ସବୁଠୁ ଶସ୍ତା ମୂଲ୍ୟରେ ବ୍ରାଣ୍ଡେଡ ପୋଷାକ କିଣିବାକୁ ଚାହୁଁଛନ୍ତି କି ? ଯାଆନ୍ତୁ ଭାରତର ଏହି ସବୁ ସ୍ଥାନକୁ

Published By : Prameya-News7 Bureau | November 24, 2019 IST

ନୂଆଦିଲ୍ଲୀ ୨୪/୧୧: ଯଦି ଆପଣ ବ୍ରାଣ୍ଡେଡ ପୋଷାକ ଅତି ଶସ୍ତାରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ସେକେଣ୍ଡ ହ୍ୟାଣ୍ଡ ମାର୍କେଟକୁ ଯାଇ ପାରନ୍ତି। ଏଠାରେ ଆପଣଙ୍କୁ ପ୍ରଚୁର ପରିମାଣରେ ବ୍ରାଣ୍ଡେଡ ପୋଷାକ ମିଳିବ। ଖାଲି ଏଥିରେ ଏତିକି ପାର୍ଥକ୍ୟ ରହିଛି ଯେ ଏହା ନୂଆ ନୁହେଁ। ଏହା ଚୋରି ମାଲ କିମ୍ବା ସେକେଣ୍ଡ ହ୍ୟାଣ୍ଡ ଜିନିଷ। ଦିଲ୍ଲୀରେ କନ୍ନାଟ ପ୍ଲେସ୍,ମଜନୁ ଟିଲା,ରଘୁବୀର ନଗର,କରୋଲ ବାଗ,ଇନ୍ଦ୍ରପୁରୀ,ଲାଲ କିଲା,ଚାନ୍ଦନି ଚୌକ ଆଦି ଏଭଳି ବଜାର ରହିଛି ଯେଉଁଠାରେ ଆପଣଙ୍କୁ କମ୍ ମୂଲ୍ୟରେ ବ୍ରାଣ୍ଡେଡ ପୋଷାକ ମିଳିଥାଏ। କେବଳ ଏତିକି ନୁହେଁ, ଏଠାରେ ଆପଣଙ୍କୁ କିଲୋ ହିସାବରେ ମଧ୍ୟ ପୋଷାକ ମିଳିଥାଏ।

ଏହା ଏପରି ପୋଷାକ ଯାହାକୁ ଅଧିକାଂଶ ଲୋକ ବ୍ୟବହାର କରିନଥାଆନ୍ତି ଏବଂ ବ୍ୟବସାୟୀଙ୍କୁ ବିକ୍ରି କରିଥାଆନ୍ତି। ଏହି ପୋଷାକ ବିଦେଶ ବ୍ୟତୀତ ପୂରା ଭାରତରେ ହୋଇଥାଏ। ଏହି ବଜାର ପ୍ରାୟତଃ ସନ୍ଧ୍ୟାରେ ଦିଲ୍ଲୀ ରାସ୍ତାରେ ଉପଲବ୍ଧ ହେବ।

ମୁମ୍ବାଇରେ ମଧ୍ୟ ଏପରି ପୋଷାକ ମିଳିଥାଏ। ଏଠାରେ ଆପଣଙ୍କୁ ଜିନ୍ସ ସାର୍ଟ ଏବଂ ସାଲଓ୍ବାର ଆଦି ଶସ୍ତାରେ ମିଳିଥାଏ। ଏହାର ମୂଲ୍ୟ ବିଷୟରେ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଏହାର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ ହୋଇଥାଏ। ମୁମ୍ବାଇର ଏହି ବଜାର ବହୁତ ପୁରୁଣା ଏବଂ ମୁମ୍ବାଇର ଏହି କଳା ବଜାର ପାଖାପାଖି ୧୫୦ବର୍ଷ ପୁରୁଣା ଏବଂ ଏଠାରେ ଆପଣଙ୍କୁ ଶସ୍ତା ଦାମରେ ପୁରୁଣା ପୋଷାକ ଏବଂ ନୂଆ ପୋଷାକ ମିଳିଥାଏ।

ଜୟପୁରରେ ଏପରି ଏକ ବଜାର ରହିଛି ଯେଉଁଠାରେ ଆପଣ ପ୍ରତି ରବିବାର କିଣାକିଣି ପାଇଁ ଯାଇ ପାରନ୍ତି। ଏଠାରେ ଆପଣଙ୍କୁ ବହୁତ ଶସ୍ତାରେ ପୋଷାକ ମିଳିଯିବ। ଏଠାରେ ପୋଷାକର ମୂଲ୍ୟ ୨୦ଟଙ୍କାରୁ ଆରମ୍ଭ ହୋଇଥାଏ। ଜୟପୁରର ଏହି ମାର୍କେଟକୁ ହିତଓ୍ବାଡ଼ା ମାର୍କେଟ ବୋଲି ଜଣା ଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.