ପାହାଡ ଉପରେ ଝୁଲୁଛି ଦୋକାନ, ପର୍ବତାରୋହୀଙ୍କ ସାଜିଛି ସାଥି,ଦୋକାନ ଚଳାଉଛନ୍ତି ଯୁବତୀ

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ ୧୭।୦୮: ଦୈନନ୍ଦିନ ଜୀବନରେ ଆମେ ଦୋକାନ ଦେଖୁଛେ । କିନ୍ତୁ କଣ ଆପଣ ଦେଖିଛନ୍ତି କି ପାହଡ ଉପରେ ଝୁଲୁଥିବା ଦୋକାନ । ସେ ପୁଣି ୩୯୩ ଫୁଟ ଉଚ୍ଚ ପାହାଡ ଉପରେ । ଯଦି ଆପଣଙ୍କୁ କୁହାଯିବ ଯେ ସେହି ଦୋକାନରୁ ଯାଇ ଜିନିଷ ଆଣିବାକୁ, ତେବେ କଣ ଆପଣ ଯିବେ ସେଠିକି । ଏକଥାରେ ନିଶ୍ଚୟ ଟିକେ ହଡବଡେଇ ଯିବେ । କାରଣ ଯିବା ପୂର୍ବରୁ ଚିନ୍ତା କରିବେ ଯେ, ଏଠାକୁ କେମିତି ଯିବେ ?ଯଦି ଏଠାକୁ ଯାଇପାରିବେନି ତେବେ ଏଠାରେ ଦୋକାନର ଗ୍ରାହକ କିଏ ?

{"id":831960,"sizeSlug":"full","linkDestination":"none"}

ବାସ୍ତବରେ ଏପରି ଏକ ଦୋକାନ ଅଛି ଚାଇନାର ହୁନାନ ପ୍ରଦେଶରେ । ଯାହା ୩୯୩ ଫୁଟ ଉଚ୍ଚର ଏକ ପାହାଡ ଉପରେ ଝୁଲୁଛି। ପାହାଡ ଉପରେ ଝୁଲୁଥିବା ଏହି ଦୋକାନକୁ ଜଣେ ଝିଅ ଚଳଉଛନ୍ତି । ତେବେ ଏହି ଦୋକାନଟି ଏକ ବାକ୍ସ ଆକୃତିର । ଏହାକୁ ପାହାଡରେ ଲୁହା କ୍ଲାମ୍ପ୍ ସାହାଯ୍ୟରେ ଟଙ୍ଗାଯାଇଛି । ଏହି ଦୋକାନର ଖାସ୍‌ ଫାଇଦା ଉଠାଇଥାନ୍ତି ପର୍ବତାରୋହୀମାନେ ।

{"id":831963,"width":839,"height":559,"sizeSlug":"full","linkDestination":"none"}

ସେମାମାନେ ଏହି ଦୋକାନରୁ ପାଣି ବୋତଲ ଏବଂ ସ୍ନାକ୍ସ ଇତ୍ୟାଦି କଣିପାରନ୍ତି । ଏକ ରିପୋର୍ଟ ଅନୁଯାୟୀ,  ସବୁ ସମୟରେ ଏହି ଦୋକାନ ଭିତରେ କେହି ନା କେହି କର୍ମଚାରୀ ରହିଥାନ୍ତି । ତେବେ ଏହି ଷ୍ଟୋର୍‌କୁ ଦୁନିଆର 'ସବୁଠାରୁ ଅସହଜ' ଦୋକାନ ବୋଲି କୁହାଯାଉଛି ।  ଦୋକାନଟିର ଭିନ୍ନତା ଯୋଗୁଁ ସୋସିଆଲ ମିଡିଆରେ ଏହାର ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି।

{"id":831961,"width":839,"height":545,"sizeSlug":"full","linkDestination":"none"}

ତେବେ ଏହି ଷ୍ଟୋର୍‌ର ଫଟୋକୁ @gunnrosesgirl3 ଦ୍ୱାରା ଟ୍ୱିଟରରେ ଶେୟାର କରାଯାଇଛି । ଟ୍ୱିଟରରେ ପୋଷ୍ଟଟି ସେୟାର ହେବା ପରେ ଫଟୋଗୁଡ଼ିକୁ ୧୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଏହାବ୍ୟତୀତ ଫଟୋକୁ ୯ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ଅନେକ ସେୟାର ମଧ୍ୟ କରାଯାଇଛି । ଏହି ଫଟୋରେ ଅନେକ ଲୋକ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, "ଏହା ଅବିଶ୍ୱସନୀୟ।” ସେହିପରି ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି,"ଏହା ପଛର କାରଣ କଳ୍ପନା କରିହେବ ନାହିଁ, କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ।"

You Can Read:

wp:embed {"url":"https://www.prameyanews7.com/mps-couple-hoisted-the-tricolor-on-mount-elbrus/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mps-couple-hoisted-the-tricolor-on-mount-elbrus/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.