ଉଡ଼ାଣ ପୂର୍ବରୁ ଯାତ୍ରୀଙ୍କ ଓଜନ ମାପିବ ଏୟାରଲାଇନ୍‌ ! ଏହି ବିମାନ କମ୍ପାନିର ନିଷ୍ପତ୍ତି

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ, ୩୦/୦୫: ବିମାନରେ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ପାଖରେ ଥିବା ସାମଗ୍ରୀର ଓଜନ କରାଯାଇଥାଏ। ସାମଗ୍ରୀର ଓଜନ ହିସାବରେ ଟଙ୍କା ମଧ୍ୟ ଦେବାକୁ ପଡ଼ିଥାଏ। ତେବେ ଏବେ ଏକ ବିମାନ କମ୍ପାନି ଏହାର ଯାତ୍ରୀଙ୍କ ଓଜନ ମାପିବାକୁ ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଏୟାର ନ୍ୟୁଜିଲାଣ୍ଡ ବିମାନ ଅନ୍ତର୍ଜାତୀୟ ଉଡ଼ାଣରେ ଯାଉଥିବା ଯାତ୍ରୀଙ୍କ ଓଜନ ମାପିବାକୁ ନେଇ ଘୋଷଣା କରିଛି। ଏହା ଜୁଲାଇ ୨ରୁ ଆରମ୍ଭ ହେବ। ତେବେ ଏହା ଏକ ସର୍ଭେ କାର୍ଯ୍ୟକ୍ରମ। ଏହାଦ୍ବାରା ବିମାନର ଓଜନ ସମ୍ବନ୍ଧୀୟ ତଥ୍ୟ ଏକାଠି କରାଯିବ।

ଏକ ଜରୁରୀ କାର୍ଯ୍ୟକ୍ରମ ଭାବରେ ଏହି ସର୍ଭେ କରାଯିବ। ସର୍ଭେଦ୍ବାରା ଗ୍ରାହକଙ୍କ ଏକ ହାରାହାରି ଓଜନର ଅନୁମାନ ଲଗାଯାଇପାରିବ। ଫଳରେ ପାଇଲଟଙ୍କୁ ଉଡ଼ାଣ ଭରିବା ପୂର୍ବରୁ ଜାଣିପାରିବେ ଯେ ବିମାନରେ କେତେ ଓଜନ ରହିଛି। ତେବେ ଓଜନ ମାପିବା ପାଇଁ ଅକଲାଣ୍ଡ୍‌ ଇଣ୍ଟରନାସନାଲ ଏୟାରପୋର୍ଟଠାରେ ଏକ ସ୍ବତନ୍ତ୍ର ଗେଟ୍‌ ରହିବ। ଏହି ଗେଟ୍‌ ଦେଇ ଅତିକ୍ରମ କରିବା ସମୟରେ ଯାତ୍ରୀଙ୍କ ଓଜନ ମପାଯିବ। ସେହିଭଳି ସାମଗ୍ରୀ ମଧ୍ୟ ଭିନ୍ନ ଭାବରେ ଓଜନ କରାଯିବ।

ଆହୁରି ପଢ଼ନ୍ତୁ: ସ୍ୱିଡେନ୍ ଉପକୂଳରେ ନଜର ଆସିଲା ରୁଷର ଗୁପ୍ତଚର ତିମି, ୪ ବର୍ଷ ତଳେ ଥିଲା ଖବରର କେନ୍ଦ୍ରବିନ୍ଦୁ

ଏୟାରଲାଇନର ଲୋଡ୍‌ କଣ୍ଟେ୍ରାଲ ମୁଖ୍ୟ ଅଲାଷ୍ଟେର ଜେମ୍ସ କହିଛନ୍ତି ‘‘ଆମେ ଏୟାରକ୍ରାଫ୍ଟରେ କାର୍ଗୋ ଠାରୁ ଆରମ୍ଭ କରି ମିଲ୍‌ ପର୍ଯ୍ୟନ୍ତ ସବୁ କିଛି ଓଜନ କରିବୁ। ଏହି ସର୍ଭେରେ ଗ୍ରାହକ, ବିମାନ କର୍ମଚାରୀ ଏବଂ କ୍ୟାବିନ୍‌ ବ୍ୟାଗ୍‌ ପାଇଁ ହାରାହାରି ଓଜନ ନିଆଯିବ।’’ ତେବେ ଯଦି ଗ୍ରାହକ ଏଥିରେ ସାମିଲ୍‌ ନହୁଅନ୍ତି ତେବେ ଏୟାରଲାଇନ୍‌ ତାଙ୍କୁ ଆଶ୍ବସ୍ତ କରିବେ ଯେ ଏହା ଏକ ସ୍ବେଚ୍ଛାକୃତ କାର୍ଯ୍ୟକ୍ରମ ଏବଂ ତାଙ୍କର ଓଜନ କାହାକୁ ବି ଜଣାଯିବ ନାହିଁ।

ଏୟାର ନ୍ୟୁଜିଲାଣ୍ଡ, ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଆବଶ୍ୟକତା ପରେ ଏହି କାର୍ଯ୍ୟକ୍ରମକୁ ଲଞ୍ଚ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଜୁନ୍‌ରୁ ଜୁଲାଇ ମଧ୍ୟରେ କରାଯିବ । ଏଥିରେ ପ୍ରାୟ ୧୦ ହଜାର ଲୋକ ଭାଗ ନେବେ। ତେବେ ଏହାପୂର୍ବରୁ ମଧ୍ୟ ୨୦୨୧ରେ ଏଭଳି ସର୍ଭେ କରିଥିଲା। ସେତେବେଳେ ତାହା ଘରୋଇ ଉଡ଼ାଣ କ୍ଷେତ୍ରରେ କରାଯାଇଥିଲା। ହେଲେ କୋଭିଡ୍‌ ଯୋଗୁଁ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ଥିବା କଟକଣା ଯୋଗୁଁ ସର୍ଭେକୁ ସ୍ଥଗିତ କରାଯାଇଥିଲା। ତେବେ ପ୍ରତି ଏଭଳି ସର୍ଭେ ପ୍ରତି ପାଞ୍ଚ ବର୍ଷରେ କରାଯିବା ନେଇ କହିଛି ନିୟାମକ।

ଆହୁରି ପଢ଼ନ୍ତୁ: କର୍ଣ୍ଣାଟକ ଏବଂ ତାମିଲନାଡୁ ପରେ ଏବେ ମହାରାଷ୍ଟ୍ରରେ ଅମୂଲ ବିରୋଧୀ ସ୍ବର, ମନ୍ତ୍ରୀ କହିଲେ- ଉତ୍ପାଦକ ସଂଘ ଆଗକୁ ଆସନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.