ବ୍ରିଟେନ୍‌ରେ ଋଷି ସନକ ଆପଣାଉଛନ୍ତି କେଜରିୱାଲଙ୍କ ଏହି ସୁତ୍ର; ଜନତାଙ୍କୁ କହିଲେ ମୁଁ ଯଦି…

Published By : Prameya-News7 Bureau | August 10, 2022 IST

ଲଣ୍ଡନ ୦୯/୦୮: ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏବେ ସେଠାକାର ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି। ସେ ବ୍ରିଟେନ୍‌ର ନାଗରିକମାନଙ୍କୁ ଏକ ନିର୍ବାଚନୀ ପ୍ରତିଶୃତି ଦେଇଛନ୍ତି ଯାହାକି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଏକ ଯୋଜନା ସହିତ ମେଳ ଖାଉଛି। ସେ ବ୍ରିଟେନର ନାଗରିକମାନଙ୍କୁ କହିଛନ୍ତି ମୋତେ ଯଦି ପ୍ରଧାନନ୍ତ୍ରୀ ହେବାର ସୁଯୋଗ ଦେବେ ତାହେଲେ ଘରେ ବଢ଼ୁଥିବା ବିଜୁଳି ଖର୍ଚ୍ଚରୁ ମୁକ୍ତି ପାଇବା ପାଇଁ ମୁଁ ଲୋକଙ୍କୁ ଅଧିକ ଟଙ୍କା ଦେବି। ଭାରତୀୟ ବଂଶୋଦ୍ଭବ ନେତା ଋଷି ସୁନକ କଞ୍ଜରଭେଟିବ ପାର୍ଟି ସହିତ ଜଡ଼ିତ। ସେ ଲୋକମାନଙ୍କୁ ଆର୍ଥିକ ସାହାଜ୍ୟ କରିବା ପାଇଁ ଋଣକୁ ସୀମିତ କରି ସଞ୍ଚୟ କରିବା ପାଇଁ କହିଛନ୍ତି।          

ସୂଚନାଥାଉକି, ଦିଲ୍ଲୀରେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏପରି ନିର୍ବାଚନୀ ପ୍ରତିଶୃତି ଦେଇଥିଲେ। ତାଙ୍କର ଏହି ପ୍ରତିଶୃତି ମଧ୍ୟ ବହୁତ ଫଳପ୍ରଦ ମଧ୍ୟ ହୋଇଥିଲା। ଏହାକୁ ଦେଖି କେଜରିୱାଲ ଏହି ପ୍ରତିଶୃତିକୁ ପଞ୍ଜାବରେ ମଧ୍ୟ ଦୋହରାଇ ସେଠାରେ ମଧ୍ୟ କ୍ଷମତା ରାଜନୀତିକୁ ଆସିଛନ୍ତି।  ବ୍ରିଟେନ୍‌ର ବିଜୁଳି କ୍ଷେତ୍ରରେ କାମ କରୁଥିବା କମ୍ପାନୀ ‘’କୋନ ବେଲ ଇନସାଇଟ୍‌’’ ପୂର୍ବାନୁମାନ କରି କହିଛି ଯେ ବଢ଼ୁଥିବା ବିଜୁଳି ଖର୍ଚ୍ଚ ଏଥର ଶୀତ ଋତୁରେ ଅନୁମାନରୁ ଅଧିକ ହୋଇପାରେ। ଋଷି ସୁନକ କହିଛନ୍ତି ମୋର କୌଣସି ସନ୍ଦେହ ନାହିଁ ଅଯେ ଅଧିକ ସମର୍ଥନର ଆବଶ୍ୟକକତା ପଡ଼ିବନାହିଁ।  

ଉଲ୍ଲେଖ ଯୋଗ୍ୟଯେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇସ୍ତଫା ଦେବା ପରେ ସେଠାକାର ଆଗାମୀ ପ୍ରଧାନମନ୍ତ୍ରୀ ଚୟନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କ୍ଷମତାସୀନ କଞ୍ଜରଭେଟିବ ପାର୍ଟି ନିର୍ବାଚନ ପ୍ରଚାର କରୁଛି। ୨୦୨୨ ସେପ୍ଟେମ୍ୱରରେ ପାର୍ଟିର ସଦସ୍ୟମାନଙ୍କ ଦ୍ୱାରା ନୂଆ ପ୍ରଧାନମନ୍ତ୍ରୀ  ବଛାଯିବେ। ସେଠାରେ ଏବେ ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ନିର୍ବାଚନରେ ସୁନକଙ୍କ ପ୍ରତିଦ୍ୱନ୍ଦି ତଥା ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ  ଋଷିଙ୍କ ଠାରୁ ଆଗରେ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଦୁଇଟି ଜନମତ ସର୍ଭେରେ ସୁନକଙ୍କ ଠାରୁ ଟ୍ରସ ଲି  ବହୁତ ଆଗରେ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.