୧୭ ବର୍ଷର ଏହି ଅଭିନେତ୍ରୀ ଭଲ ପାଉଛନ୍ତି ୩୩ ବର୍ଷ ବୟସ୍କ ଅଭିନେତାଙ୍କୁ

Published By : Prameya-News7 Bureau | April 03, 2019 IST

wp:heading {"level":5}
ମୁମ୍ୱାଇ୩|୪: ପ୍ରେମ ଅନ୍ଧ ଆଉ ବୟସ କେବଳ ଏକ ସଂଖ୍ୟା । ଏକଥା ବାରମ୍ବାର ପ୍ରମାଣିତ ହେଉଛି ବିଭିନ୍ନ ସେଲିବ୍ରିଟିଙ୍କ ପ୍ରେମ କାହାଣୀରେ। ସିନେମା ଓ ଟିଭି ଇଣ୍ଡଷ୍ଟ୍ରିରେ ଋତୁ ବଦଳିବା ଭଳି ମଧ୍ୟ ପ୍ରେମ ବଦଳିବା କିଛି ନୂଆ କଥା ନୁହେଁ । କଳାକାରମାନେ ନିଜ ରିଲେସନସିପକୁ ନେଇ ପ୍ରାୟ ଚର୍ଚ୍ଚାରେ ଥାଆନ୍ତି। ଅନେକ କ୍ଷେତ୍ରରେ ଏବେ ଅଭିନେତ୍ରୀମାନେ ନିଜଠୁ ଯଥେଷ୍ଟ ବଡ ଅଭିନେତାଙ୍କୁ ଭଲ ପାଇବା ଏକ ଟ୍ରେଣ୍ଡରେ ପରିଣତ ହେଲାଣି।
/wp:heading {"id":99629,"width":559,"height":372}
wp:heading {"level":5}
“ନୀର ଭରେ ତେରେ ନୈନା” ଧାରାବାହିକର ପପୁଲାର ଅଭିନେତ୍ରୀ ରିମ ଶେଖ୍‌ ଏବେ ଏମିତି ଏକ ପ୍ରେମ କାହାଣୀକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଏହି ଧାରାବାହିକରୁ ହିଁ ରିମଙ୍କୁ ପପୁଲାରିଟି ମିଳିଥିଲା। ଏହି ଧାରାବାହିକ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି।
/wp:heading {"id":99625}
wp:heading {"level":5}
୨୦୦୨ ମସିହା ସେପଟେମ୍ୱର ମାସରେ ମୁମ୍ୱାଇରେ ରିମଙ୍କ ଜନ୍ମ । ଏବେ ରିମଙ୍କୁ ୧୭ ବର୍ଷ ମଧ୍ୟ ପୁରିନାହିଁ। କିନ୍ତୁ ଏଇ ବୟସରେ ସେ ତାଙ୍କ ରିଲେସନସିପକୁ ନେଇ ଅଧିକ ଚର୍ଚ୍ଚାରେ ରହିଛନ୍ତି । ରିମ ୩୩ ବର୍ଷ ବୟସ୍କ ଜଣେ ଅଭିନେତାଙ୍କୁ ପ୍ରେମ କରୁଛନ୍ତି । ଉଭୟ ଏବେ ସିରିୟସ ରିଲେସନସିପରେ ମଧ୍ୟ ଅଛନ୍ତି । ଅଭିନେତା ସେହବାନ ଅଜିମ ହେଉଛନ୍ତି ତାଙ୍କ ପ୍ରେମିକ । ସେହବାନ ଓ ରିମ “ ତୁଝସେ ହି ରାବ୍‌ତା” ଧାରାବାହିକରେ ଏକା ସହ କାମ କରନ୍ତି । ଛୋଟ ପରଦାରେ ଦୁହେଁଙ୍କ ବଣ୍ଡିଙ୍ଗକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ସେହବାନ ଅଜିମଙ୍କୁ ୩୩ ବର୍ଷ ବୟସ।
/wp:heading {"id":99626}
wp:heading {"level":5}
ରିମ ଶେଖ୍‌ ୬ ବର୍ଷରୁ ଅଭିନୟ କରିବା ଆରମ୍ଭ କରିଥିଲେ। ଏହି କାରଣରୁ ସେ ତାଙ୍କ କ୍ୟାରିଅରରେ ଅନେକ ସଫଳତା ହାସଲ କରିଛନ୍ତି।   
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.