ଆପଲର ଏହି ନୂଆ ଡିଭାଇସ୍ ଯୋଗୁ ଘରୁ ହଟି ଯିବ ଟେଲିଭିଜନ ସେଟ୍, ଆନନ୍ଦ ମହିନ୍ଦ୍ରା କହିଲେ ସାମସଙ୍ଗ ଓ ସୋନି କରିବେ କ’ଣ?

Published By : Prameya-News7 Bureau | June 08, 2023 IST

ନୂଆଦିଲ୍ଲୀ ୮।୬: ଟେକ୍ନୋଲଜି ଜଗତରେ ଏବେ ଆଇଫୋନ ନିର୍ମାତା କମ୍ପାନୀ ଆପଲର ଚର୍ଚ୍ଚା । ଗତ ସୋମବାର ଆପଲ ୱାର୍ଲଡ ୱାଇଡ୍ ଡେଭଲପର୍ସ କନଫରେନ୍ସ-୨୦୨୩ରେ ଏକ ଏମିତି ଆଶ୍ଚର୍ଯ୍ୟଜନକ ପ୍ରଡକ୍ଟ ଲଞ୍ଚ କରିଛନ୍ତି ଯାହାକୁ ଆମେ ଏପର୍ଯ୍ୟନ୍ତ କେବଳ ହଲିଉଡ ଫିଲ୍ମରେ ଦେଖି ଆସିଛେ। ଏହି ପ୍ରଡକ୍ଟର ନାମ ହେଉଛି ଆପଲ ଭିଜନ ପ୍ରୋ ହେଡସେଟ୍। ଏହା ଏକ ଅନନ୍ୟ ଓ ଚମତ୍କାର ପ୍ରଡକ୍ଟ  କାରଣ ଏହା ସ୍ପେଶାଲ କମ୍ପ୍ୟୁଟରର ଡିଜିଟାଲ କଣ୍ଚେଣ୍ଟକୁ ଫିଜିକାଲ ୱାର୍ଲଡ ସହ ଯୋଡି ଦେଉଛି।

{"id":800198,"sizeSlug":"full","linkDestination":"none"}

ଏହି ହେଡସେଟ୍‌ କେହି ଲଗେଇ ଦେଲେ ଭର୍ଚୁଆଲ ମୋବାଇଲ ଓ ଟେଲିଭିଜନକୁ ଅପରେଟ କରିପାରିବେ। ଅର୍ଥାତ କାନ୍ଥରେ ଟିଭି ନଥିଲେ ମଧ୍ୟ ଆପଣ ଟେଲିଭିଜନ ଦେଖି ପାରିବେ। କିଛି ସମୟ ପୂର୍ବରୁ ଗୁଗଲ ଗ୍ଲାସ୍‌ ନାମରେ ପାଖାପାଖି ଏମିତି ଏକ ପ୍ରଡକ୍ଟକୁ ବଜାରରେ ଛଡା ଯାଇଥିଲା। ତେବେ ଏହା ଫ୍ଲପ୍ ହୋଇଯାଇଥିଲା ଓ କମ୍ପାନୀକୁ ଏହାକୁ ବନ୍ଦ କରିବାକୁ ପଡିଥିଲା। ହେଲେ ଏହି ହେଡସେଟ୍ ତାଠାରୁ  ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଛି। ଏହି ଅଭୂତ ହେଡସେଟ୍ ଲଞ୍ଚ ହେବାପରଠାରୁ ଟେକ୍‌ ଦୁନିଆରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଆରବିଆଇର ମୁଦ୍ରା ନୀତି ଘୋଷଣା, ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ଏହାକୁ ନେଇ ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ଟିଭି ନିର୍ମାଣକାରୀ କମ୍ପାନୀମାନଙ୍କୁ ଏବେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଆପଲ ସିଇଓ ଟିମ୍‌ କୁକ୍ ଟ୍ୱିଟରରେ ଆପଲ ଭିଜନ ପ୍ରୋ ହେଡସେଟ୍‌ ର ଏକ ବିଜ୍ଞାପନ ଫିଲ୍ମ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଆନନ୍ଦ ମହିନ୍ଦ୍ରା ପ୍ରତିକ୍ରିୟା ପ୍ରକାଶ କରିବା ସହ କିଛି ପ୍ରଶ୍ନ ମଧ୍ୟ କରିଛନ୍ତି। ଏଥିରେ ଆନନ୍ଦ ମହିନ୍ଦ୍ରା ଭବିଷ୍ୟତରେ ଟିଭିର ଅସ୍ତିତ୍ୱ ଉପରେ ପ୍ରଶ୍ନ କରିଛନ୍ତି।

wp:html /wp:html

ସେ ଏ ନେଇ ଏକ ଟ୍ୱିଟ୍‌ କରିଥିବା ବେଳେ ’ଏହା କଣ ବଡ଼ ସ୍କ୍ରିନର ଟିଭି ଡିସପ୍ଲେ ସମାପ୍ତ ହେବାର ସଂକେତ କି’ ବୋଲି ପଚାରିଛନ୍ତି। ସାମସଙ୍ଗ ଓ ସୋନି ବୋର୍ଡ ରୁମରେ ଏହାର ଜବାବ ପାଇଁ ଏବେ କିପରି ପ୍ରସ୍ତୁତି ଚାଲୁଥିବ। ସେହିପରି ଲୋକଙ୍କ ମୁଭି ଓ ସ୍ପୋର୍ଟସ ମ୍ୟାଚ୍ ଦେଖିବା ଅଭ୍ୟାସର କଣ ହେବ ବୋଲି ମହିନ୍ଦ୍ରା ପଚାରିଛନ୍ତି। ତେବେ ଆପଲର ଏହା ମିକ୍ସଡ ରିୟଲିଟି ହେଡସେଟ୍‌ ଅଟେ। ଏହାର ବିକ୍ରି ଆଗାମୀ ବର୍ଷ ପ୍ରାରମ୍ଭରେ ଆମେରିକାରେ ହେବ। ଏହା ନିଜକୁ ନିଜେ ଏକ ମିନି କମ୍ପ୍ୟୁଟର ଭଳି।

RBIଙ୍କ ବଡ଼ ଘୋଷଣା, ସବୁ ବ୍ୟାଙ୍କ ଜାରି କରିପାରିବେ RuPay ପ୍ରିପେଡ ଫୋରେକ୍ସ କାର୍ଡ

ଏହାର ନିଜର ସଫ୍ଟୱେର ରହିଛି ଓ ଏଥିରେ ପ୍ରୋସେସର ମଧ୍ୟ ଲଗାଯାଇଛି, ଯେଉଁଥିରେ ସାଉଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଏହା ଏକ ପିନ୍ଧି ହେଉଥିବା ଡିଭାଇସ ଓଏଥିରେ ଅନେକ କ୍ୟାମେରା ସାଙ୍ଗକୁ ସେନସର ମଧ୍ୟ ରହିଛି। ଆପଲ ଭିଜନ ପ୍ରୋ ପିନ୍ଧି ରିୟଲ ୱାର୍ଲଡକୁ ଡିଜିଟାଲ ୱାର୍ଲଡ ସଂଯୁକ୍ତ କରାଯାଇପାରିବ। ଏଥିରେ ମୁଭି ଦେଖି ହେବା ସହ ଖେଳ ବି ଖେଳି ହେବ। ଏହା ଛଡା ଭିଡିଓ କନଫରେନସିଂ ମଧ୍ୟ କରାଯାଇ ପାରିବ। ଏଥିରେ ଆପଲ ଆପସ୍‌ର ମଧ୍ୟ ଉପଯୋଗ ହୋଇପାରିବ। ତେବେ ସବୁଠୁ ଯାହା ଖାସ କଥା ଏହାକୁ କଣ୍ଟ୍ରୋଲ କରିବା ପାଇଁ ଅଲଗା କଣ୍ଟ୍ରୋଲ ଡିଭାଇସ ନାହିଁ। କେବଳ ଆଖି ଓ ଅଙ୍ଗୁଳିରେ ଡିଜିଟାଲ କଣ୍ଟେଟ୍‌ ଅପରେଟ କରାଯାଇ ପାରିବ।

{"id":800200,"width":839,"height":478,"sizeSlug":"full","linkDestination":"none"}

ଆପଲର ଏହି ଭିଜନ ପ୍ରୋରେ ଶକ୍ତିଶାଳୀ ଏମ-୨ ଟିପ୍‌ ଦିଆଯାଇଛି। ଏହା ସହିତ ଏଥିରେ ଏମ-୨ ଆଧାରିତ ଏକ ଆର-୧ ଚିପ୍‌ ମଧ୍ୟ ରହିଛି। ଏହା ୧୨ଟି କ୍ୟାମେରା, ୫ଟି ସେନସର ଓ ୬ଟି ମାଇକ୍ରୋଫୋନକୁ ସପୋର୍ଟ କରିପାରିବ। ଏହାର ବଜାର ମୂଲ୍ୟ ୩ ହଜାର ୪୯୯ ଡଲାର ଅର୍ଥାତ୨ ଲକ୍ଷ ୮୮ ହଜାର ୭୦୦ ଟଙ୍କା ରଖା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.