ବଜ୍ରପାତରେ ୧୩ ଗୋରୁ ମୃତ, ୧୨ରୁ ଅଧିକ ଗୁରୁତର
18/03/2023 at 8:52 PM

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ପ୍ରତାପପୁର ଠାରେ ବଜ୍ରାଘାତରେ ୧୩ଟି ଗୋରୁ ମୃତ୍ୟୁବରଣ କରିଥିବା ବେଳେ ୧୨ ଟି ଗୋରୁ ଗୁରୁତର ହୋଇଥିବା ଜଣାପଡିଛି। ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଠାରେ ଆଜି ଅପରାହ୍ନ ୪ଟା ସମୟରେ ହଠାତ ବଜ୍ରାଘାତ ସହ ବର୍ଷା ହୋଇଥିଲା।ସେହିଠାରେ ଥିବା ଏକ ଅବ୍ୟହୃତ ଘରେ ୨୫ରୁ ଅଧିକ ଗୋରୁ ରହିଥିଲେ।ବଜ୍ରାଘାତ ସମୟରେ ସମସ୍ତେ ଟଳି ପଡ଼ିଥିଲେ।
ବର୍ଷା ଛାଡିବାରୁ ଗ୍ରାମବାସୀ ଯାଇ ଦେଖିବା ପରେ ପଶୁ ଚିକିତ୍ସା ଅଧିକାରୀଙ୍କୁ ଡକାଇଥିଲେ। ହେଲେ ୧୩ଟି ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ୧୨ ଟି ଗୁରୁତର ଥିବା ଜଣାପଡିଛି।ଏଭଳି ଅଘଟଣ ଦେଖି ଅଞ୍ଚଳବାସୀ ସ୍ତବ୍ଧ ହୋଇଛନ୍ତି।
Related Posts
୩ ମୃତ ବିଦେଶୀ ପକ୍ଷୀ ସହିତ ୨ ଶିକାରୀ ଗିରଫ
20 March 2023
ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20 March 2023