୪୨ ବର୍ଷ ବୟସରେ ବି ସୁନ୍ଦର ଓ ହଟ ଦେଖା ଯାଉଛନ୍ତି ଏହି ଅଭିନେତ୍ରୀ, ତାଙ୍କର ସ୍ବିମ୍ ସୁଟ୍ ପିନ୍ଧା ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ
19/08/2019 at 9:18 PM

ମୁମ୍ବାଇ୧୯|୮: ଚୁଲବୁଲି ଅଭିନେତ୍ରୀ ପୂଜା ବାତ୍ରା ଓ ପ୍ରସିଦ୍ଧ ଅଭିନେତା ନଓ୍ବାବ ଶାହ ବଲିଉଡରେ ବେଶ୍ ଜଣାଶୁଣା। ପୂଜା ବାତ୍ରାଙ୍କୁ ସିକ୍ରେଟ ମ୍ୟାରେଜ କରି ନଓ୍ବାବ ବଲିଉଡରେ ହଇଚଇ ସୃଷ୍ଟି କରିଥିଲେ। ପୂଜା ବାତ୍ରା ଓ ନଓ୍ବାବ ଶାହ ସିକ୍ରେଟ ମ୍ୟାରେଜ ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ପୂଜା ଲାଲ ରଙ୍ଗର ସ୍ବିମ୍ ସୁଟ୍ ପିନ୍ଧିଥିବା ବେଳେ ନଓ୍ବାବ ଖୋଲା ଦେହରେ ଛିଡା ହୋଇଛନ୍ତି।
ବହୁ ଦିନଧରି ଉଭୟଙ୍କ ମଧ୍ୟରେ ଚାଲିଥିବା ସଂପର୍କକୁ ବହୁ ଦିନଧରି ଏମାନେ ସିକ୍ରେଟ ରଖିଥିଲେ। ଏବେ ପତ୍ନୀଙ୍କ ସହ ନଓ୍ବାବ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଉଭୟ ରୋମାଣ୍ଟିଂ ମୁଡରେ ଦେଖା ଯାଉଛନ୍ତି। ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଉଭୟଙ୍କ ଫଟୋକୁ ପ୍ରଶଂସକ ବେଶ ପସନ୍ଦ କରିଛନ୍ତି।
ଏହି ଫଟୋକୁ ଇନଷ୍ଟାଗ୍ରାମରେ ନଓ୍ବାବ ପୋଷ୍ଟକରି ଲେଖିଛନ୍ତି ଯେ, ‘ସଣ୍ଡେ ପଣ୍ଡେ’। ଏହି ଫଟୋରେ ପୂଜା ରେଡ୍ କଲରର ବିକିନି ପିନ୍ଧିଥିବାରେ ନଜର ଆସିଛନ୍ତି। ତାଙ୍କର ଏହି ଫଟୋକୁ ୟୁଜର୍ସମାନେ ଲଗାତର ଭାବେ ଲାଇକ୍ ମାରି ଚାଲିଛନ୍ତି।

ଓ୍ବେବ ସିରିଜ ସିକ୍ରେଡ୍ ଗେମ୍ସରେ ନଓ୍ବାବ ଶାହ ଦମଦାର ଅଭିନୟ କରିଥିଲେ। ସଲିମ କାକା ଭୂମିକାରେ ଶାହଙ୍କୁ ଦେଖିବାକୁ ମିଳିଥିଲା। ବଲିଉଡ ସହ ତାମିଲ, ତେଲଗୁ, ମାଲାୟମ ଓ କନ୍ନଡ ଫିଲ୍ମରେ ନଓ୍ବାବ ଶାହ ଅଭିନୟ କରଛନ୍ତି। ଡନ-୨ ଭାଗ ମିଲଖା ଭାଗ. ଦିଲଓ୍ବାଲେ ଓ ଟାଇଗର ଜିନ୍ଦା ହେ ଭଳି ଫିଲ୍ମରେ ନଓ୍ବାବ ଶାହ ଅଭିନୟ କରିସାରିଛନ୍ତି।
୨୦୦୨ ମସିହାରେ ସର୍ଜନ ସୋନୁଙ୍କୁ ପୂଜା ବାତ୍ରା ବିବାହ କରିଥିଲେ। ବିବାହର ୯ ବର୍ଷ ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଡିଭର୍ସ ହୋଇଯାଇଥିଲା। ଆଜିକାଲି ସୋସିଆଲ ମିଡିଆରେ ପୂଜା ବାତ୍ରା ବହୁତ ଆକ୍ଟିଭ ରହୁଛନ୍ତି। ଦୁଇ ଜଣଙ୍କର ହଟ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୪୨ ବର୍ଷ ବୟସରେ ବି ପୂଜା ବାତ୍ରା ସୁନ୍ଦର ଦେଖା ଯାଉଛନ୍ତି।