ଏହି ନାବାଳିକାଙ୍କ ଏମିତି ଅବସ୍ଥା କେମିତି ହେଲା ଜାଣିଲେ ହେବେ ଆଚମ୍ବିତ

Published By : Prameya-News7 Bureau | October 15, 2019 IST

ନିକଟରେ ସୋସିଆଲ ମିଡିଆରେ ଜଣେ ନାବାଳିକାଙ୍କ ଫଟୋ ଭାଇରାଲ ହୋଇଛି। କିଛି ଲୋକ ଲେଖିଛନ୍ତି ଯେ, ଇସଲାମର ପବିତ୍ର ପୁସ୍ତକ କୁରାନ-ଏ-ଶରୀଫର ଅପମାନ କରିଥିଲେ ଏହି ନାବାଳିକା। ଏହି କାରଣରୁ ଭଗବାନ ରାଗିଯାଇ ଏହି ନାବାଳିକଙ୍କ ଚେହେରା ଏମିତି କରିଛନ୍ତି। କିଛି ଜଣ ଲେଖିଛନ୍ତି ଯେ, ଏହି ଯୁବତୀ ଗୀତାର ଅପମାନ କରିଥିବାରୁ ତାଙ୍କର ଏହି ଅବସ୍ଥା ହୋଇଛି।

ତେବେ ଫଟୋରେ ଯେଉଁ ନାବାଳିକା ଦେଖାଯାଉଛନ୍ତି ତାଙ୍କ ନାଁ ହେଉଛି ବିଥି ଅଖତର। ବାଙ୍ଗଲାଦେଶରେ ବିଥିଙ୍କ ଘର। ତାଙ୍କ ମୁହଁରେ ଏତେ କେଶ ଉଠିବାର କାରଣ ହେଉଛି ୱରଲୁଫ ସିଣ୍ଡ୍ରୋମ୍‌। ୱରଲୁଫ ସିଣ୍ଡ୍ରୋମ୍‌ ଏକ ବିରଳ ରୋଗ। ଏହି ସିଣ୍ଡ୍ରୋମ ଯୋଗୁଁ ମଣିଷଙ୍କ ଚେହେରା ଓ ଶରୀରରେ ଘନ କେଶ ଉଠିଥାଏ।

{"id":170323,"width":583,"height":494}

ବିଥି ଜନ୍ମ ହେବା ସମୟରୁ ତାଙ୍କ ଶରୀରରେ ଘନ କେଶ ଥିଲା। ପରିବାର ଲୋକେ ଭାବିଲେ ଯେ, ଏହା ଧୀରେ ଧୀରେ କମିଯିବ। ଏହି ରୋଗ ଯୋଗୁଁ ବିଥିଙ୍କ ମାଢ଼ି ଫୁଲିଯାଇଛି। ଋତୁସ୍ରାବ ପରେ ବିଥି ଅନେକ ସମସ୍ୟାର ସାମ୍ନା କରିଥିଲେ। ହଠାତ୍‌ ତାଙ୍କ ସ୍ତନ ବଢିଯାଇଥିଲା। ୨୦୧୬ ମସିହାରେ ବିଥିଙ୍କୁ ୧୨ ବର୍ଷ ଥିଲା। ସେତେବେଳେ ତାଙ୍କ ଓଜନ ୩୮ କିଲୋ ଥିଲା ଓ ଅଧାରୁ ଅଧିକ ଓଜନ ଶରୀରର ସ୍ତନର ଥିଲା।  

ଏବେ ବିଥିଙ୍କୁ ଦେଖିଲେ ଲୋକେ ତାଙ୍କ ମଜା ଉଡାନ୍ତି ଓ ହସନ୍ତି। ଏଥିରେ ବିଥିଙ୍କର କିଛି ଭୁଲ ନାହିଁ ତଥାପି ଲୋକଙ୍କଠାରୁ ତାଙ୍କୁ ଏଭଳି କଥା ଶୁଣିବାକୁ ମିଳେ। ଏହି ସିଣ୍ଡ୍ରୋମ ଯୋଗୁଁ ହୋଇଥିବା ସମସ୍ୟା ଯେମିତିକି ପଢିନପାରିବା କଷ୍ଟ, ସାଧାରଣ ଜୀବନ ବଞ୍ଚିନଥିବାର କଷ୍ଟ ଓ ଲୋକଙ୍କ ଥଟାମଜା ବିଥିଙ୍କୁ ଅନେକ କଷ୍ଟ ଦେଇଥାଏ। ତାଙ୍କର ଏଭଳି ଅବସ୍ଥା ଦେଖି ଘର ଲୋକେ ମଧ୍ୟ ବହୁତ ଦୁଃଖିତ।

ବିଥିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ଲୋକେ ଏହାକୁ ଧାର୍ମିକ ସୂଚନା ଲେଖି ଭୁଲ ଭାବେ ଭାଇରାଲ କରାଉଛନ୍ତି। ଏମିତି ଜୀବନ ବଞ୍ଚିବାର କଷ୍ଟ କେବଳ ସେହିମାନେ ବୁଝିପାରିବେ ଯେଉଁମାନେ ଏହି କଷ୍ଟ ପାଇଥିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.