କୋଡ ୱାର୍ଡ ହେଉଛି ଦେହ ବ୍ୟବସାୟ – ବାଲେଶ୍ୱର ତଳସାରିରେ ଚାଲିଛି ଏହି କଳା କାରନାମା

Published By : Prameya-News7 Bureau | December 13, 2019 IST

ବାଲେଶ୍ୱର ୧୩।୧୨ - ଗୋଟିଏ ପଟେ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମକୁ ନେଇ ସାରା ଦେଶ ହୁଲସ୍ତୁଲ ହେଉଛି। ସେପଟେ କିନ୍ତୁ ନାରୀଙ୍କୁ କେମିତି ଖରିଦ୍ ବିକ୍ରି ଦ୍ରବ୍ୟ କରି ବ୍ୟବହାର କରୁଛନ୍ତି କିଛି ହୋଟେଲ ମାଲିକ ତାହା ଏବେ ସାମ୍ନାକୁ ଆସିଛି। ଏମିତି କିଛି ହୋଟେଲର କାରବାରକୁ ସାମ୍ନାକୁ ଆଣିଛି ନ୍ୟୁଜ ସେଭେନର ଷ୍ଟିଙ୍ଗ ଅପରେସନ। ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ହୋଟେଲଗୁଡ଼ିକରେ ଯାହା ଚାଲିଛି ତାହା ଆଜି ଆପଣ ନ୍ୟୁଜ ସେଭେନରେ ଦେଖିଥିବେ।  ନ୍ୟୁଜ ସେଭେନ ଆଜି ମାରାଥନ ଖବର  ପ୍ରସାରଣ କରିବା ପରେ ହୋଟେଲରେ ପୋଲିସ ଚଢାଉ କରିଥିଲା।

{"id":197392,"sizeSlug":"large"}

ଅପରେସନ୍ ୧୫-୬୦-୩୬୦ । ଏହା ହେଉଛି କୋଡ୍ ୱାର୍ଡ । ଆଉ ଏହି କୋଡ ୱାର୍ଡ ହେଉଛି ଦେହ ବ୍ୟବସାୟର । ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲେଶ୍ବରର ତାଳସରୀରେ କିଛି ହୋଟେଲ୍ ବେଧଡକ ଭାବେ ନାରୀକୁ ସୋ କେସ୍‌ରେ ଥୋଇଛନ୍ତି। ଯାହା ଆପଣ ଦେଖିଲେ କାବା ହୋଇଯିବେ। ନ୍ୟୁଜ୍ ସେଭେନ୍ ଏହି ଘଟଣାର ପର୍ଦ୍ଦାଫାଶ ପାଇଁ କରିଥିଲା ଷ୍ଟିଙ୍ଗ ଅପରେସନ୍ । ପକ୍କା ଖବର ପାଇବା ପରେ ଆମ ପ୍ରତିନିଧି ତାଳସାରୀ ସମୁଦ୍ର କୂଳରେ ଥିବା ଏକ ହୋଟେଲ୍ରେ ପହଞ୍ଚିଥିଲେ । ଯେଉଁଠାରେ ପ୍ରତି ରୁମ୍‌ରେ ନାରୀଙ୍କୁ ସଜେଇ ରଖାଯାଇଥିଲା । ହୋଟେଲ୍ରେ ପହଞ୍ଚିବା ମାତ୍ରେ ଗ୍ରାହକଙ୍କୁ ରୁମ୍ ପରିକ୍ରମା କରାଯାଏ। ଯେପର୍ଯ୍ୟନ୍ତ ପସନ୍ଦ ନହୋଇଛି।  ତାପରେ ମ୍ୟାନେଜର କରନ୍ତି ଡିଲ୍ ।

{"id":197394,"sizeSlug":"large"}

୧୫ ମିନିଟ୍, ୬୦ ମିନିଟ୍ ଓ ୩୬୦ ମିନିଟ୍ ଅର୍ଥାତ୍ ୬ ଘଣ୍ଟା କିମ୍ବା ରାତିକ ପାଇଁ  । ଅପରେସନ ଆଗକୁ ବଢ଼ିଥିଲା। ହୋଟେଲରେ ଅନ୍ଦର ବେପାର ପର୍ଦ୍ଦାଫାଶ କରିବା ଥିଲା ଆମର ଉଦ୍ଦେଶ୍ୟ। ଏଠାରେ ଚାରିକଡ଼େ ବୁଲୁଥିଲେ ବାଉନ୍ସର। ଜୀବନ ପ୍ରତି ବିପଦ ଥିଲା।  ଆମେ ଯେତିକି ଯେତିକି ଆଗକୁ ବଢୁଥିଲୁ, ସେତିକି ସେତିକି ଖୋଲୁଥିଲା ରହସ୍ୟ । ଦେହବେପାର କରୁଥିବା ଯୁବତୀମାନେ କେଉଁଠାରୁ ଓ କେଉଁ ପରିସ୍ଥିତିରେ ଏଠିକି ଆସିଛନ୍ତି ବଖାଣିଥିଲେ । ଆମ ନ୍ୟୁଜ ଟିମ୍ ହୋଟେଲ କର୍ମଚାରୀଙ୍କଠାରୁ ଆରମ୍ଭ କରି, ମ୍ୟାନେଜରଙ୍କ ସହ ବି କଥା ହୋଇଥିଲା ।

{"id":197402,"sizeSlug":"large"}

କେବଳ ସେହି ଗୋଟିଏ ହୋଟେଲ୍ ନୁହେଁ ବେଳାଭୂମିରେ ଥିବା ଆଉ କିଛି ହୋଟେଲ୍ରେ ଚାଲିଛି ସମାନ କାରବାର ସମାନ ଉପାୟରେ।  ଏଠି ପ୍ରାୟତଃ ବଙ୍ଗାଳି ଯୁବତୀମାନେ ରୂପଜୀବୀ ଭାବେ କାମ କରୁଛନ୍ତି । ବିଭିନ୍ନ ବୟସର ବିବାହିତ ଏବଂ ଅବିବାହିତ ଯୁବତୀଙ୍କୁ ଏହି ବେଆଇନ କାମରେ ଲଗାଯାଉଛି । ଆଉ ଏଥିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଛନ୍ତି  ମୁନାଫାଖୋର ହୋଟେଲ୍ ମାଲିକମାନେ ।

{"id":197395,"sizeSlug":"large"}

ପ୍ରଶ୍ନ ଉଠୁଛି ତାଳସାରୀରେ ଏହି କାରବାର ଦୀର୍ଘ ଦିନ ହେଲା ଚାଲୁଥିଲେ ବି ପୋଲିସ ଜାଣିପାରି ନାହିଁ କେମିତି ?  ପୋଲିସ ସଲାସୁତୁରାରେ ଚୁପ ରହିଛି କି?  ସ୍ଥାନୀୟ ଲୋକେ ଭୟରେ ମୁହଁ ଖୋଲନ୍ତି ନାହିଁ । ନ୍ୟୁଜ୍ ସେଭେନ୍‌ର ଏହି କେଳେଙ୍କାରୀ ଖବର ପ୍ରସାରଣ ପରେ ହୋଟେଲରେ ପଡିଛି ଛାପା । ଚଢାଉ ଆଗରୁ ରୂପଜୀବୀମାନେ ଅନ୍ତର୍ଧ୍ୟାନ ହୋଇଯାଇଥିଲେ । ରେକର୍ଡ ଛାନଭିନ୍ କରିଥିଲା ପୋଲିସ। 

{"id":197396,"sizeSlug":"large"}

ତାଳସାରୀରେ କଣ ଚାଲିଛି ତାହା ଆମେ ଆପଣଙ୍କ ନଜରରେ, ପୋଲିସ ନଜରରେ ରଖିଲୁ। ଷ୍ଟିଙ୍ଗ ଅପରେସ କରିବା ଆମ ପାଇଁ ଖୁବ ବିପଦପୂର୍ଣ୍ଣ ଥିଲା। ଏବେ ପୋଲିସ ତାର ଅଭିଯାନ କଣ କରୁଛି ତା ଉପରେ ରହିଛି ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.