oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ନାହାନ୍ତି ଶାମି-ଜାଡେଜା, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ XI

19/09/2022 at 7:06 PM

ମୋହାଲି: ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି। ସେପ୍ଟେମ୍ବର ୨୦ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଭାରତୀୟ ଦଳ ସଂପୂର୍ଣ୍ଣ ପ୍ରସ୍ତୁତ। ଅଧିନାୟକ ଏବଂ କୋଚ୍‌ଙ୍କ ପାଇଁ ସବୁଠୁ ବଡ ମୁସ୍କିଲ କାମ ଚୂଡାନ୍ତ ଏକାଦଶ ଚୟନ କରିବା। କାରଣ ଜାଡେଜା ଆହତଜନିତ ସମସ୍ୟା ଏବଂ ଶାମି କରୋନା କାରଣରୁ ଦଳରୁ ବାଦ୍ ପଡିଛନ୍ତି। ତେଣୁ ପ୍ରଥମ ଟି-୨୦ରେ କେଉଁ ୧୧ ଜଣ ଖେଳାଳି ମଇଦାନକୁ ଓହ୍ଲାଇବେ ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର।

ଟି-୨୦ ବିଶ୍ଵ କପ୍ ପୂର୍ବରୁ ଭାରତୀୟ ଦଳ ନିକଟରେ ନିଜର ଶ୍ରେଷ୍ଠ ଚୂଡାନ୍ତ ଏକାଦଶକୁ ମଇଦାନକୁ ଓହ୍ଲାଇବା ନେଇ ଶେଷ ସୁଯୋଗ ରହିଛି। ଅଧିନାୟକ ରୋହିତ ଶର୍ମା ପୂର୍ବରୁ କହି ସାରିଛନ୍ତି ଯେ, ପ୍ରୟୋଗ ଏବଂ ପ୍ରସ୍ତୁତି ସମୟ ସରି ଯାଇଛି। ଏବେ ସମସ୍ତ ଯୋଜନାକୁ ଲାଗୁ  କରିବାର ସମୟ ଆସି ଯାଇଛି।

ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ବହୁତ ମୁସ୍କିଲ। କାରଣ ଦଳ ଚାରି ବୋଲର ସହ ଆଗକୁ ବଢୁଛି ଏବଂ ଅଲରାଉଣ୍ଡର ମଧ୍ୟ ସାମିଲ୍। କିନ୍ତୁ ସବୁଠୁ ବଡ ପ୍ରଶ୍ନ ଏହା ଯେ, ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବ। ପନ୍ତଙ୍କ ପ୍ରଦର୍ଶନ ଦେଖିଲେ ଟି-୨୦ରେ ତାଙ୍କୁ ସ୍ଥାନ ସୁରକ୍ଷିତ ଲାଗୁନାହିଁ। ବାମହାତୀ ବ୍ୟାଟସମ୍ୟାନ ହୋଇଥିବା କାରଣରୁ କେବଳ ଦଳର ରଣନୀତି ଦୃଷ୍ଟିରୁ ତାଙ୍କୁ ଦଳରେ ସୁଯୋଗ ମିଳିପାରେ। ଯଦି ସାତ ବ୍ୟାଟସମ୍ୟାନ ଖେଳାଯିବ ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପୂରା ଚାରି ଓଭର ଫିଙ୍ଗିବାକୁ ପଡିବ।

ପ୍ରଥମ ଟି-୨୦ ପାଇଁ ଏମିତି ହୋଇପାରେ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ରବିଚନ୍ଦ୍ରନ ଅଶ୍ଵିନ, ଯଶପ୍ରୀତ ବୁମରା, ହର୍ଷଲ ପଟେଲ୍, ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ।

ଭାରତ-ଅଷ୍ଟ୍ରେଲିଆ ସିରିଜ୍

ପ୍ରଥମ ଟି-୨୦: ସେପ୍ଟେମ୍ବର ୨୦, ମୋହାଲି

ଦ୍ଵିତୀୟ ଟି-୨୦: ସେପ୍ଟେମ୍ବର ୨୩, ନାଗପୁର

ତୃତୀୟ ଟି-୨୦: ସେପ୍ଟେମ୍ଵର ୨୫, ହାଇଦ୍ରାବାଦ

   Related Posts