ଯଦି ପ୍ରଧାନମନ୍ତ୍ରୀ ମୋଦି ଆପଣଙ୍କୁ କରନ୍ତି ଫୋନ୍, ମୋବାଇଲ ସ୍କ୍ରିନରେ ଦେଖିବେ କ’ଣ ?PMOରୁ ଏମିତି ଆସେ କଲ୍

Published By : Prameya-News7 Bureau | September 23, 2022 IST

ନୂଆଦିଲ୍ଲୀ ୨୩।୯:  କେବେ ଭାବିଛନ୍ତି କି ଯଦି ଆପଣଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋନ ଆସିଯାଏ ଜାଣିବେ କେମିତି? ଏଠାରେ ଏ କଥା ଏଥି ପାଇଁ ଉଠୁଛି କାରଣ ଇଣ୍ଟରନେଟ୍ ଠକେଇ ମାମଲାରେ ଲୋକେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅର୍ଥମନ୍ତ୍ରାଳୟ (ଏଫଏମଓ) ସମ୍ପର୍କିତ ବୋଲି ଦର୍ଶାଇ ଠକେଇ କରିଥାନ୍ତି। ଅଧିକାଂଶ ମାମଲାରେ ଠକମାନେ ସେମାନଙ୍କ ନମ୍ବର କଣ୍ଟାକ୍ଟ ଆପ୍‌ରେ ପିଏମଓ ନାମରେ ସେଭ କରିଥାନ୍ତି। ଏଣୁ ଏଠାରେ ଆପଣଙ୍କୁ ଜଣାଇବା ବହୁତ ଜରୁରୀ ଏଥି ପାଇଁ ଯେ ଯଦି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସେ ତାହା ଅଫିସିଆଲ ଫୋନରୁ ଆସିବ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋବାଇଲ ନମ୍ବରର କଥା ଉଠିଲେ ତାଙ୍କ ପର୍ସନାଲ ଫୋନ ନମ୍ବର ତାହା କେବଳ  କିଛି ଆଙ୍ଗୁଳି ଗଣତି ଲୋକଙ୍କୁ ଜଣାଥିବ। ପ୍ରଧାନମନ୍ତ୍ରୀ ଯଦି ସେମାନଙ୍କୁ ବି ଫୋନ କରନ୍ତି ତେବେ ସେମାନଙ୍କ ଫୋନରେ କଲର ଆଇଡି ଦେଖା ଯାଏନି। ଏଣୁ ଅନେକ ବାର ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ୍ ସାଥି ମଧ୍ୟ ଫୋନ ଆସିଲେ ଚମକି  ପଡନ୍ତି। ଏଥିରେ ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଘଟିଥିବା ଏକ ଘଟଣାର ଉଦାହରଣ ଦେଇଛନ୍ତି।

{"id":687619,"sizeSlug":"full","linkDestination":"none"}

ଗତବର୍ଷ ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପୂର୍ବରୁ ଉପୁଜିଥିବା ପରିସ୍ଥିତିରେ ବୈଦେଶିକମନ୍ତ୍ରୀ ଜୟଶଙ୍କର ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ଲାଗି ମିସନରେ ଥିଲେ। ଦିନେ ଅଧରାତି ପରେ ଅଚାନକ ତାଙ୍କ ଫୋନ ରିଂ ହୋଇଥିଲା। କଲର ଆଇଡିରେ ନମ୍ବର ନଥିଲା ତେବେ ଫୋନ ଉଠାଇବାରୁ ଆରପଟରେ ପ୍ରଧାନମନ୍ତ୍ରୀ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁକି  ଦାୟିତ୍ୱପୂର୍ଣ୍ଣ ପଦରେ ଅଧିଷ୍ଠିତ ଯେକୌଣସି ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଭଳି ବ୍ୟକ୍ତିଗତ ସୂଚନା ଲିକ୍ ହେବା ଜାତୀୟ ସୁରକ୍ଷା ଲାଗି ବିପଦ ସୃଷ୍ଟି କରିପାରେ। ଏଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଲର ଆଇଡିକୁ ହିଡେନ ରଖାଯାଇଥାଏ। କଲର ଆଇଡି ଡିଜାବଲ କରିବାର ଦାୟିତ୍ୱ ସମ୍ବଦ୍ଧିତ ମୋବାଇଲ ଫୋନ ଅପରେଟରଙ୍କର ଥାଏ। ଅର୍ଥାତ ଆପଣଙ୍କୁ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ ଆସେ ଆପଣଙ୍କ ଫୋନ ସ୍କ୍ରିନରେ କୌଣସି ନମ୍ବର ଦେଖାଯିବନି। ନମ୍ବର ସ୍ଥାନରେ ପ୍ରାଇଭେଟ ନମ୍ବର, ରେଷ୍ଟ୍ରିକ୍ଟେଡ କଲର ଆଇଡି ଆଦି ଲେଖା ଦେଖାଯାଇପାରେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.