ପାଟନା ୦୭।୧୧ : ଆଜି ବିହାରରେ ଶେଷ ପର୍ଯ୍ୟାୟ ଭୋଟ୍ । ୭୮ ଆସନ ପାଇଁ ମତଦାନ କରିବେ ୨ କୋଟି ୩୫ ଲକ୍ଷ ମତଦାତା । ୧ ହଜାର ୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବା ବେଳେ, ସେଥି ମଧ୍ୟରେ ୧୧୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।
wp:html/wp:htmlVoting for the third phase of #BiharElections is underway; visuals from polling stations in Darbhanga (pic 1 & 2) and Araria (pic 3 & 4). pic.twitter.com/z0F2ySS6C8
— ANI (@ANI) November 7, 2020
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୩ ହଜାର ୭୮୨ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ହେଉଛି । କିଷନଗଞ୍ଜ, କଟିହାର, ମାଧେପୁର ଏବଂ ସପୌଲ ଆଦି ୧୫ ଜିଲ୍ଲାରେ ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି ଭୋଟର୍ । ସେପଟେ ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଉପନିର୍ବାଚନ ହେବ । ନଭେମ୍ବର ୧୦ରେ ସ୍ପଷ୍ଟ ହେବ କିଏ ଗଢ଼ିବ ସରକାର । ବିହାର ଭୋଟର୍ ପୁଣି ଏନ୍.ଡି.ଏ ମେଣ୍ଟର ନୀତୀଶ ସରକାରଙ୍କୁ ଚାହୁଁଛନ୍ତି ,ନା’ ଆର୍.ଜେ.ଡି ମହାମେଣ୍ଟର ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହେବ ।
ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନୀତିଶ କୁମାର ଏହା ତାଙ୍କର ଶେଷ ନିର୍ବାଚନ ବୋଲି ଘୋଷଣା କରିଥିଲେ । ଯାହାକୁ ନେଇ ବିହାର ରାଜନୀତିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଉଭୟ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ତେବେ ଆଗାମୀ ୧୦ରେ ସ୍ପଷ୍ଟ ହେବ । ବିହାରରେ କାହାର ହେବ ରାଜତିଲକ ।