ଏହି ବ୍ୟାଙ୍କର ଗୋଟିଏ କି ୨ଟି ନୁହେଁ ବନ୍ଦ ହେବାକୁ ଯାଉଛି ୬୦୦ ଶାଖା, ଆପଣଙ୍କ ବ୍ରାଞ୍ଚ ନାହିଁତ ଏଥିରେ?

Published By : Prameya-News7 Bureau | May 05, 2022 IST

ନୂଆଦିଲ୍ଲୀ ୫।୫: ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ସମୟରେ ସାଧାରଣ ଲୋକଙ୍କୁ ବେଶ ଫାଇଦା ମିଳୁଛି। ଏଥିରେ ଏପରି ବି ଲୋକେ ଥିବେ ଯେଉଁମାନେ ବ୍ୟାଙ୍କ ବ୍ରାଞ୍ଚକୁ ଶେଷ ଥର କେବେ ଯାଇଥିଲେ ମନେ ନଥିବ। ଏଥିରେ କ୍ଷତିରେ ଚାଲୁଥିବା ବ୍ୟାଙ୍କମାନେ ସେମାନଙ୍କର ଶାଖା ହ୍ରାସ କରିବା ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ  ଦେଶର ଅଗ୍ରଣୀ ବ୍ୟାଙ୍କ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଇତି ମଧ୍ୟରେ ନିଜର ୧୩ ପ୍ରତିଶତ ବ୍ରାଞ୍ଚ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।

{"id":624312,"sizeSlug":"full","linkDestination":"none"}

ଏକ ରିପୋର୍ଟ ଅନୁସାରେ ପ୍ରାୟ ୧୦୦ ବର୍ଷ ପୁରୁଣା ଏହି ବ୍ୟାଙ୍କ ତାର ଗୋଟିଏ କି ୨ଟି ନୁହେଁ ଏକକାଳୀନ ୬୦୦ଟି ଶାଖାକୁ ବନ୍ଦ କରିବାକୁ ଯାଉଛି। ଏହି ସବୁ ଶାଖା ବନ୍ଦ କରିବାର କାମ ୨୦୨୩ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସାରା ଦେଶରେ ଏହି ବ୍ୟାଙ୍କର ଏବେ ୪ ହଜାର ୫୯୪ଟି ଶାଖା ରହିଛି। ତଥାଭିଜ୍ଞଙ୍କ ଅନୁସାରେ ବ୍ୟାଙ୍କ ଖରାପ ଆର୍ଥିକ ସ୍ଥିତିର ସୁଧାର ଲାଗି ଏପରି ନିଷ୍ପତ୍ତି ନେଇଛି।

{"id":624313,"sizeSlug":"full","linkDestination":"none"}

ଶାଖାଗୁଡିକୁ ବନ୍ଦ କଲେ ବ୍ୟାଙ୍କର ନନ କୋର ସମ୍ପତ୍ତି ଯେପରିକି ରିୟଲ ଇଷ୍ଟେଟ୍ ବିକ୍ରି କରାଯିବ। ବ୍ୟାଙ୍କମାନଙ୍କର ଆର୍ଥିକ ପରିସ୍ଥିତିରେ ସୁଧାର ଲାଗି ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ) ସେଣ୍ଟ୍ରାଲ ବ୍ୟାଙ୍କ ସମେତ ଅନ୍ୟ ବ୍ୟାଙ୍କମାନଙ୍କ ଲାଗି ୨୦୧୭ ମସିହାରେ ବ୍ୟବସ୍ଥାରେ  ପ୍ରମ୍ପଟ କରେକ୍ଟିଭ ଆକ୍ସନ( ପିସିଏ) ରଖିଥିଲେ। କିଛି ବର୍ଷରେ ଅନ୍ୟ ବ୍ୟାଙ୍କମାନେ ଏଥିରୁ ବାହାରି ଯାଇଛନ୍ତି। ହେଲେ ଏଥିକରୁ ସେଣ୍ଟ୍ରାଲ ବ୍ୟାଙ୍କ ବାହାରି ପାରି ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.