ବନ୍ଦ ହୋଇଗଲା ଦେଶର ଏହି ବଡ ବ୍ୟାଙ୍କ, ତୁରନ୍ତ ଉଠାଇ ନିଅନ୍ତୁ ଜମା ଟଙ୍କା
20/07/2019 at 9:33 PM

ମୁମ୍ବାଇ: ଲୋକେ ଭବିଷ୍ୟତ ସୁରକ୍ଷା ନିମନ୍ତେ ସେମାନଙ୍କ କଷ୍ଟ ଲବ୍ଧ ଅର୍ଥ ଓ ଜୀବନଜାକର ସଞ୍ଚିତ ଅର୍ଥକୁ ଲାଭ ଜନକ ସୁଧ ହାର ପାଇଁ ବ୍ୟାଙ୍କରେ ଜମା ରଖନ୍ତି । ହେଲେ ସେମାନଙ୍କୁ ସେତେବେଳେ ବିକଟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡେ, ଯେତେବେଳେ ଟଙ୍କା ଜମା ରଖିଥିବା ବ୍ୟାଙ୍କ ବନ୍ଦ ହୋଇଯାଏ। ତେବେ ଜମାକାରୀଙ୍କ ହିତର ସୁରକ୍ଷା ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନେକ ନିୟମ କାନୁନ କରିଛନ୍ତି । କିନ୍ତୁ ଥରେ ବ୍ୟାଙ୍କ ବନ୍ଦ ହେବା ପରେ ବାରଦ୍ୱାର ଶୁଣ୍ଢିପିଣ୍ଢା ହୁଅନ୍ତି ଜମାକାରୀ। ଏଣୁ ଏଭଳି ପରିସ୍ଥିତିରେ କଣ କରିବେ ଜମାକାରୀ ଆସନ୍ତୁ ଜାଣିବା।

ଆଦିତ୍ୟବିରଳା ପେମେଣ୍ଟ ବ୍ୟାଙ୍କ ବନ୍ଦ ହେବ। ମାତ୍ର ୧୭ ମାସ ପୂର୍ବେ ଏହି ବ୍ୟାଙ୍କ ଖୋଲିଥିଲା। ହେଲା ଏବେ ବ୍ୟାଙ୍କ ବନ୍ଦ କରିବାକୁ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ରେଗ୍ୟୁଲେଟରୀ ଆପ୍ରୁଭାଲ ମିଳିସାରିଛି ବୋଲି ଏହି ବ୍ୟାଙ୍କର ସହଯୋଗୀ ବୋଡାଫୋନ-ଆଇଡିଆ ଟେଲିକମର ଅଧିକାରୀମାନେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ବ୍ୟାଙ୍କ ଆଇଡିଆ ସେଲ୍ୟୁଲାର ଓ ବିରଳା ନୁଭୋ ଲିମିଟେଡର ଏକ ଜଏଣ୍ଟ ଭେଞ୍ଚର ଥିଲା। ଆଦିତ୍ୟ ବିରଳା ନୁଭୋର ୫୧ ପ୍ରତିଶତ ଓ ଆଇଡିଆ ସେଲ୍ୟୁାଲାରର ୪୯ପ୍ରତିଶତ ଭାଗିଦାରୀରେ ସ୍ଥାପିତ ବ୍ୟାଙ୍କର ସାରା ଦେଶରେ ୭ଟି ପେମେଣ୍ଟ ବ୍ୟାଙ୍କ ରହିଛି।

ତେବେ ବ୍ୟାଙ୍କ ବନ୍ଦ ହେବା ପୂର୍ବରୁ ଗ୍ରାହକଙ୍କୁ ସେମାନଙ୍କ ସଞ୍ଚିତ ଅର୍ଥ ଫେରାଇବାକୁ ସମସ୍ତ ବନ୍ଦୋବସ୍ଥ କରିଥିବା କହିଛନ୍ତି କର୍ତ୍ତୃପକ୍ଷ। ଆରବିଆଇଙ୍କ ଗାଇଡଲାଇନ ଅନୁସାରେ ଏବେ ପରିଚାଳନା ସହ କାର୍ଯ୍ୟ ଜାରି ରଖିବେ ଏହି ବ୍ୟାଙ୍କ। ଶେଷ ଜମାକାରୀ ଜଣକ ତାଙ୍କର ସଞ୍ଚିତ ଅର୍ଥ ନ ନେବା ପର୍ଯ୍ୟନ୍ତ ବ୍ୟାଙ୍କରେ ତାଲା ପଡିବ ନାହିଁ। ବ୍ୟାଙ୍କରେ ଜମାକାରୀଙ୍କର ପ୍ରାୟ ୨୦ କୋଟି ଟଙ୍କା ଜମା ଥିବା ଜଣାପଡିଛି।