ବିଷାକ୍ତ ଛତୁ ଖାଇ ୧୩ ଅସୁସ୍ଥ, ୨ଜଣଙ୍କ ଅବସ୍ଥା ଗୁରୁତର
5/05/2020 at 9:19 PM

ମୟୂରଭଞ୍ଜ୫/୫: ମୟୁରଭଂଜ ଜିଲ୍ଲା ମହୁଲଡିହା ଗାଁରେ ବିଷାକ୍ତ ଛତୁ ଖାଇ ୧୩ ଅସୁସ୍ଥ । ସେମାନଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କରଞ୍ଜିଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇଟି ପରିବାରର ଏହି ସଦସ୍ୟମାନେ ଜଙ୍ଗଲରୁ ଛତୁ ଆଣି ଖାଇଥିଲେ । ପରେ ସେମାନଙ୍କ ବାନ୍ତି ହେବା ସହ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023