୬,୬,୬,୬,୬୬... ଏହି ଭାରତୀୟ କ୍ରିକେଟର ଗୋଟିଏ ଓଭରରେ ମାରିଲେ ୬ ଛକା, ଦେଖନ୍ତୁ Video

Published By : Prameya-News7 Bureau | February 21, 2024 IST

ନୂଆଦିଲ୍ଲୀ: ଭାରତୀୟ ଘରୋଇ କ୍ରିକେଟ୍‌ରେ ସଂପ୍ରତି ୨୩ ବର୍ଷରୁ କମ କର୍ଣ୍ଣେଲ ସିକେ ନାଇଡୁ ଟ୍ରଫି ଖେଳା ଯାଉଛି। ଟୁର୍ଣ୍ଣାମେଣ୍ଟରେ ଆନ୍ଧ୍ର ପ୍ରଦେଶର ବ୍ୟାଟର ବାମଶୀ କୃଷ୍ଣ ନିଜର ଦମଦାର ବ୍ୟାଟିଂରେ ସଭିଙ୍କୁ ଚକିତ କରିବା ସହ ଧ୍ୟାନ ଆକର୍ଷଣ କରିଛନ୍ତି। ୨୨ ବର୍ଷର ଏହି ଯୁବ ବ୍ୟାଟର ଟେଷ୍ଟ କ୍ରିକେଟ୍ ଫର୍ମାଟ୍‌ରେ ଖେଳା ଯାଉଥିବା ସିକେ ନାଇଡୁ ଟ୍ରଫିରେ ଟି-୨୦ ଶୈଳୀରେ ବ୍ୟାଟିଂ ଗୋଟିଏ ଓଭରରେ ୬ଟି ଛକା ମାରିଛନ୍ତି। ବାମଶୀଙ୍କ ଏହି ଧୂଆଁଧାର ବ୍ୟାଟିଂର ଭିଡିଓକୁ ଖୋଦ୍ ବିସିସିଆଇ ଜାରି କରିଛି, ଯାହା ସାମାଜିକ ଗଣମାଧ୍ୟମରେ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି।

wp:heading {"level":4}

Also read- ଚଳିତ IPLରେ ବଦଳିବ ଋଷଭ ପନ୍ତଙ୍କ ଭୂମିକା, ବ୍ୟାଟିଂ କରିବେ, କିନ୍ତୁ କରିବେନି ୱିକେଟ୍ କିପିଂ

/wp:heading

୨୩ ବର୍ଷରୁ କମ ସିକେ ନାଇଡୁ ଟ୍ରଫିରେ ଆନ୍ଧ୍ର ପ୍ରଦେଶ ଓ  ରେଲଓ୍ଵେ ମଧ୍ୟରେ ମ୍ୟାଚ୍ ଖେଳାଯାଇଛି। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଆନ୍ଧ୍ର ପ୍ରଦେଶର ଓପନର ବାମଶୀ କୃଷ୍ଣ ରେଲଓ୍ଵେର ସ୍ପିନର ଦମନଦୀପ ସିଂଙ୍କ ଗୋଟିଏ ଓଭରରେ ଲଗାତାର ୬ଟି ଛକା ମାରିଛନ୍ତି। ବାମଶୀ ମାତ୍ର ୬୪ ବଲ୍‌ରୁ ୧୧୦ ରନର ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ଶତକ ଦମରେ ଆନ୍ଧ୍ର ପ୍ରଦେଶ ଦଳ ପ୍ରଥମ ଇନିଂସରେ ୩୭୮ ରନ କରିଛି। ବାମଶୀ କୃଷ୍ଣ ଏବେ ରବି ଶାସ୍ତ୍ରୀ(୧୯୮୫), ଯୁବରାଜ ସିଂ(୨୦୦୭) ଓ ଋତୁରାଜ ଗାଏକ୍ଵାଡ଼(୨୦୨୨)ର କ୍ଲବରେ ସାମିଲ୍ ହୋଇଛନ୍ତି।

wp:html /wp:html

ଆନ୍ଧ୍ର ପ୍ରଦେଶର ପ୍ରଥମ ଇନିଂସ ୩୭୮ ରନ ଜବାବରେ ରେଲଓ୍ଵେ ମଧ୍ୟ ନିଜର ଦମ ଦେଖାଇଛି। ଦଳ ୯ ଓ୍ଵିକେଟ୍ ହରାଇ ୮୬୫ ରନର ପାହାଡ଼ ଛିଡା କରିବା ସହ ୪୮୭  ରନର ଅଗ୍ରଣୀ ହାସଲ କରିଛି। ଦଳ ପକ୍ଷରୁ ଓପନର ଅଂଶ ଯାଦବ ୨୬୮ ରନ, ରବି ସିଂ ୨୫୮ ରନ ଓ ଅଞ୍ଚିତ ଯାଦବ ୧୩୩ ରନର ଚିତ୍ତାକର୍ଷକ ଇନିଂସ ଖେଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.