୨୦୦ରୁ ଅଧିକ ଲୋକଙ୍କ ସହିତ ଶାରୀରିକ ସଂପର୍କ ରଖିଛନ୍ତି ଏହି ଅଭିନେତ୍ରୀ, American Pieରେ ମିଳିଥିଲା ପ୍ରସିଦ୍ଧି

Published By : Prameya-News7 Bureau | August 05, 2022 IST

ନୂଆଦିଲ୍ଲୀ: ଆମେରିକନ ଅଭିନେତ୍ରୀ ତଥା କମେଡିଆନ ଜେନିଫର କୁଲିଜ୍‌ ୩୮ ବର୍ଷ ବୟସରେ ଲୋକପ୍ରିୟ ଆମେରିକୀୟ ଆଡଲ୍ଟ କମେଡି ଫ୍ରାଞ୍ଚାଇଜି ଫିଲ୍ମ ‘ଆମେରିକନ ପାଇ’ରେ ନଜର ଆସିଥିଲେ। ଜେନିଫର ଉକ୍ତ ଫିଲ୍ମରେ ଜଣେ ମାଆ ଚରିତ୍ରରେ ଅଭିନୟ କରିଥିଲେ, ଯିଏ ନିଜ ପୁଅର ସାଙ୍ଗ ସହ ଶାରୀରିକ ସଂପର୍କ ରଖୁଛି। ଜେନିଫର ବର୍ତ୍ତମାନ ଏମିତି ଏକ ଖୁଲାସା କରିଛନ୍ତି ଯାହାକୁ ଶୁଣି ସମସ୍ତେ ହତବାକ ହୋଇ ପଡିଛନ୍ତି। ଅଭିନେତ୍ରୀ କହିଛନ୍ତି, ସେହି ଫିଲ୍ମ କାରଣରୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସେକ୍ସୁଆଲ କାର୍ଯ୍ୟକଳାପ ହୋଇ ପାରିଛି। ତାଙ୍କ ମୁତାବକ ସେ ୨୦୦ରୁ ଅଧିକ ଲୋକଙ୍କ ସହ ଶାରୀରିକ ସଂପର୍କ ରଖିଛନ୍ତି। ଏହା ସବୁ କେବଳ ‘ଆମେରିକନ ପାଇ’ ଫିଲ୍ମ ଯୋଗୁଁ ହିଁ ସମ୍ଭବ ହୋଇ ପାରିଥିବା ଜେନିଫର କହିଛନ୍ତି।

{"id":666547,"sizeSlug":"full","linkDestination":"none"}

‘ଭେରାଇଟି ମ୍ୟାଗଜିନ୍’କୁ ଦେଇଥିବା ସାକ୍ଷାତକାରରେ ଜେନିଫର କୁଲିଜ୍ ୨୦୦ ଜଣଙ୍କ ସହ ଶାରୀରିକ ସଂପର୍କ ରଖିଥିବା ସ୍ଵୀକାର କରିଛନ୍ତି। ସେ କହିଛନ୍ତି, ଉକ୍ତ ଫିଲ୍ମ କରିବା ଯୋଗୁଁ ତାଙ୍କୁ ଅନେକ ଫାଇଦା ମିଳିଛି। ମୁଁ American Pieରେ ଜଣେ MILF ଚରିତ୍ରରେ ଅଭିନୟ କରିବା କାରଣରୁ ମୋ ଜୀବନରେ ବହୁତ ସେକ୍ସୁଆଲ କାର୍ଯ୍ୟକଳାପ ହୋଇ ପାରିଛି। ସେହି ଫିଲ୍ମ କରିବାରୁ ଅନେକ ଫାଇଦା ମଧ୍ୟରୁ ଗୋଟିଏ ଫାଇଦା ହେଲା ମୁଁ ୨୦୦ ଲୋକଙ୍କ ସହିତ  ଶାରୀରିକ ସମ୍ବନ୍ଧ ରଖି ପାରିଲି। ଯଦି ଏହି ଫିଲ୍ମ ଆସିନଥାନ୍ତା ତେବେ ମୁଁ ଏହା କରି ପାରିନଥାନ୍ତି ବୋଲି ଜେନିଫର କହିଛନ୍ତି।

{"id":666548,"sizeSlug":"full","linkDestination":"none"}

ଆମେରିକନ ପାଇରେ ଜେନିଫର କୁଲିଜ୍ ଷ୍ଟିଫ୍ଲରଙ୍କ ମାଆଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମ ୧୯୯୯ରେ ରିଲିଜ୍ ହୋଇଥିଲା। ସେହି ସମୟରେ ଫିଲ୍ମଟି ବକ୍ସ ଅଫିସରେ ୧୮୦୦ କୋଟିରୁ ଅଧିକ ଟଙ୍କା କାରବାର କରିଥିଲା। ଜେନିଫରଙ୍କୁ ୨୦୨୧ରେ ରିଲିଜ୍ ସିରିଜ୍ ‘ହ୍ଵାଇଟ୍ ଲୋଟସ୍’ ପାଇଁ ମଧ୍ୟ ଖୁବ୍ ପ୍ରଶଂସା ମିଳିଥିଲା। ଏଥିରେ ତାନ୍ୟା ମ୍ୟାକ୍ଵିଡ ଚରିତ୍ରରେ ଅଭିନୟ ପାଇଁ ତାଙ୍କୁ ଏମି ଆଓ୍ଵାର୍ଡରେ ପ୍ରଥମ ନୋମିନେସନ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.