍ ସି ଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହା ପାଚନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିଥାଏ।

୩. ଯଦି ଆପଣଙ୍କୁ ଶ୍ବାସପ୍ରଶ୍ବାସରେ ଅସୁବିଧା ହେଉଛି ତେବେ ସଜନା ଖାଇବା ଦ୍ବାରା ଆପଣଙ୍କୁ ଏଥିରୁ ମୁକ୍ତି ମିଳିଥାଏ।

୪. ସଜନା ଆମ ଶରୀରରେ ରକ୍ତକୁ ସ୍ବଚ୍ଛ କରିବାର କାମ କରିଥାଏ ଏବଂ ଯଦି ଆମ ରକ୍ତ ଶୁଦ୍ଧ ହୋଇଥାଏ ତେବେ ଏହା ବ୍ରଣ ଏବଂ ବଥ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

୫. ଯଦି ଆପଣ ମଧୁମେହ ସମସ୍ୟାରେ ଆକ୍ରାନ୍ତ ତେବେ ସଜନା ଆପଣଙ୍କ ପାଇଁ ରାମବାଣ ସାବ୍ୟସ୍ତ ହେବ। ଏହା ଖାଇବାକୁ ବହୁତ ସୁଆଦିଆ ଲାଗିଥାଏ। ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
