ଦୁଇ ବ୍ରାଉନ୍ ସୁଗାର ମାଫିଆ ଗିରଫ; ୩୨ ଗ୍ରାମ୍ ଧଳାଜହର ଜବତ
19/01/2023 at 5:41 PM

ଭୁବନେଶ୍ୱର ୧୯/୦୧: ଦୁଇ ଧଳା ଜହର ମାଫିଆଙ୍କୁ ବାନ୍ଧିଲା ଶହୀଦନଗର ପୋଲିସ। ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ ୩୨ ଗ୍ରାମ୍ ବ୍ରାଉନ୍ସୁଗାର ସହିତ ୨ ହଜାର ଟଙ୍କା ଜବତ କରିଛି।ମୁର୍ଶିଦାବାଦରୁ ବ୍ରାଉନ ସୁଗାର ଆଣି କେଶୁରା ପାଖରେ ପହଞ୍ଚିବା ପରେ ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି। ଅଭିଯୁକ୍ତ ଧଳା ଜହର କାହାଠାରୁ ଆଣିଥିଲେ ଓ ଏଥିରେ ଆଉ କାହାରି ସମ୍ପୃକ୍ତି ଅଛିକି ସେନେଇ କମିଶନରେଟ୍ ପୋଲିସ ତନାଘନା ଆରମ୍ଭ କରିଛି।