କରିଶ୍ମାଙ୍କର ଏହି ସର୍ତ୍ତ ନଷ୍ଟ କରିଦେଲା ତାଙ୍କ ଜୀବନ, ରାଗରେ ଅଭିଷେକ ଭାଙ୍ଗିଦେଇଥିଲେ ନିର୍ବନ୍ଧ

Published By : Prameya-News7 Bureau | July 18, 2019 IST

ମୁମ୍ବାଇ୧୮|୭: ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ନିଜ ଫିଲ୍ମ ଲାଇଫ ସହ ବେଶ ଖୁସି ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ସହ ସେ ନିଜ ବୈବାହିକ ଜୀବନରେ ମଧ୍ୟ ଖୁବ୍‌ ସନ୍ତୁଷ୍ଟ ଅଛନ୍ତି। ବଲିଉଡର ଟପ୍‌ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବିବାହ ବନ୍ଧନରେ ବାନ୍ଧି ହୋଇ ଇଣ୍ଡଷ୍ଟ୍ରି ପାଇଁ ଏକ ଭଲ ଉଦାହରଣ ହୋଇପାରିଛନ୍ତି। କିନ୍ତୁ ଉଭୟଙ୍କ ବିବାହ ପୂର୍ବରୁ ଅଭିଷେକଙ୍କ ଜୀବନରେ ଐଶର୍ଯ୍ୟାଙ୍କ ବଦଳରେ ଆଉ ଜଣେ ଅଭିନେତ୍ରୀ ଥିଲେ।  

{"id":135088}

ଅଭିଷେକଙ୍କ ଜୀବନ କୌଣସି ରାଇଡ୍‌ଠୁ କମ୍‌ ନୁହେଁ।କେବେ କ୍ୟାରିଅରରେ ସଫଳତା ତ କେବେ ବିଫଳତା। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଅନେକ କଷ୍ଟର ସାମ୍ନା କରିଛନ୍ତି। ହେଲେ ସେ କେବେ ହାର ମାନିନଥିଲେ। ସେ ଲଗାତାର ସଂଘର୍ଷ କରୁଥିଲେ ଓ କଠିନ ପରିଶ୍ରମରେ ବିଶ୍ବାସ ରଖିଥିଲେ। ବଚ୍ଚନ ପରିବାରର ଏକମାତ୍ର ଉତ୍ତରାଧିକାରୀ ଓ ଲାଡଲା ହୋଇ ମଧ୍ୟ ସେ ବାହାର ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ବହୁତ କଷ୍ଟ କରିଛନ୍ତି।     

{"id":135081}

କିନ୍ତୁ ବିବାହ ପୂର୍ବରୁ ଅଭିଷେକଙ୍କ ଜୀବନରେ କପୁର ପରିବାରର ଝିଅ କରିଶ୍ମା ଥିଲେ। ୨୦୦୨ ମସିହାର ଫିଲ୍ମ “ହାଁ ମୈନେ ଭି ପ୍ୟାର କିଆ ହେ” ଶୁଟିଂ ପରେ ଅଭିଷେକ ଓ କରିଶ୍ମା ପରସ୍ପରଙ୍କ ସହ ଅଧିକ ସମୟ କାଟିବାକୁ ଲାଗିଲେ। ଉଭୟ ପରସ୍ପରଙ୍କୁ ପିଲାବେଳୁ ଜାଣିଥିଲେ ସତ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରି ଦୁହିଁଙ୍କ ସଂପର୍କ ନିବିଡ କରାଇଥିଲା। ୨୦୦୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ରିଫ୍ୟୁଜିରେ କରିଶ୍ମାଙ୍କ ଭଉଣୀ କରିନା କପୁରଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିଷେକ ଅଭିନୟ କରିଥିଲେ। ସେତେବେଳେ ମଧ୍ୟ କରିଶ୍ମା ସେଟ୍‌କୁ ଯିବା ଆସିବା କରୁଥିଲେ। ସେହି ସମୟରୁ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା।

{"id":135084}

୨୦୦୨ ମସିହାରେ ଅଭିଷେକ ଓ କରିଶ୍ମାଙ୍କ ନିର୍ବନ୍ଧ ହୋଇଥିଲା। ସବୁକିଛି ଠିକ୍‌ ଚାଲୁଥିଲା। କିନ୍ତୁ ହଠାତ୍‌ ଉଭୟଙ୍କ ସମ୍ପର୍କ ଭାଙ୍ଗିଥିଲା। ବିବାହ ପରେ କରିଶ୍ମା ଅଭିଷେକଙ୍କ ସହ ଅଲଗା ଘରକୁ ସିଫ୍ଟ ହେବାକୁ ଚାହୁଁଥିଲେ। ଅଭିଷେକ କିନ୍ତୁ ନିଜ ଘର ଓ ମା ବାପାଙ୍କୁ ଛାଡି ଯିବାକୁ ମନା କରିଦେଇଥିଲେ। ଏହି କାରଣ ପାଇଁ ୨୦୦୩ ମସିହାରେ ଉଭୟଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିଲା। ଅଭିଷେକ ନିଜ ମା ଜୟା ବଚ୍ଚନଙ୍କୁ ବହୁତ ଭଲ ପାଆନ୍ତି। ଏଥିପାଇଁ ସେ ଘରୁ ଅଲଗା ହେବା ନିଷ୍ପତ୍ତି ନେଇପାରିନଥିଲେ। ସଞ୍ଜୟଙ୍କୁ ବିବାହ କରି ମଧ୍ୟ କରିଶ୍ମା କେବେ ଖୁସି ରହିପାରିନଥିଲେ। ବିବାହ ପରେ ୨୦୧୩ ମସିହାରେ କରିଶ୍ମା ନିଜ ସ୍ବାମୀ ସଞ୍ଜୟଙ୍କୁ ଛାଡପତ୍ର ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.