ନୂଆଦିଲ୍ଲୀ ୧୯।୦୨: ସାରା ବିଶ୍ବରେ ଏବେ ଭାରତୀୟଙ୍କ ଦବ୍ଦବା । ବର୍ତ୍ତମାନ ସମୟରେ କାହାଠାରୁ ବି ପଛରେ ନୁହଁନ୍ତି ଭାରତୀୟ । ତେବେ ଏପରି ଜଣେ ଭାରତୀୟ ଅଛନ୍ତି ଯିଏକି ସାରା ବିଶ୍ବରେ କରୁଛନ୍ତି ରାଜ୍ । ସେ ଏକାସାଙ୍ଗରେ ୨୦ଟି ଫୋନ୍ ବ୍ୟବାହର କରିଥାନ୍ତି । ଏମିତିକି ତାଙ୍କ ରୋଜଗାର ବିଷୟରେ କହିବାକୁ ଗଲେ ସେ ଦୈନିକ କୋଟିକୋଟି ଟଙ୍କା ରୋଜଗାର କରନ୍ତି ।
{"id":911016,"sizeSlug":"large","linkDestination":"none"}
ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ କିଏ ସେହି ବ୍ୟକ୍ତି, ଯିଏକି ଏତେ ଫୋନ୍ ବ୍ୟବହାର କରୁଛନ୍ତି । ଏମିତି ସେ କି କାମ କରନ୍ତି ? ତେବେ ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଗୁଗୁଲ ଏବଂ ଏହାରର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ର ସିଇଓ ସୁନ୍ଦର ପିଚାଇ । ସାରା ବିଶ୍ବରେ ତାଙ୍କୁ କିଏ ବା ନଜାଣେ । ବାସ୍ତବରେ ସୁନ୍ଦର ପିଚାଇ ଏକ ଇଣ୍ଟରଭ୍ୟୁରେ ନିଜ ଫୋନ୍ ବ୍ୟବହାରକୁ ନେଇ ଖୁଲାସା କରିଥିଲେ । ପିଚାଇ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
{"id":911017,"width":839,"height":629,"sizeSlug":"full","linkDestination":"none"}
ସେ କହିଥିଲେ କି ତାଙ୍କ ଦିନର ଆରମ୍ଭ ଟେକ୍ ୱେବସାଇଟ୍ ଦେଖିବାରୁ ଆରମ୍ଭ ହୋଇଥାଏ । ସେ ବିଭିନ୍ନ କାମ ପାଇଁ ଏକାସାଙ୍ଗରେ ୨୦ଟି ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି । ସାଧାରଣତଃ ଅଧିକାଂଶ ଲୋକଙ୍କ ପାଇଁ କେବଳ ଗୋଟିଏ ସ୍ମାର୍ଟଫୋନ୍ ଚଳାଇବା କଷ୍ଟକର ହୋଇଯାଏ । କିନ୍ତୁ ସୁନ୍ଦର ପିଚାଇ ଏକାସାଙ୍ଗରେ ୨୦ଟି ସ୍ମାର୍ଟଫୋନ୍ ଚଳାନ୍ତି । ଏନେଇ ସେ କହିଥାନ୍ତି କି ଟେକ୍ନୋଲୋଜି ଦୁନିଆରେ ଅପଡେଟ୍ ରହିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ।
{"id":911018,"width":837,"height":558,"sizeSlug":"full","linkDestination":"none"}
ଏଥିପାଇଁ ୨୦ଟି ସ୍ମାର୍ଟଫୋନ୍ ବ୍ୟବହାର କରିବା ଅଧିକ ନୁହେଁ । ଭିନ୍ନ-ଭିନ୍ନ ଡିଭାଇସରେ ଏକ ଟେକ୍ନୋଲୋଜି କିପରି କାମ କରେ, ସେକଥା ବୁଝିବା ପାଇଁ ପିଚାଇ ଅନେକ ସ୍ମାର୍ଟଫୋନ୍ ବ୍ୟବହାର କରିଥାନ୍ତି । ଗୁଗୁଲ ପରି ଏକ ବଡ କମ୍ପାନୀର ସିଇଓ ହେଉଛନ୍ତି ସୁନ୍ଦର ପିଚାଇ । ଏହି ଅନୁଯାୟୀ ତାଙ୍କର ମୋଟା ଅଙ୍କର ରୋଜଗାର ନିଶ୍ଚିତ ଥିବ । କିନ୍ତୁ ଯଦି ଆକଳନକୁ ଦେଖିବା, ତେବେ ଏହା ଆଶାଠାରୁ ମଧ୍ୟ ଅଧିକ ହେବ ।
{"id":911021,"sizeSlug":"full","linkDestination":"none"}
କମ୍ପାନୀ ୨୦୨୨ ମସିହାରେ ସୁନ୍ଦର ପିଚାଇଙ୍କୁ ମୋଟ ୧ ହଜାର ୮୫୪କୋଟି ଟଙ୍କା ଦେଇଛି । ଏହାର ଅର୍ଥ ହେଉଛି ସେ ପ୍ରତି ଘଣ୍ଟାରେ ୨୦ ଲକ୍ଷ ୮୩ ହଜାର ୩୩୩ ଟଙ୍କା ରୋଜଗାର କରନ୍ତି । ସେହିପରି ଦୈନିକ ସେ ୫ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଯଦି ଏହି ସଂଖ୍ୟା ୨ବର୍ଷ ପୂର୍ବେ ହୋଇଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର ରୋଜଗାର ନିଶ୍ଚିତ ଆହୁରି ବୃଦ୍ଧି ପାଇଥାନ୍ତା ।
You Can Read:
wp:embed {"providerNameSlug":"wordpress"} /