suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ୧୫ ଦିନରେ ତୃତୀୟ ଘଟଣା

23/01/2023 at 10:03 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଘଟଣା ଥମିବାର ନାଁ ଧରୁ ନାହିଁ । ସୋମବାର ଏଠାରେ ତୃତୀୟ ଥର ପାଇଁ ଏହିପରି ମାମଲା ସାମନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟରେ ୧୫ ଦିନ ଭିତରେ ତୃତୀୟ ମନ୍ଦିରରେ ଭଙ୍ଗାରୁଜା ମାମଲା ସାମନାକୁ ଆସିଛି । ମେଲବର୍ଣ୍ଣର ଅଲବର୍ଟ ପାର୍କରେ ଇସ୍କନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେମାନଙ୍କ କହିବା ଅନୁସାରେ ମନ୍ଦିର ପରିସରରେ ଭଙ୍ଗାରୁଜା କରାଯାଇଛି ଏବଂ କାନ୍ଥ ଗୁଡିକରେ ହିନ୍ଦୁସ୍ତାନ ମୁର୍ଦାବାଦ ଲେଖା ଯାଇଛି । ତେବେ ଏହି ଘଟଣା ପଛରେ ଖାଲିସ୍ତାନୀ ସମର୍ଥକଙ୍କ ହାତ ଥିବା କୁହାଯାଉଛି ।

ଇସ୍କନ ମନ୍ଦିର ପରିଚାଳନାର କମିଟିର ଜଣେ ସଦସ୍ୟ ଭକ୍ତ ଦାସ କହିଛନ୍ତି, ‘ଆମେ ଏହି ଘଟଣାରେ ଆଶ୍ଚର୍ଯ୍ୟ ହେବା ସହ ରାଗରେ ଅଛୁ । ଆମ ପୂଜା ସ୍ଥଳୀର ଅପମାନ କରାଯାଇଛି । ଭିକ୍ଟୋରିଆ ପୋଲିସରେ ଏହା ଉପରେ ଅଭିଯୋଗ କରାଯାଇଛି’। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଅପରାଧିଙ୍କୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ।

ଏହା ପୂର୍ବରୁ ଜାନୁଆରୀ ୧୬ରେ ଖାଲିସ୍ତାନୀ ସମର୍ଥକ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରରେ ଭାରତ ବିରୋଧୀ ନାରା ଲେଖଥିଲେ ଏବଂ ମନ୍ଦିରକୁ କ୍ଷତି ପହଞ୍ଚାଇଥିଲେ । ଭିକ୍ଟୋବର ରାଜ୍ୟରେ ସପ୍ତାହ ମଧ୍ୟରେ ହିନ୍ଦୁ ମନ୍ଦିରଙ୍କୁ କ୍ଷତି ପହଞ୍ଚିବାର ଏହା ଦ୍ୱିତୀୟ ଘଟଣା ଥିଲା । ଜାନୁଆରୀ ୧୨ରେ ମେଲବର୍ଣ୍ଣ ସ୍ଥିତ ସ୍ୱାମୀନାରାୟଣ ମନ୍ଦିରରେ ଭାରତ ବିରୋଧୀ ବିଷୟ ଲେଖାଯିବା ସହ ସେଠାରେ ମନ୍ଦିରକୁ କ୍ଷତି ପହଞ୍ଚା ଯାଇଥିଲା । ଏହି ଦୁଇ ଘଟଣା ପରେ ଏହା ଉପରେ ତଦନ୍ତ କରିବା ଅଷ୍ଟ୍ରେଲିଆକୁ ଭାରତ ଅପିଲ୍ କରିଥିଲା ।

ଅନ୍ୟପଟେ ସୋମବାର ଘଟଣା ଉପରେ ସଂସଦର ଫେଡରଲ ସଦସ୍ୟ ଯୋଶ ବର୍ଣ୍ଣ କହିଛନ୍ତି, ‘ଅଲବର୍ଟ ପାର୍କରେ ହରେ କୃଷ୍ଣ ମନ୍ଦିରରେ ଘୃଣ୍ୟ ଆକ୍ରମଣ ବିଷୟରେ ଜାଣି ସ୍ପବ୍ଧ ହୋଇଛି । ନିକଟ ଅତୀତରେ ମେଲବର୍ଣ୍ଣରେ ହିନ୍ଦୁଙ୍କ ପୂଜାସ୍ଥଳୀ ବିରୋଧରେ ବର୍ବରତାର ଏହି ତୃତୀୟ ଘଟଣା’।   

   Related Posts