Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାୟୁରେ କରୋନାର ଉପସ୍ଥିତି ଜାଣିପାରିବ ଏହି ଡିଭାଇସ୍, ନଭେମ୍ବରରେ ଆସିପାରେ ବଜାରକୁ

1/10/2020 at 12:20 PM

ନୂଆଦିଲ୍ଲୀ ୧।୧୦: ଘାତକ ହେବାରେ ଲାଗିଛି କରୋନା । ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। କରୋନା ଭ୍ୟାକ୍ସିନ ପାଇଁ ସାରା ବିଶ୍ବର ବୈଜ୍ଞାନିକ ଲାଗିଛନ୍ତି । କେତେକ କମ୍ପାନୀର ଭ୍ୟାକ୍ସିନ ମଧ୍ୟ ଟ୍ରାଏଲ ପର୍ଯ୍ୟାୟରେ ପହଞ୍ଚିସାରିଛି । କେତେକ ଦେଶ ଦାବି କରୁଛନ୍ତି ଯେ, ସେମାନେ ଭ୍ୟାକ୍ସିନ ବାହାର କରିସାରିଛନ୍ତି । ଏମିତି ପରିସ୍ଥିତିରେ ଏଭଳି ଏକ ଡିଭାଇସ୍ ପ୍ରସ୍ତୁତ ହୋଇଛି ଯାହା ବାୟୁରେ କରୋନାର ଉପସ୍ଥିତିକୁ ଜାଣିପାରିବ । ଆଗାମୀ ଦିନରେ ଏହା ଜାଣିହେବ ଯେ ବାୟୁରେ କରୋନା ଭାଇରସ୍ ଉପସ୍ଥିତ ଅଛି କି ନାହିଁ । କାନାଡାର ଏକ କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, କମ୍ପାନୀ ଗେମ୍ ଚେଞ୍ଜିଂ ଡିଭାଇସ୍ ପ୍ରସ୍ତୁତ କରିଛି, ଯାହା ବାୟୁରେ କରୋନା ଭାଇରସକୁ ଚିହ୍ନଟ କରିପାରିବ ।

କଣ୍ଟ୍ରୋଲ ଏନର୍ଜି କର୍ପୋରେସନ (Kontrol Energy Corp) ନାମକ କମ୍ପାନୀ ପୂର୍ବରୁ ଇନଡୋର ଏୟାର କ୍ବାଲିଟି ଓ ମନିଟରିଂ ଇକ୍ବିପମେଣ୍ଟ ତିଆରି କରିବା କାମ କରିଆସୁଛି । କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଇବା ପରେ କମ୍ପାନୀ କରୋନା ଭାଇରସ୍ ଚିହ୍ନଟ କରୁଥିବା ଡିଭାଇସ୍ ତିଆରି କରିବା କାମ ଆରମ୍ଭ କରିଥିଲା ।  କମ୍ପାନୀ କାନାଡାର ଅଣ୍ଟାରିଓର ଦୁଇଟି ଲ୍ୟାବରେ କରୋନା ଭାଇରସ୍ ଉପରେ ରିସର୍ଚ୍ଚ କରିବା ପରେ ବାୟୋକ୍ଲାଉଡ(BioCloud) ନାମରେ ଏକ ଡିଭାଇସ୍ ପ୍ରସ୍ତୁତ କରିଛି। ଏହି ଡିଭାଇରସ୍ ଦେଖିବାକୁ ହ୍ୟାଣ୍ଡ ଡ୍ରାଏର ଭଳି । କିନ୍ତୁ ଏହା ଭିତରକୁ ବାୟୁ ଟାଣିପାରେ ଓ ପରେ ସେହି ବାୟୁର ବିଶ୍ଲେଷଣ କରୋନାର ଯାଞ୍ଚ ପାଇଁ କରିଥାଏ।

globalnews.caର ରିପୋର୍ଟ ଅନୁଯାୟୀ, କମ୍ପାନୀର କହିଛି ଯେ ତା’ର ଡିଭାଇସ ଏହା ଜାଣିପାରିବ କୌଣସି ସ୍ଥାନରେ ବାୟୁରେ ଭାଇରସ୍ ରହିଛି କି ନାହିଁ। ଯଦି ରିପୋର୍ଟ ପଜିଟିଭ ଆସେ ତେବେ ସେଠାରେ ଥିବା ଲୋକଙ୍କୁ ଯାଞ୍ଚ କରାଯାଇପାରେ। କ୍ଲାସରୁମ୍ କିମ୍ବା ଅଫିସରେ ଏହି ଡିଭାଇସ୍ ଖୁବ୍ ଉପଯୋଗୀ ପ୍ରମାଣିତ ହୋଇପାରିବ ।  କାନାଡାର ଓ୍ବେଷ୍ଟର୍ଣ୍ଣ ୟୁନିଭର୍ସିଟି ମାଇକ୍ରୋବାୟୋଲୋଜି ପ୍ରଫେସର ଡେଡିଭ୍ ହେନରିକ୍ସ ବାୟୋକକ୍ଲାଉଡ୍ ଡିଭାଇସର ଟେଷ୍ଟିଂ କରିଛନ୍ତି। କମ୍ପାନୀ ନଭେମ୍ବର ବେଳକୁ ଏହି ଡିଭାଇରସକୁ ବଜାରରେ ଲଞ୍ଚ କରିବାକୁ ଯାଉଛି । ଯାହାର ମୂଲ୍ୟ ପ୍ରାୟ ୮.୮ ଲକ୍ଷ ଟଙ୍କା ରହିବ। କମ୍ପାନୀକୁ ସାରା ବିଶ୍ବରୁ ଅର୍ଡର ମିଳିବା ଆରମ୍ଭ ହୋଇଯାଇଛି। ଏବେ କମ୍ପାନୀ ପ୍ରତି ମାସ ୨୦ ହଜାର ୟୁନିଟ୍ ପ୍ରସ୍ତୁତ କାରିପାରେ।

   Related Posts