ଜଣେ ଫିଲ୍ଡରଙ୍କ ସଫଳତା ନେଇ ଭବିଷ୍ୟବାଣୀ କଲେ ଦ୍ରାବିଡ଼, କହିଲେ ୫-୭ବର୍ଷରେ ଏ ହେବେ ବିଶ୍ୱର ଜଣେ ଶ୍ରେଷ୍ଠ କ୍ଷେତ୍ରରକ୍ଷକ
26/08/2020 at 12:25 PM

ନୂଆଦିଲ୍ଲୀ ୨୬।୦୮: ବର୍ତ୍ତମାନର ସମୟରେ ଯଦି ଭାରତର ଶ୍ରେଷ ଫିଲ୍ଡର ଦେଖାଯାଏ , ତେବେ ସେମାନଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜାଙ୍କ ନାମ ଆଗରେ ରହିବ । କିନ୍ତୁ ଆଗାମୀ ୫-୭ବର୍ଷ ମଧ୍ୟରେ କିଏ ସେହି କ୍ରିକେଟର ଯିଏକି ଆଗକୁ ଯାଇ ଭାରତୀୟ ଦଳରେ ଜଣେ ଶ୍ରେଷ୍ଠ ଫିଲ୍ଡର ଭାବେ ଗଣାଯିବ । ଯାହାର ଉପସ୍ଥିତି ଦଳ ପାଇଁ ମ୍ୟାଚ୍ରେ ବିଜୟରେ ସହାୟକ ହେବ । ତେବେ ଏଭଳି ପ୍ରଶ୍ନର ଯୁକ୍ତି ରଖି କେକେଆର୍ର ସିଇଓ କହିଛନ୍ତି ଯେ, ଦ୍ରୁତ ବୋଲି କମଲେଶ ନାଗରକୋଟି ଜଣେ ଭଲ ବୋଲର ସହିତ ମଧ୍ୟ ଶ୍ରେଷ୍ଠ ଫିଲ୍ଡର । ଯାହାକି ଆଗାମୀ ଦିନରେ ଦେଶର ଜଣେ ଶ୍ରେଷ୍ଠ ଫିଲ୍ଡର ଭାବେ ଉଭା ହେବ । ତେବେ ନାଗରକୋଟିଙ୍କ ବିଷୟରେ ଏହି ବିଚାର ମୋର ନୁହେଁ, ବରଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ବୋଲି ସେ କହିଛନ୍ତି ।
କମ୍ଲେଶ ନାଗରକୋଟି ୨୦୧୮ରେ କୋଲକାତା ନାଇଟ୍ ରାଇଡର୍ସ ଟିମ୍ ପାଇଁ ଖେଳୁଥିଲେ । ନାଗରକୋଟି ସେହି ସମୟରେ ୨୦୧୮ ୧୮ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । କିନ୍ତୁ ଆଇପିଏଲ୍ ଆରମ୍ଭ ହେବା ସମୟରେ ନାଗରକୋଟିଙ୍କୁ ଆଘାତ ଲାଗିଥିଲା । ଯାହା ପରେ ସେ ଟିମ୍ରୁ ବାହାରି ଯାଇଥିଲେ । ତେବେ ଚଳିତ ବର୍ଷ ପୁଣି ଥରେ ଟିମ୍ରେ ସାମିଲ ହେବାର ସୂଯୋଗ ଥିଲା , କିନ୍ତୁ କରୋନା ମହାମାରୀ ପାଇଁ ଆଇପିଏଲ୍ ବିଳମ୍ବ ହୋଇଥିଲା । ସେହିପରି ଆଇପିଏଲ୍ ନୂତନ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
କେକେଆର୍ ଟିମ୍ର ସିଇଓ ଆହୁରୀ ମଧ୍ୟ କହିଛନ୍ତି ଯେ, କମଲେଶ ନାଗରକୋଟି ଜଣେ ଭଲ କ୍ରିକେଟର । ସେ ମୋ ପୁଅ ଭଳି । ଯେଉଁ ଲୋକମାନେ ତାଙ୍କୁ ଖେଳିବାରେ କିମ୍ବା ତାଙ୍କ ଖେଳରେ ଉନ୍ନତି ଆଣିବାର ଦେଖିଛନ୍ତି, ସେମାନେ ହିଁ କହିପାରିବେ ସେ କିପରି ଖେଳାଳି । କେବଳ ଫିଲ୍ଡିଂ ନୁହେଁ ବରଂ ବୋଲିଂ ଓ ବ୍ୟାଟିଂ ମଧ୍ୟ କରିଥାନ୍ତି । ରାହୁଲ ଦ୍ରାବିଡ଼ ଥରେ କମ୍ଲେଶଙ୍କ ଫିଲ୍ଡିଂ ବିଷୟରେ କହିଥିଲେ । ଆଗକୁ ଯାଇ ସେ ଜଣେ ଭଳ ଫିଲ୍ଡର ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି । ଭାରତୀୟ ଦଳରେ ଜାଡେଜାଙ୍କ ସ୍ଥାନ ନେବାରେ ସେ ସକ୍ଷମ ।
କୌଣସି ଖେଳାଳିଙ୍କ ବିଷୟରେ ରାହୁଲ ଦ୍ରାବିଡ଼ଙ୍କ ଏପରି ମନ୍ତବ୍ୟ ଯେ, କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣମାନେ ଜାଣିଥିବେ । ଆଇପିଏଲ୍ର ଆଗାମୀ ସିଜନରେ ନାଗରକୋଟି କୋଲକାତା ଦଳ ପାଇଁ ଉଚ୍ଚ ପ୍ରଦର୍ଶନ ଜାରି ରଖିବେ । ବର୍ତ୍ତମାନ ସେ ଟିମ୍ର କୌଣସି କାମରେ ବ୍ୟସ୍ତ ରହିଛନ୍ତି । କିନ୍ତୁ ଯେତେବେଳେ ଅଭ୍ୟାସ ପାଇଁ ପଡିଆ ଓହ୍ଲାଇବେ, ସେତେବେଳେ ଜୋରାଦାର ପ୍ରତ୍ୟାବର୍ତ୍ତନ କରିବେ ।