ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସ୍ତ୍ରୀ ଏବଂ ୫ ପିଲା ଥାଇ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଏହି ଲୋକପ୍ରିୟ କ୍ରିକେଟର

19/08/2021 at 6:15 PM

ନୂଆଦିଲ୍ଲୀ ୧୯/୦୮: କ୍ରିକେଟର୍ସଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଜାଣିବାକୁ ଖେଳ ପ୍ରେମୀଙ୍କ ମନରେ ଉତ୍ସାହ ଥାଏ। ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜ ଖେଳ ବ୍ୟତୀତ ପର୍ସନାଲ୍‌ ଲାଇଫ୍‌ ପାଇଁ ବେଶ ଚର୍ଚ୍ଚାରେ ଥାନ୍ତି। ଏମିତି କ୍ରିକେଟର ଅଛନ୍ତି ଯେଉଁମାନେ ଦ୍ବିତୀୟ ବିବାହ କରିଛନ୍ତି। କିନ୍ତୁ ବିଶ୍ବରେ ଏମିତି ଜଣେ ଖେଳାଳି ଯିଏକି ପ୍ରଥମ ପତ୍ନୀ ଥାଇ ମଧ୍ୟ ଦ୍ବିତୀୟ ବିବାହ କରିବାକୁ ନିଷ୍ପିତ୍ତି ନେଇଛନ୍ତି।

ଏହି ଖେଳାଳି କଲେ ଦ୍ବିତୀୟ ଥର ନିର୍ବନ୍ଧ
ଆଫଗାନିସ୍ତାନ କ୍ରିକେଟ ଟିମ୍‌ର ଅଧିନାୟକ ଦ୍ବିତୀୟ ଇନିଂସ୍‌ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅସଗର ଆଫଗାନ କ୍ରିକେଟ ଜଗତରେ ବହୁ ନାଁ କମେଇଛନ୍ତି। କିନ୍ତୁ ଏହି ଖେଳାଳି ଦ୍ବିତୀୟ ଥର ପାଇଁ ନିର୍ବନ୍ଧ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଅସଗର ଖୁବଶୀଘ୍ର ଦ୍ବିତୀୟ ବିବାହ କରିବେ। କିନ୍ତୁ ଅସଗର ପ୍ରଥମରୁ ବିବାହିତ ଏବଂ ତାଙ୍କର ଗୋଟିଏ ପୁଅ ସହ ୫ ପିଲା ମଧ୍ୟ ଅଛନ୍ତି।

ଟ୍ବିଟରରୁ ମିଳିଲା ସୂଚନା


ଅସଗର ଆଫଗାନ ଗତବର୍ଷ ନଭେମ୍ବର ମାସରେ ଦ୍ବିତୀୟ ପତ୍ନୀ ହେବାକୁ ଥିବା ଯୁବତୀଙ୍କ ସହ ନିର୍ବନ୍ଧ କରିଥିଲେ। ଏନେଇ ଆଫଗାନିସ୍ତାନର ଜଣେ ସାମ୍ବାଦିକ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଆଫଗାନିସ୍ତାନ ଟିମ୍‌ର ଅଧିନାୟକ ଅସଗର ଆଫଗାନ ଜୀବନରେ ଦ୍ବିତୀୟ ଥର ନିର୍ବନ୍ଧ କରିଛନ୍ତି। ତାଙ୍କ ପ୍ରଥମ ପତ୍ନୀଙ୍କ ସହ ତାଙ୍କର ୫ ପିଲା ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୁଅ ଅଛି। ଦ୍ବିତୀୟ ପାଳି ପାଇଁ ଶୁଭକାମନା ଅଧିନାୟକ।’

ବିଶ୍ବକପ୍‌ରେ କରିଥିଲେ କ୍ୟାପ୍ଟେନସିପ୍‌
ଅସଗର ଆଫଗାନ୍‌ଙ୍କୁ ୨୦୧୯ରେ ପୁଣି ଥରେ ଅଧିନାୟକ କରାଯାଇଥିଲା। ଦୀର୍ଘ ବର୍ଷ ହେଲା ସେ ଆଫଗାନିସ୍ତାନ ଟିମ୍‌ର ଅଧିନାୟକ ଥିଲେ।  ପୁଣି ତାଙ୍କ ସ୍ଥାନରେ ରାଶିଦ ଖାନଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା। ୨୦୦୯ରେ ଅସଗର ନିଜ ଟିମ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ କ୍ୟାପ୍ଟେନସିପ୍‌ରେ ଆଫଗାନିସ୍ତାନ ବହୁ ବାର ଓ୍ବାର୍ଲଡ୍‌ କପ୍‌ ଖେଳିଛି।

   Related Posts