LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବ୍ୟାଙ୍କମାନଙ୍କରେ ଆଜିଠୁ ବଦଳାଯାଉଛି ୨ ହଜାର ଟଙ୍କା ନୋଟ୍, ଜାଣି ନିଅନ୍ତୁ ବଦଳାଇବାର ନିୟମ ଓ ଏକ୍ସଚେଞ୍ଜ ପ୍ରକ୍ରିୟା

23/05/2023 at 5:38 PM

ନୂଆଦିଲ୍ଲୀ ୨୩।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଘୋଷଣା ପରେ ୨୩ ମେ ମଙ୍ଗଳବାରଠାରୁ ସାରା ଦେଶରେ ବ୍ୟାଙ୍କମାନଙ୍କ ଦ୍ୱାରା ୨ହଜାର ଟଙ୍କା ନୋଟ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଶୁକ୍ରବାର ରାତିରେ ଆରବିଆଇ ୨ହଜାର ଟଙ୍କା ନୋଟ୍ ପ୍ରଚଳନରୁ ବାହାର ହେଉଥିବା ନେଇ ଘୋଷଣା କରିଥିଲେ। ଏହି ଘୋଷଣା ପରଠାରୁ ଲୋକେ ଯିଏ ଯାହା ବାଟରେ ଟଙ୍କା ବଦଳାଇବା ଆରମ୍ଭ କରିଦେଇଛନ୍ତି।

୨ ହଜାର ଟଙ୍କା ନୋଟ ବଦଳାଇବାର ପ୍ରକ୍ରିୟା ମଙ୍ଗଳବାର ସାରା ଦେଶରେ ଆରମ୍ଭ ହୋଇଛି।  ସାଧାରଣ ଜନତାଙ୍କୁ ବ୍ୟାଙ୍କ ତାଙ୍କ କାଉଣ୍ଟରରେ ସ୍ୱଭାବିକ ଭାବେ୨ ହଜାର ଟଙ୍କା ନୋଟ ବଦଳାଇବାର ସୁବିଧା ଦେଉଛନ୍ତି। ଜଣେ ବ୍ୟକ୍ତି ଥରକେ ୨୦ ହଜାର ଟଙ୍କାର ନୋଟ୍ ବଦଳାଇ ପାରିବେ। ନୋଟ୍ ବଦଳାଇବା ପାଇଁ ଆପଣ ଆପଣଙ୍କ ବ୍ୟାଙ୍କ ବ୍ରାଞ୍ଚ ବା କୌଣସି ଅନ୍ୟ ବ୍ରାଞ୍ଚକୁ ଯାଇ ୨ ହଜାର ଟଙ୍କାର ୧୦ଟି ନୋଟ୍ ବା ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ। ଏଥିଲାଗି ଆପଣଙ୍କୁ କୌଣସି ଫର୍ମ ପୂରଣ କରିବାକୁ ବା ଆପଣଙ୍କ ଆଇଡି ଦେଖାଇବାକୁ ପଡିବନି।

ଆରବିଆଇଙ୍କ ଗାଇଡଲାଇନ ଅନୁସାରେ ସଧାରଣ ବ୍ୟାଙ୍କ ଗ୍ରାହକ ଥରକରେ ୨ ହଜାରର ୧୦ଟି ନୋଟ୍ ଅର୍ଥାତ ୨୦ ହଜାର ଟଙ୍କା ହିଁ ବଦଳାଇ ପାରିବେ। ଏହି ନୋଟ୍‌କୁ ବିଜନେସ୍‌ କରସପଣ୍ଡେନ୍ସଙ୍କ ମାଧ୍ୟମରେ ମଧ୍ୟ ବଦଳା ଯାଇ ପାରିବ। ଏହି ମାଧ୍ୟମରେ ମାତ୍ର ୪ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳା ଯାଇ ପାରିବ। ତେବେ ଯଦି ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରୁଛନ୍ତି ତେବେ ଏହାର କୌଣସି ସୀମା ନାହିଁ।

କୌଣସି ପ୍ରଚଳିତ ମୁଦ୍ରାକୁ ପ୍ରଚଳନରୁ ବାହାର କରିବାର ନିଷ୍ପତ୍ତି କେନ୍ଦ୍ର ସରକାର ହିଁ ନେଇ ପାରିବେ। ତେବେ ବଜାରରୁ କେତେ ପରିମାଣରେ ନୋଟ୍ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରୁଛି ତାହା ଦେଖିବା ପରେ ଆରବିଆଇ ଏଥି ଲାଗି ସାଧାରଣ ଜନତାଙ୍କୁ ଅଧିକ ସମୟ ମଧ୍ୟ ଦେଇ ପାରନ୍ତି। ଯେଉଁ ପର୍ଯ୍ୟନ୍ତ ୩୦ ସେପ୍ଚେମ୍ବରର କଥା ଉଠୁଛି ସେ ସମୟ ଆସିବା ପରେ ହିଁ ଏ ବାବଦେ ସ୍ପଷ୍ଟ ସୂଚନା ମିଳିପାରିବ। ତେବେ ବିନା ଫର୍ମ ଓ ଚିହ୍ନଟରେ ଟଙ୍କା ବଦଳାଇବା ପ୍ରକ୍ରିୟାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏ ନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଆରବିଆଇଙ୍କୁ ଏ ବାବଦେ ନୂଆ ଗାଇଡଲାଇନ ଜାରି କରିବାକୁ ନିବେଦନ କରାଯାଇଛି।

ଆବେଦନକାରୀ ତାଙ୍କ ପିଟିସନରେ ବହୁପରିମାଣର ୨ ହଜାର ଟଙ୍କା ନୋଟ୍ ଲୋକଙ୍କ ଟ୍ରେଜରୀରେ ଅଥବା ବିଛିନ୍ନତାବାଦୀ, ଆତଙ୍କବାଦୀ, ମାଓବାଦୀ, ନିଶା ତସ୍କର, ଖଣି ମାଫିଆ ଓ ଭ୍ରଷ୍ଟ ଲୋକଙ୍କ ଦ୍ୱାରା ଜମା କରାଯାଇଥିବାର ଆଶଙ୍କା ପ୍ରକାଶ କରିଛନ୍ତି। ଏପରି ପରିସ୍ଥିତିରେ ବିନା ପରିଚୟପତ୍ରରେ ଏତେ ପରିମାଣର ଟଙ୍କା ବଦଳାଇବାକୁ ଅନୁମତି ଦେବା ଉଚିତ ହେବନି ବୋଲି କହିଛନ୍ତି। ତେବେ ନୋଟ୍ ବଦଳାଇବାରେ ଲୋକେ ଯେପରି ସମସ୍ୟାରେ ନ ପଡନ୍ତି ସେଥି ପାଇଁ ଆରବିଆଇ ଏକ ଏଫଏକ୍ୟୁ ଜାରି କରିଛନ୍ତି। ଏଥିରେ ସବୁ ସମ୍ଭାବିତ ପ୍ରଶ୍ନର ଜବାବ ଦିଆଯାଇଛି।  

   Related Posts