ଟି-୨୦ ବିଶ୍ଵ କପ୍ ପୂର୍ବରୁ ଭାରତୀୟ ଦଳର ସବୁଠୁ ବଡ ଦୁର୍ବଳତା, ଭାଙ୍ଗିନଯାଉ ଚାମ୍ପିଅନ ସ୍ଵପ୍ନ
21/08/2022 at 6:47 PM

ନୂଆଦିଲ୍ଲୀ: ଅନ୍ୟ ଦଳ ପରି ଭାରତ ମଧ୍ୟ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ପ୍ରସ୍ତୁତି କରୁଛି। ମାତ୍ର ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ଖେଳାଳିଙ୍କୁ ୧୦୦ ପ୍ରତିଶତ ପ୍ରସ୍ତୁତ କରିବାକୁ ଦେବ ନାହିଁ। ଏଥିପାଇଁ ଭଲ ଫଳାଫଳ ପାଇଁ ଟେକ୍ନିକାଲ ସ୍ମାର୍ଟନେସ୍ ଏବଂ ଅନୁଭବ ଉପରେ ଧ୍ୟାନ ଦେବାକୁ ପଡିବ। ଗତ ଗୋଟିଏ କିମ୍ବା ଦୁଇ ଦଶନ୍ଧିରେ ସମଗ୍ର ଦୁନିଆରେ ଲିଗ୍ ସଂଖ୍ୟା ବଢି ଚାଲିଥିବା ବେଳେ କ୍ରିକେଟ୍ର ବୈଶ୍ଵିକକରଣ ଚରମରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଏବେ ମଧ୍ୟ ଖେଳିବା ସ୍ଥିତି ମାମଲାରେ ଅନ୍ୟ ଦେଶଠୁ ବହୁତ ଭିନ୍ନ ରହିଛି।
ଯେବେ ଭାରତୀୟ ଦଳ ଟି-୨୦ ବିଶ୍ଵ କପ୍ ପାଇଁ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ଯାତ୍ରା କରିବ, ତେବେ ଦଳକୁ ବିଶେଷ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ। ସ୍ପିନରଙ୍କ ପାଇଁ କମ୍ ଉପଯୋଗୀ, ଦ୍ରୁତ ବୋଲରଙ୍କ ପାଇଁ ବାଉନ୍ସ, ବ୍ୟାଟସମ୍ୟାନଙ୍କ ପାଇଁ ଭଲ୍ ସଟ୍ ଏବଂ ବରାବର ରନ କରିବା ଆଦି ଉପରେ ଦଳକୁ ବିଶେଷ ଧ୍ୟାନ ଦେବାକୁ ପଡିବ। ବହୁତ ଅଣ ଭାରତୀୟ ଖେଳାଳି ବିଗ୍ ବାସ୍ ଲିଗ୍ ଖେଳୁଛନ୍ତି। ତେଣୁ ସେହି ଖେଳାଳିମାନେ ଅଷ୍ଟ୍ରେଲିଆର ପାଣିପାଗ ଏବଂ ପିଚ୍ ସହ ବେଶ ପରିଚିତ ଥାଆନ୍ତି। ମାତ୍ର ଭାରତୀୟ ଖେଳାଳିଙ୍କୁ ବିଦେଶୀ ଲିଗ୍ରେ ଭାଗ ନେବାକୁ ଅନୁମତି ନାହିଁ। ସେମାନେ କେବଳ ଆଇପିଏଲ ଏବଂ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପରି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳନ୍ତି। ତେଣୁ ବିଶ୍ଵ କପ୍ରେ ଦଳକୁ ସ୍ଥିତି ଉପରେ ଅଧିକ ଯତ୍ନବାନ ହେବାକୁ ପଡିବ।
ବର୍ତ୍ତମାନ ଭାରତୀୟ ଦଳ ଜିମ୍ବାଓ୍ଵେରେ ଖେଳୁଛି। ଏହା ପରେ ଅଗଷ୍ଟ ୨୭ରୁ ୟୁଏଇରେ ଏସିଆ କପ୍ ଖେଳିବ। ପୁଣି ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଘରୋଇ ସିରିଜ୍ ଖେଳିବ। ଏଥିରେ ମୋଟ୍ ଛଅ ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ୍ ସାମିଲ୍। ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଦଳ ଟି-୨୦ ବିଶ୍ଵ କପ୍ ପୂର୍ବରୁ ପ୍ରସ୍ତୁତି ଶିବିର ଲଗାଇ ପାରିବ ନାହିଁ। ଏମିତି ସ୍ଥିତିରେ ରାହୁଲ ଦ୍ରାବିଡ ଏବଂ ରୋହିତ ଶର୍ମାଙ୍କ ରଣନୀତି ଉପରେ ସବୁ କିଛି ନିର୍ଭର କରେ। ବିଶ୍ଵ କପ୍ରେ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଦୁଇଟି ଅଭ୍ୟାସ୍ ମ୍ୟାଚ୍ ଖେଳିବାକୁ ମିଳିବ। ଭାରତୀୟ ଦଳକୁ ଏହାର ସଦୁପଯୋଗ କରିବାକୁ ପଡିବ। ନଚେତ୍ ଏମିତି ନହେଉ କ୍ରିକେଟ୍ ଖେଳି ଖେଳି ଭାରାକ୍ରାନ୍ତ ଦଳର ଚାମ୍ପିଅନ ସ୍ଵପ୍ନ ଭାଙ୍ଗିନଯାଉ।