vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟି ବନ୍ଦ କରି ବ୍ୟାଟିଂ କର, ପଡିଆରେ ଜନି ବେୟରଷ୍ଟୋଙ୍କ- ବିରାଟ କୋହଲି ମୁହାଁମୁହିଁ, ଭିଡିଓ ଭାଇରାଲ
  • ||
  • ମହାରାଷ୍ଟ୍ର ରାଜନୀତି : ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏକନାଥ, ସେପଟେ ଅଡୁଆରେ ଠାକରେ ଗୋଷ୍ଠୀ
  • ||
  • ୨୪ ଘଣ୍ଟାରେ ଲଘୁଚାପ ବଳୟ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ରୋହିତ ଶର୍ମା ଫିଟ୍, ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍
  • ||
  • ଖାଲି ଶତକ ନୁହେଁ, ବଡ ସ୍କୋର କରିବାରେ ମଧ୍ୟ ବିରାଟ ବିଫଳ : ଏଜବେଷ୍ଟନ୍ ଟେଷ୍ଟରେ ବି ଫ୍ଲପ୍ ରନ୍ ମେସିନ୍
  • ||

ମୃତ୍ୟୁ ସମୟରେ ଗର୍ଭବତୀ ଥିଲେ ବଲିଉଡର ଏହି ଅଭିନେତ୍ରୀ

20/08/2019 at 5:26 PM

ମୁମ୍ବାଇ୨୦|୮:ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନେ ନିଜ ଅଭିନୟ, କଳା ଓ ସୌନ୍ଦର୍ଯ୍ୟ ଯୋଗୁଁ ସାରା ବିଶ୍ବରେ ଚର୍ଚ୍ଚିତ। ଟକ୍କର ଦେବାରେ କେହି କାହାଠୁ କମ ନୁହେଁ। ସମସ୍ତଙ୍କ ପ୍ରଦର୍ଶନରେ କିଛି ଭିନ୍ନ କଳା ଥାଏ। ତେବେ ବଲିଉଡର ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ହିଟ୍‌ ଫିଲ୍ମ ଦେଇ ସବୁଦିନ ପାଇଁ ଚାଲିଯାଇଛନ୍ତି।

ସେମାନଙ୍କ ସ୍ମୃତି ଚିର ଦିନ ପାଇଁ ଲୋକଙ୍କ ମନରେ ରହିବ। ତେବେ ଜାଣନ୍ତୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯିଏ ନିଜ ମୃତ୍ୟୁ ସମୟରେ ଗର୍ଭବତୀ ଥିଲେ।

ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ନାଁ ହେଉଛି ସୌନ୍ଦର୍ଯ୍ୟା। ସୌନ୍ଦର୍ଯ୍ୟା ଉଭୟ ବଲିଉଡ ଓ ସାଉଥ ଫିଲ୍ମରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ। ସେ ନିଜ ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ବେଶ ପ୍ରସିଦ୍ଧ ଥିଲେ। ୩୧ ବର୍ଷ ବୟସରେ ଏକ ଉଡାଜାହାଜ ଦୁର୍ଘଟଣାରେ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ସେ ଗର୍ଭବତୀ ଥିଲେ।

ଏହି ଦୁର୍ଘଟଣାରେ ସୌନ୍ଦର୍ଯ୍ୟାଙ୍କ ସହ ତାଙ୍କ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ବଲିଉଡରେ ସୌନ୍ଦର୍ଯ୍ୟା ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ସୂର୍ଯ୍ୟବଂଶମରେ ଅଭିନୟ କରିଥିଲେ।

ଏହି ଫିଲ୍ମ ତାଙ୍କ କ୍ୟାରିଅରର ପ୍ରଥମ ହିନ୍ଦି ସିନେମା ଥିଲା। ଏହି ଫିଲ୍ମକୁ ଦର୍ଶକ ଆଜି ମଧ୍ୟ ଦେଖିବା ପସନ୍ଦ କରନ୍ତି।  

ଏହି ଫିଲ୍ମରେ ସେ ଜଣେ ଜିଲ୍ଲାପାଳ ଭୂମିକାରେ ନଜର ଆସିଥିଲେ। ଅମିତାଭ ବଚ୍ଚନଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରି ସୌନ୍ଧର୍ଯ୍ୟା ବେଶ ଚର୍ଚ୍ଚାରେ ଥିଲେ।

  

   Related Posts