ଫିଫା ଫୁଟବଲ ମହାକୁମ୍ଭରେ ବିଜୟ ପାଇଁ ସ୍ପେନର ପଞ୍ଚସୂତ୍ର; ମୁହାକୁମ୍ଭରେ ମହାନାୟକ ସାଜିବେ ମହାନ ୫ ଖେଳାଳି

Published By : Prameya-News7 Bureau | November 23, 2022 IST

ଦୋହା: ଫିଫା ଫୁଟବଲ ଫାଇଟରେ ସ୍ପେନ୍ । ପର୍‌ଫର୍ମାନ୍ସ ପାଇଁ ପରଫେକ୍ଟ ଫାଇଭ୍ । ମୁହାକୁମ୍ଭରେ ମହାନାୟକ ସାଜିବେ ମହାନ ୫ ଖେଳାଳି । ସିଲେକ୍ସନ ସରିଛି, କେବଳ ମ୍ୟାଚ ଡେ’କୁ ଅପେକ୍ଷା । ଫିଫା ଫୁଟବଲ ମହାକୁମ୍ଭରେ ବିଜୟ ପାଇଁ ସ୍ପେନ୍ ନିଜର ପଞ୍ଚସୂତ୍ର ଆରମ୍ଭ କରିଦେଇଛି । ମ୍ୟାଚ୍ ପୂର୍ବରୁ ପାଞ୍ଚ ମହାରଥୀ ଜୋରଦାର  ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ୨୦୧୦ରେ ସଂସ୍କରଣରେ ସ୍ପେନ୍ ପ୍ରଥମ ବିଶ୍ବ ଟାଇଟଲ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲା । ଏହା ପରେ ଦଳ ଆଉ ପଛକୁ ଫେରି ଚାହିଁନାହିଁ । ଏହାରି ମଧ୍ୟରେ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ଖେଳାଳିଙ୍କ ମଧ୍ୟରେ ସେହି ଜୋସ୍ ରହିଛି । ଲକ୍ଷ୍ୟ କେବଳ ଫିଫା ଟାଇଟାଲ୍ ବିଜୟ ଟିକା ପିନ୍ଧିବା ।

ଚଳିତ ଫିଫା ଫୁଟବଲ୍ ମହାକୁମ୍ଭରେ ଗ୍ରୁପ-ଇରେ ରହିଛି ସ୍ପେନ । ଏହି ଗ୍ରୁପରେ ରହିଛନ୍ତି ଶକ୍ତିଶାଳୀ ଜର୍ମାନୀ, କୋଷ୍ଟାରିକା ଓ ଜାପାନ । ତଥାପି ସ୍ପେନ୍ ପଞ୍ଚ ମହାରଥୀଙ୍କୁ ନେଇ ଶକ୍ତିଶାଳୀ ଟିମଙ୍କୁ ମାତ୍ ଦେବାକୁ ଯୋଜନା କରିଛି । ଆସନ୍ତା ୨୩ ତାରିଖରେ ସ୍ପେନ୍ ନିଜର ପ୍ରଥମ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚରେ କୋଷ୍ଟାରିକାକୁ ପରାଜିତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଏହା ପରେ ୨୭ ଜର୍ମାନୀ ଓ ଡିସେମ୍ବର ୧ରେ ଜାପାନକୁ ଦଳ ଭେଟିବ । ଏହି ମ୍ୟାଚ୍ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବ । ସ୍ପେନର ପାଞ୍ଚ ତାରକା ଖେଳାଳି ବିପକ୍ଷ ଦଳକୁ ମାତ୍ ଦେଇ ଆଗକୁ ବଢିବାର ରାସ୍ତା ଦେଖାଇବେ । ତେବେ କିଏ ଏହି ପାଞ୍ଚ ମହାରଥୀ ଆସନ୍ତୁ ଜାଣିବା ।

ଗୋଲକିପର ଉନାଇ ସିମୋନ,  ଡିଫେଣ୍ଡର ଆୟମେରିକ୍ ଲାପୋର୍ଟ,  ମିଡ୍‌ଫିଲ୍ଡର ପେଡ୍ରି,  ମିଡ୍‌ଫିଲ୍ଡର ସର୍ଜିଓ ବୁସ୍କେଟ୍‌ସ ଓ ଫରୱାର୍ଡ ଫେରାନ ଟୋରେସ। ୨୫ ବର୍ଷୀୟ  ଯୁବ ଗୋଲକିପର ଉନାଇ ସିମୋନ ଆଥଲେଟିକ୍‌ ବିଲବାଓ ପକ୍ଷରୁ ଖେଳନ୍ତି । ଗତ ୟୁରୋ କପ୍‌ରେ ତାଙ୍କର ଗେମ୍ ଚେଞ୍ଜର ପରଫର୍ମାନ୍ସ ଦଳକୁ ସେମି ଫାଇନାଲରେ ପହଞ୍ଚାଇବାରେ ସହଯୋଗ କରିଥିଲା । ସ୍ୱିଜରଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ୧-୧ ଗୋଲରେ ବରାବାର ରହିବା ପରେ  ପେନାଲ୍ଟି ସୁଟ୍‌ଆଉଟ୍‌ରେ ଦଳକୁ ଜିତାଇ ଦର୍ଶକଙ୍କ ହୃଦୟ କିଣି ନେଇଥିଲେ ।  

ଦ୍ୱିତୀୟ ମହାରଥୀ ଆୟମେରିକ୍ ଲାପୋର୍ଟ, ମଞ୍ଚେଷ୍ଟର ପାଇଁ ଖେଳୁଥିବା ଏହି ଡିଫେଣ୍ଡର ଦଳର କମର ବୋଲି କୁହାଯାଉଛି । ଜାତୀୟ ଦଳ ପାଇଁ ସିଲେକସନ୍ ହୋଇଥିଲେ ମଧ୍ୟ ଲା ରୋଜା ଆହତ ହେବା ପରେ ତାଙ୍କ ଉପରେ ଭରସା କରିଛନ୍ତି କୋଚ୍ । ୟୁରୋ କପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଚ୍ ଏକାଦଶରେ ସ୍ଥାନ ମିଳିପାରେ ।

ତୃତୀୟ ମହାରଥୀ ପେଡ୍ରି । ୧୯ ବର୍ଷୀୟ ଏହି ଯୁବ ତାରକାଙ୍କ ପ୍ରଦର୍ଶନ କୋଚ୍ ଲୁଇସଙ୍କୁ ବେଶ ପ୍ରଭାବିତ କରିଛି । ମିଡଫିଲ୍ଡର ପେଡ୍ରି ଜାପାନ ଓ ଜର୍ମାନୀ ପାଇଁ ଘାତକ ସାଜି ପାରନ୍ତି । ପେଡ୍ରିଙ୍କୁ ଦଳରେ ସାମିଲ ପରେ ବେଶ୍ ଉତ୍ସାହିତ ଅଛନ୍ତି ଫୁଟବଲ ପ୍ରେମୀ ।

ଚତୁର୍ଥ ମହାରଥୀ ଫେରାନ ଟୋରେସ । ଆହତ ଯୋଗୁ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ସ୍ୱିଡେନ ଓ ଗ୍ରୀସ ବିପକ୍ଷ ଖେଳି ନଥିଲେ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇଛି । ସ୍ପେନ୍ ଆକ୍ରମଣର ସେ ମୁଖ୍ୟ ଖେଳାଳି । ଚଳିତ ବର୍ଷ ସେ ମାଞ୍ଚେଷ୍ଟର ସିଟି ଛାଡ଼ି ବାର୍ସେଲୋନାରେ ଖେଳୁଛନ୍ତି । ୩୧ଟି ଅନ୍ତର୍ଜାତୀୟ ମ୍ୟାଚରେ ୩୧ ଗୋଲ୍ କରିବାର ସଫଳତା ପାଇଛନ୍ତି ଟୋରେସ

ପଞ୍ଚମ ମହାରଥୀ ସର୍ଜିଓ ବୁସ୍କେଟ୍‌ସ । ୨୦୧୦ ବିଶ୍ୱ ଚାମ୍ପିଅନ ଦଳର ଏକ ମାତ୍ର ଖେଳାଳି ହୋଇଥିବାବେଳେ କତାର ବିଶ୍ୱକପ୍‌ ଦଳରେ ସେ ସ୍ଥାନ ପାଇଛନ୍ତି । ୩୪ ବର୍ଷୀୟ ଭେଟେରାନ ମିଡ୍‌ଫିଲ୍ଡର ବେଶ ଅଭିଜ୍ଞ ଓ ପରିପକ୍ୱ । ୧୩୯ଟି ଅନ୍ତର୍ଜାତୀୟ ଓ ୪୬୩ଟି କ୍ଲବ୍‌ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ତେବେ ଏହି ପାଞ୍ଚ ମହାରଥୀଙ୍କୁ ନେଇ ସ୍ପେନ ଫିପା ବିଶ୍ବକପ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.