ଡ୍ରାଇଭର ଏବଂ ହେଲପରଙ୍କୁ ଏକ କୋଟି ଟଙ୍କାର ଉପହାର ଦେଲେ ଏହି ଅଭିନେତ୍ରୀ

Published By : Prameya-News7 Bureau | October 19, 2019 IST

ମୁମ୍ବାଇ ୧୯/୧୦: ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛୁ ସେ ହେଉଛନ୍ତି ଆଲିୟା ଭଟ୍ଟ। ଆଲିୟା ଭଟ୍ଟ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ। ସେ ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଗ୍ଲାମରସ୍। ଆଲିୟା ଭଟ୍ଟ ବଲିଉଡରେ ନିଜର ଫିଲ୍ମ କ୍ୟାରିୟରର ଆରମ୍ଭ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରୁ କରିଥିଲେ ଏବଂ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିଥିଲା। ଏହା ବ୍ୟତୀତ ଆଲିୟା ଭଟ୍ଟ ବଲିଉଡରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇଛନ୍ତି।

{"id":171763,"width":581,"height":358}

ଆଲିୟା ଭଟ୍ଟ ୧୯୯୩ମସିହା ମାର୍ଚ ୧୫ତାରିଖରେ ଜନ୍ମ ହୋଇଥିଲେ। ମାତ୍ର ୨୬ବର୍ଷ ବୟସରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ଼ ଧରଣର ସଫଳତା ହାସଲ କରିଥିଲେ। ଆଲିୟା ଭଟ୍ଟ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’,‘୨ ଷ୍ଟେଟସ’,‘ରାଜି’ ଏବଂ ‘ବଦ୍ରିନାଥ କି ଦୁଲହନିଆ’ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି।

{"id":171764,"width":572,"height":366}

କୋଟି କୋଟି ଟଙ୍କା ଆୟ କରୁଥିବା ଆଲିୟା ଭଟ୍ଟ ନିଜ ଚାକରମାନଙ୍କୁ ମଧ୍ୟ ନିଜ ଘରର ସଦସ୍ୟ ମାନିଥାଆନ୍ତି। ଆଲିୟା ଭଟ୍ଟ ତାଙ୍କ ଡ୍ରାଇଭର ସୁନୀଲ ଏବଂ ହେଲପର ଅମୋଲଙ୍କୁ ଘର କିଣିବା ପାଇଁ ୧କୋଟି ଟଙ୍କାର ଉପହାର ଦେଇଛନ୍ତି। ଆଲିୟା ଭଟ୍ଟ ଏପରି କାମ କରିଥିବା ବଲିଉଡର ଏକ ମାତ୍ର ଅଭିନେତ୍ରୀ।

{"id":171765,"width":583,"height":328}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.