Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୃତୀୟ ଟେଷ୍ଟରୁ ବାଦ୍‌ ପଡିବେ ଜାଡେଜା, ଫେରିବେ ଅଶ୍ବିନ ! ଏମିତି ହୋଇପାରେ ଭାରତର ପ୍ଲେଇଂ ଇଲେଭେନ୍

24/08/2021 at 5:57 PM

ଲିଡ୍‌ସ ୨୪/୦୮ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ଲିଡ୍‌ସରେ ଖେଳାଯିବ ତୃତୀୟ ଟେଷ୍ଟ ମ୍ୟାଚ୍‌ । ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ପ୍ରଥମ ଟେଷ୍ଟ ବ୍ରିସ୍‌ବେନ୍‌ରେ ଖେଳାଯାଇଥିବା ବେଳେ ତାହା ଡ୍ର ରହିଥିଲା । ପ୍ରଥମ ଟେଷ୍ଟରେ ଭାରତ ବିଜୟର ନିକଟତର ହୋଇଥିଲେ ସୁଦ୍ଧା ବର୍ଷା ସାଜିଥିଲା ବାଧକ । ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ତେଣୁ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପାଇଁ ଭାରତର ମନୋବଳ ଦୃଢ ରହିଛି ।

Ravindra Jadeja
Aajtak

ସବୁଠାରୁ ବଡ କଥା ହେଉଛି ତୃତୀୟ ଟେଷ୍ଟ ପାଇଁ ଲିଡ୍‌ସରେ ଭାରତର ପ୍ଳେଇଂ ଇଲେଭେନ୍‌ କଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବ ୨ ଟେଷ୍ଟ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ତେଣୁ ତୃତୀୟ ଟେଷ୍ଟରେ ଟିମରେ ଅଦଳବଦଳ ଆଶା କମ ରହିଛି ।

ପ୍ରଥମ ୨ ମ୍ୟାଚରେ ଖାସ୍‌ ବୋଲିଂ ପ୍ରଦର୍ଶନ କରିନଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବାଦ୍‌ ଦିଆଯାଇପାରେ । ଲର୍ଡସ୍‌ ଟେଷ୍ଟରେ ଗୋଟିଏ ବି ଓ୍ବିକେଟ ନେବାକୁ ସକ୍ଷମ ହୋଇନଥିଲେ  ଜାଡେଜା । କିନ୍ତୁ ବ୍ୟାଟିଂରେ ତାଙ୍କର ପ୍ରଦର୍ଶନ ଭଲ ରହିଛି । ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଜାଡେଜା ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ । ପ୍ରଥମ ଟେଷ୍ଟ​‌ରେ ୧୬ ଓଭର ବୋଲିଂ କରିଥିବା ଜାଡେଜା ଗୋଟିଏ ବି ଓ୍ବିକେଟ ନେଇପାରିନଥିଲେ । ସେହିଭଳି ଦ୍ବିତୀୟ ଟେଷ୍ଟରେ ସେ ୨୮ ଓଭର ବୋଲିଂ କରି ୪୮ ରନ ବ୍ୟୟ କରିଥିଲେ । ଇଂଲିସ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେବାରେ ବିଫଳ ହୋଇଥିଲେ ଜାଡେଜା । ଅନ୍ୟପଟେ ଇଂଲଣ୍ଡ ସ୍ପିନର ମୋଇନ ଅଲ୍ଲୀ ୩ଟି ଓ୍ବିକେଟ ନେବା​‌କୁ ସଫଳ ହୋଇଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ତୃତୀୟ ଟେଷ୍ଟରୁ ବାଦ ପଡିପାରନ୍ତି ରବୀନ୍ଦ୍ର ଜାଡେଜା ।

Ravindra Jadeja
Aajtak

ଜାଡେଜାଙ୍କ ବଦଳରେ ତୃତୀୟ ଟେଷ୍ଟରେ ରବୀଚନ୍ଦ୍ରନ ଅଶ୍ବିନଙ୍କୁ ଦଳରେ ସାମିଲ କରାଯାଇପାରେ । ଯଦି ଅଶ୍ବିନ ତୃତୀୟ ମ୍ୟାଚରେ ସାମିଲ ହୁଅନ୍ତି ତେବେ ଚଳିତ ଇଂଲଣ୍ଡ ସିରିଜରେ ଏହା ତାଙ୍କର ପ୍ରଥମ ମ୍ୟାଚ୍ ହେବ । ଇଂଲଣ୍ଡ ବିରୁଦ୍ଧରେ ଅଶ୍ବିନଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଚଳିତ ବର୍ଷ ଆରମ୍ଭରୁ ଇଂଲଣ୍ଡ ଟିମର ଭାରତ ଗସ୍ତ ସମୟରେ ଚମତ୍କାର ବୋଲିଂ କରିଥିଲେ ଅଶ୍ବିନ । ଇଂଲଣ୍ଡ ବିପକ୍ଷ ପୁରା ସିରିଜରେ ମୋଟ ୩୨ଟି ଓ୍ବିକେଟ ନେଇଥିଲେ । କିନ୍ତୁ ଇଂଲଣ୍ଡ ପିଚ୍‌ ଭାରତ ପିଚ୍‌ ଠାରୁ ଭିନ୍ନ ହୋଇଥିବାରୁ ସୁଯୋଗ ମିଳିଲେ ଅଶ୍ବିନୀ କମାଲ କରିପାରିବେ କି ନାହିଁ ତାହା ଉପରେ ନଜର ରହିବ ।

R Ashwin

ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍‌ : ଲୋକେସ୍‌ ରାହୁଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଆର୍‌ ଅଶ୍ୱିନ, ଜଶପ୍ରୀତ ବୁମ୍‌ରାହ, ମହମ୍ମଦ ସାମି, ମହମ୍ମଦ ସୀରାଜ ଏବଂ ଇଶାନ୍ତ ଶର୍ମା

team india

   Related Posts