୩୦ କିଲୋ ଗଞ୍ଜେଇ ସହ କାର୍‌ ଜବତ; ୩ ଗିରଫ

Published By : Prameya-News7 Bureau | October 24, 2022 IST

ବ୍ରହ୍ମପୁର ୨୪/୧୦: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ଉ କରିଛି ଅବକାରୀ ଗୁଇନ୍ଦା।ଭଞ୍ଜନଗର-ଦୁର୍ଗାପ୍ରସାଦ ରାସ୍ତାରେ ଏକ କାରରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ଏଥିରେ ୩୦ କିଲୋ ଗଞ୍ଜେଇ ସହିତ ଗୋଟିଏ କାର ଜବତ କରାଯାଇଛି। ଏହାସହିତ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇ ଓ କାର୍‌ର ଆନୁମାନିକ ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଆକଳନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.