୧୪ ବର୍ଷରେ ୪୮ ଫିଲ୍ମ କରି ଏହି ଅଭିନେତ୍ରୀ ହେଲେ କୋଟିପତି, ୨୯ ବର୍ଷ ବୟସରେ ମଧ୍ୟ ଅଛନ୍ତି ସିଂଗଲ

Published By : Prameya-News7 Bureau | August 19, 2019 IST

ମୁମ୍ବାଇ୧୯|୮: ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଅନେକ ପ୍ରସିଦ୍ଧ ଷ୍ଟାର କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇସାରିଛନ୍ତି। ଏହି ଅଭିନେତା ଓ ଅଭିନେତ୍ରୀମାନେ ଅଧିକାଂଶ ସମୟ ବେଶ ଚର୍ଚ୍ଚାରେ ମଧ୍ୟ ରୁହନ୍ତି। ତେବେ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ନିଜ କ୍ୟାରିଅରର ୧୪ ବର୍ଷ ମଧ୍ୟରେ ପାଖାପାଖି ୪୮ଟି ଫିଲ୍ମ ସିନେମା ଜଗତକୁ ଦେଇସାରିଛନ୍ତି।

{"id":146117}

ସେ ହେଉଛନ୍ତି ତମନ୍ନା ଭାଟିଆ। ତମନ୍ନା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ଆଜି ଦିନରେ ସେ ନିଜ ଦମଦାର ଅଭିନୟ ପାଇଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରନ୍ତି।

{"id":146126}

୨୦୦୫ ମସିହାରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ୨୦୦୫ ମସିହାରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ “ଚାନ୍ଦ ସା ରୋଶନ ଚେହେରା”ରେ ଅଭିନୟ କରିଥିଲେ। ହେଲେ ଏହି ଫିଲ୍ମରୁ ତାଙ୍କୁ ବିଶେଷ କିଛି ସଫଳତା ମିଳିନଥିଲା।

{"id":146122}

ଏହା ପରେ ତମନ୍ନା ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ଫିଲ୍ମ ଶ୍ରୀରେ ଅଭିନୟ କରି ସେ ସାଉଥ ଜଗତରେ ପାଦ ଦେଇଥିଲେ। ସାଉଥ ଇଣ୍ଡଷ୍ଟ୍ରିରେ ଜଣେ ସାଧାରଣ ଅଭିନେତ୍ରୀରୁ ରାତା ରାତି ସେ ଷ୍ଟାର ହୋଇଥିଲେ।

{"id":146123}

ଏବେ ତମନ୍ନାଙ୍କୁ ୨୯ ବର୍ଷ ।ହେଲେ ଏଯାଏଁ ସେ ବିବାହ କରିନାହାନ୍ତି। ନିଜ କ୍ୟାରିଅରରେ ସେ ଆଜି ପର୍ଯ୍ୟନ୍ତ ହିନ୍ଦି, ତେଲୁଗୁ, ମରାଠି, ତାମିଲ ଓ କନ୍ନଡ ଭାଷାରେ ଫିଲ୍ମ କରିଛନ୍ତି।

{"id":146129}

୨୦୦୫ ମସିହାରୁ ଆଜି ଯାଏଁ ସେ ୪୮ଟି ଫିଲ୍ମରେ ଅଭିନୟ କରିସାରିଛନ୍ତି।

{"id":146125}

ଏହା ବ୍ୟତୀତ ସେ ଅନେକ ଫିଲ୍ମରେ କେମିଓ କରିଛନ୍ତି। ଫିଲ୍ମରେ କାମ କରି ଏବେ ତମନ୍ନା କୋଟି କୋଟି ସମ୍ପତ୍ତିର ମାଲିକାଣୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.