scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଞ୍ଜାବରେ ଭାଙ୍ଗିବ କି ଆପ୍ ସରକାର ? କଂଗ୍ରେସର ବଡ଼ ଦାବି ପରେ ମୁଖ୍ୟମନ୍ତ୍ରୀ ମାନ କହିଲେ ସାହସ ଅଛି ତ…

26/09/2023 at 4:26 PM

32 AAP MLAs in touch with me claims Partap Singh Bajwa

ଚଣ୍ଡିଗଡ଼: ପଞ୍ଜାବରେ ଭାଙ୍ଗିବ କି ଭଗୱନ୍ତ ମାନଙ୍କ ଆପ୍ ସରକାର ? ରାଜ୍ୟ ବିରୋଧୀ ଦଳର ନେତା ପ୍ରତାପ ସିଂହ ବାଜୱା ଏହି ଦାବି କରିଛନ୍ତି। କଂଗ୍ରେସ ନେତା ପ୍ରତାପ ସିଂହ ବାଜୱା କହିଛନ୍ତି ଯେ ୩୨ ଆପ୍ ବିଧାୟକ ତାଙ୍କ କଣ୍ଟାକ୍ଟରେ ଅଛନ୍ତି। ତେଣୁ କେଉଁ ମୁହୂର୍ତ୍ତରେ ରାଜ୍ୟ ରଜ୍ୟନୀତିର ପଟ୍ଟ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ପଞ୍ଜାବରେ ଆପ୍‌କୁ ଭୋଟ୍ ନ ଦେବାକୁ ଶ୍ରୀ ବାଜୱା ଦାବି କରିଛନ୍ତି।

ସୂଚନା ଅନୁସାରେ, ପଞ୍ଜାବରେ କଂଗ୍ରେସ ପାଖରେ ବର୍ତ୍ତମାନ ୧୮ଟି ଆସନ ରହିଛି। ଏପଟେ ୩୨ ଆପ୍ ବିଧାୟକ ବାଜୱାଙ୍କ କଣ୍ଟାକ୍ଟରେ ରହିଛନ୍ତି ବୋଲି ସେ ଦାବି କରିଛନ୍ତି। ତେଣୁ କଂଗ୍ରେସ ରାଜ୍ୟରେ ଆପ୍ ସରକାରଙ୍କୁ କ୍ଷମତାଚ୍ୟୁତ କରିପାରେ ବୋଲି ସେ ଦାବି କରିଛନ୍ତି।

ଏପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କଂଗ୍ରେସ ନେତାଙ୍କ ବୟାନ୍‌ରେ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ୍ ମିଡିଆ ସାଇଟ୍‌ ଏକ୍ସରେ ପୋଷ୍ଟ କରି ସେ ଶ୍ରୀ ବାଜୱାଙ୍କୁ ବିଜେପି ସହଯୋଗୀ ନେତା ବୋଲି ଦାବି କରିବା ସହ ଦଳୀୟ ହାଇକମାଣ୍ଡଙ୍କ ସହ କଥା ହେବାକୁ ଚ୍ୟାଲେଞ୍ଜ କରିଛନ୍ତି।  

ସେ ଲେଖିଛନ୍ତି “ପ୍ରତାପ ବାଜୱା(ବିଜେପି) ଆପଣ ପଞ୍ଜାବରେ ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ଭାଙ୍ଗିବା କଥା କହୁଛନ୍ତି। ମୁଁ ଜାଣିଛି କଂଗ୍ରେସ ତୁମର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନକୁ ନଷ୍ଟ କରିଦେଇଛି। ମୁଁ ପଞ୍ଜାବର ୩ କୋଟି ଲୋକଙ୍କ ପ୍ରତିନିଧି। ଯଦି ତୁମର ଶକ୍ତି ଅଛି ତେବେ ହାଇ କମାଣ୍ଡ ସହ କଥା ହୁଅ।”

ପଢ଼ନ୍ତୁ- ବିଜେପି ସହ ମେଣ୍ଟ ଭାଙ୍ଗିଲା AIADMK, ବୈଠକରେ ପାରିତ ହେଲା ପ୍ରସ୍ତାବ


ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ ଗଠନ ହେବା ପରେ ପଞ୍ଜାବରେ କଂଗ୍ରେସ ଓ ଆପ୍ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ପଞ୍ଜାବରେ ସମସ୍ତ ଲୋକସଭା ଆସନରେ ଆପ୍ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲେ ଆପ୍ ନେତା ଅରବିନ୍ଦ କେଜରିୱାଲ୍। ଏହାର ତୁରନ୍ତ ପରେ କଂଗ୍ରେସ ମଧ୍ୟ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା।  

ସୂଚନା ଥାଉକି, ୨୦୨୨ ବିଧାସନସଭା ନିର୍ବାଚନରେ ଆମ ଆଦ୍‌ମୀ ପାର୍ଟି ମୋଟ ୧୧୭ ଆସନରୁ ୯୨ଟି ଆସନ ହାତେଇଥିଲା। କଂଗ୍ରେସ ୧୮ଟି ଆସନରେ ଜିତିଥିଲା। ସେହିପରି ରାଜ୍ୟରେ ଦୀର୍ଘଦିନ ଧରି ସରକାର ଗଠନ କରିସାରିଥିବା ସିରୋମଣି ଅକାଳୀ ଦଳକୁ ମାତ୍ର ୩ଟି ଆସନ ମିଳିଥିଲା।  ସେହିପରି ବହୁଜନ ସମାଜା ପାର୍ଟି ଓ ସ୍ୱାଧିନ ପ୍ରାର୍ଥୀ ଗୋଟିଏ ଲେଖାଏ ଆସନ ଜିତିଥିଲେ।

   Related Posts