କେବିକେ ଛାତ୍ର ନିବାସରେ ୩୫ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ

Published By : Prameya-News7 Bureau | July 08, 2022 IST

ମୁନିଗୁଡ଼ା ୦୮/୦୭ : ରାୟଗଡ଼ା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁମ୍ବୁରିନେଲିରେ ଥିବା ଦଣ୍ଡାପୋଡ଼ା କେବିକେ ଛାତ୍ର ନିବାସରେ ୩୫ ଛାତ୍ର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ରାତିରେ ହଷ୍ଟେଲ ଛାତ୍ରମାନେ ଖାଇସାରି ଶୋଇଥିବା ବେଳେ ଆଜି ସକାଳୁ ଝାଡ଼ାବାନ୍ତିରେ ପୀଡ଼ିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବିଷମ କଟକ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମଙ୍ଗଳ ବିଭାଗ ଓ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ଦଣ୍ଡାପୋଡ଼ା ପ୍ରାଥମିକ ବିଦ୍ୟାଳୟରେ ୪୦ ଜଣ ଛାତ୍ର ପାଠ ପଢ଼ିବା ପରେ କେବିକେ ହୋଷ୍ଟେଲରେ ରହୁଥିଲେ।

ଗୁରୁବାର ସନ୍ଧ୍ୟାରେ ଛାତ୍ରମାନେ ପଣସ ଖାଇଥିବାରୁ ଏଭଳି ଝାଡାବାନ୍ତିରେ ଶିକାର ହୋଇଥିବା ବେଳେ ୨ ଟି ଆମ୍ବୁଲାନ୍ସରେ ବିଷମ କଟକ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ସହ ସେମାନଙ୍କ ଚିକିତ୍ସା ଚାଲିଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.