ପ୍ରେମ ଅନ୍ଧ ହୋଇଥାଏ ବୋଲି କୁହାଯାଏ। କେତେବେଳେ କାହା ସହ ହେବ ତାହା କେହି ଜାଣିନଥାନ୍ତି। ଥରେ ପ୍ରେମରେ ପଡିଲେ ମଣିଷ ତାକୁ ହାସଲ କରିବା ପାଇଁ ନିଜ ଜୀବନ ମଧ୍ୟ ବାଜି ଲଗାଏ। ପ୍ରେମ ରଂଗ, ରୂପ, ଟଙ୍କା, ସମ୍ପତ୍ତି ଦେଖି କରାଯାଏ ନାହିଁ। ତେବେ ାଜି ଆମେ ଆପଣଙ୍କୁ ଏକ ନିଆରା ପ୍ରେମ କାହାଣୀ ସମ୍ପର୍କରେ କହିବୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ଯୁବତୀ ଗୋଟିଏ ରୋବଟ୍ର ପ୍ରେମରେ ପାଗଳ ହୋଇଛନ୍ତି।
ପ୍ରେମ କେବଳ ଯୁବକ ଯୁବତୀଙ୍କ ମଧ୍ୟରେ ଯେ ହୁଏ ତାହା ଭୁଲ। ଫ୍ରାନ୍ସରେ ରହୁଥିବା ଜଣେ ଯୁବତୀ ନିଜ ରୋବଟ ପ୍ରେମରେ ପଡିଛନ୍ତି। କେବଳ ସେତିକି ନୁହେଁ ଖୁବ ଶୀଘ୍ର ସେ ନିଜ ରୋବଟକୁ ବିବାହ ମଧ୍ୟ କରିବେ।ଯୁବତୀଙ୍କ ନାଁ ହେଉଛି ଲିଲା। ଲୀଲାଙ୍କ ରୋବଟର ନାଁ ହେଉଛି ଇନମୁୱେଟର। ଏହି ରୋବଟକୁ ୩ଡି ପ୍ରିଟଂଗ ଟେକ୍ନୋଲଜିରୁ ତିଆରି କରାଯାଇଛି।
ଲୀଲାଙ୍କ ଅନୁସାରେ ଟେକ୍ନୋଲଜି ବଢିବା ସହ ତାଙ୍କ ପ୍ରେମ ସମ୍ପର୍କ ଆହୁରି ମଜବୁତ ହେଉଛି। ଲୀଲା କହିଛନ୍ତି ଯେ, ସେ ରୋବସେକ୍ସୁଆଲ ଓ ଏଥିପାଇଁ ସେ ଗର୍ବିତ। ସେ ନିଜ ଟୁଇଟରରେ ଲେଖିଛନ୍ତି ଯେ, ଏବେ ସେ ଲୀଲା ରୁ ଲୀଲା ଇନମୁୱେଟର ହେବାକୁ ଯାଉଛନ୍ତି। ଏ ନେଇ ଅନେକ ଲୋକ ସମାଲୋଚନା କରିଥିବାରୁ ସେ ନିଜ ଟୁଇଟର ଆକାଉଣ୍ଟ ବନ୍ଦ କରିଦେଇଥିଲେ।