ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ପଡିଲା ମହଙ୍ଗା, ବଦଳିଲେ ଏଏସ୍‌ଆଇ

Published By : Prameya-News7 Bureau | November 24, 2022 IST

ରାଉରକେଲା: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଏଏସଆଇଙ୍କୁ ପଡିଲା ମହଙ୍ଗା। ଘଟଣାରେ ସମ୍ପୃକ୍ତ ଏଏସ୍‌ଆଇ ସୁଶାନ୍ତ ପାତ୍ରଙ୍କୁ ଥାନାରୁ ହଟାଇ ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି । ଏ ନେଇ ଡିଆଇଜିଙ୍କ କାର୍ଯ୍ୟାଳୟରୁ ଏକ ନିର୍ଦ୍ଦେଶନାମା ଜାରି କର।ଯାଇଛି । ଏଏସ୍‌ଆଇ ସୁଶାନ୍ତଙ୍କୁ ହାତିବାରୀ ଥାନାରୁ ସୁନ୍ଦରଗଡ଼ ରିଜର୍ଭକୁ ବଦଳି କର।ଯାଇଛି । ନିର୍ଦ୍ଦେଶନାମା ତୁରନ୍ତ ଲାଗୁ କରାଯିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର ।

ସୂଚନାଯୋଗ୍ୟ, ଚଳିତ ମାସ ୧୮ତାରିଖ ସନ୍ଧ୍ୟାରେ ଆଦିତ୍ୟ ଦୁଗ୍‌ଧ ଆଣିବାକୁ ହାତିବାରୀ ବଜାରକୁ ଯାଇଥିଲେ । ସେଠାରୁ ସେ ନିଜ ବାଇକ ଯାଗେ ଫେରୁଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ କାର ଲାଇଟ ତାଙ୍କ ଆଖିରେ ପଡିବାରୁ ସେ ଦେଖି ପାରି ନ ଥିଲେ । ଫଳରେ ଉକ୍ତ କାର ସହିତ ତାଙ୍କ ବାଇକର ଧକ୍କା ହୋଇ ଯାଇଥିଲା । ଏହାକୁ ନେଇ କାର ଚାଳକ ଓ ତାଙ୍କ ମଧ୍ୟରେ ଯୁକ୍ତିତର୍କ ହାଇଥିଲା । ସେହି ସମୟରେ ଜଣେ ବ୍ୟକ୍ତି ଆସି ଆଦିତ୍ୟଙ୍କୁ ଗାଳି ଦେବା ସହ ଧକ୍କା ମାରିଥିଲେ । ଆଦିତ୍ୟ ଉକ୍ତ ବ୍ୟକ୍ତିଙ୍କୁ ଆମ ଝମେଲାରେ ଆପଣ ପଡନ୍ତୁ ନାହିଁ ବୋଲି କହିଥିଲେ । ଏହା ଶୁଣି ଉକ୍ତ ବ୍ୟକ୍ତି ଜଣଙ୍କ ଆଦିତ୍ୟଙ୍କୁ ଥାନାକୁ ନେଇ ଯାଇଥିଲେ ।

ସେଠାରେ ଆଦିତ୍ୟ ଜାଣିବାକୁ ପାଇଥିଲେ ଯେ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାର ଜଣେ ଅଧିକାରୀ ଅଟନ୍ତି ଓ ତାଙ୍କ ନାମ ସୁଶାନ୍ତ ପାତ୍ର । ସୁଶାନ୍ତ ଥାନା ଭିତରେ ଆଦିତ୍ୟଙ୍କୁ ଏକ ପାଇପ୍‌ ଯୋଗ ମାଡ ମାରିଥିଲେ । ଯାହାର ଚିହ୍ନ ଏବେ ବି ତାଙ୍କ ଶରୀରରେ ଅଛି । ଖାଲି ସେତିକି ନୁହେଁ ସୁଶାନ୍ତ, ଆଦିତ୍ୟଙ୍କ ଗୁପ୍ତାଙ୍ଗକୁ ମଧ୍ୟ ଗୋଇଠା ମାରିଥିଲେ । ଆଦିତ୍ୟଙ୍କ ପତ୍ନୀ ପ୍ରିୟା ଓ ଶାଶୁ ପଦ୍ମିନୀ ଯେତେ ଗୁହାରି କରିଥିଲେ ମଧ୍ୟ ସୁଶାନ୍ତ ଓ ଥାନା ଅଧିକାରୀ ତାଙ୍କ କଥା ଶୁଣି ନଥିଲେ। ୧୯ ତାରିଖ ସକାଳେ ପୁଲିସ ଆଦିତ୍ୟଙ୍କୁ ଛାଡିବା ପରେ ତାଙ୍କ ପରିବାର ଲାକେ ତାଙ୍କୁ ଚିକିତ୍ସା ପାଇଁ ଆରଜିଏଚ୍‌ ଆଣିଥିଲେ । ଆଦିତ୍ୟ ସେଠାରେ ଭର୍ତ୍ତି ହୋଇ ଚିକିତ୍ସା ହେବା ପରେ ୨୧ତାରିଖରେ ଡିସଚାର୍ଜ ହାଇଥିଲେ । ଆଜି ତାଙ୍କ ଗୁପ୍ତାଙ୍ଗରେ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା ପାଇଁ ଆରଜିଏଚ ଆସିଥିଲେ ।

ଆଇନଜୀବୀ ସଦାନନ୍ଦ ସାହୁ କହିଛନ୍ତି ଯେ , ଯଦି ଆଦିତ୍ୟ କୌଣସି ଭୁଲ କରିଥିଲେ ତେବେ ଆଇନ ଅନୁଯାୟୀ ତାଙ୍କୁ ଦଣ୍ଡିତ କରିବା ଉଚିତ ଥିଲା । କିନ୍ତୁ ପୁଲିସ୍‌ ତାଙ୍କୁ ଥାନା ଭିତରେ ଥାର୍ଡ ଡିଗ୍ରୀ ଦେଇଛନ୍ତି । ଏଣୁ ଏହି ଘଟଣାର ତଦନ୍ତ ହେବା ଉଚିତ । ଯେହେତୁ ଆଦିତ୍ୟ ତାଙ୍କ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଏଣୁ ତାଙ୍କୁ କ୍ଷତିପୂରଣ ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ଉଚିତ । ଏ ନେଇ ବୁଧବାର ଆଦିତ୍ୟ ବୀରମିତ୍ରପୁର ଏସ୍‌ଡିପିଓ ମାନସ ପ୍ରଧାନଙ୍କ ନିକଟରେ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.