ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଠିକାଦାରଙ୍କୁ ଗୋଡେଇ ଗୋଡେଇ ହାଣି ଦୁର୍ବୁତ୍ତ, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

6/03/2020 at 8:12 PM

ନୀଳଗିରି ୦୬।୦୩ : ଠିକାଦାରଙ୍କୁ ଭୁଜାଲିରେ ଆକ୍ରମଣ । ବାଲେଶ୍ବର ଜିଲ୍ଲା ନିଳଗିରି ଥାନା  ଈଶ୍ୱରପୁର ଫାଣ୍ଡି ସମ୍ମୁଖରେ ଘିଟିଛି ଘଟଣା । ଆହତ ଠିକାଦାର ସୀତାନାଥ ପୋଥାଳ । ସେ ଗୁରୁତର ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ କୌଣସି କାମକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଯୁକ୍ତିତର୍କ ହୋଇଥିଲା । ତେବେ ଯୁକ୍ତିତର୍କ ଏତେ ପରିମାଣର ଥିଲା ଯେ ଠିକାଦାରଙ୍କୁ ଆକ୍ରମଣ କରାଯାଇଥିଲା। ଭୂଜାଲିରେ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେ ନିକଟରେ ଥିବା ଫାଣ୍ଡିକୁ ଦୌଡିଯାଇଥିଲା । କିନ୍ତୁ ଫାଣ୍ଡିରେ ପହଞ୍ଚିବା ପୂର୍ବରୁ  ତାଙ୍କୁ ଛଅ ରୁ ଅଧିକ ଜଣ ମିଶି ଆକ୍ରମଣ କରିଥିବା ସୂଚନା ମିଳିଛି। ଭୂଜାଲିରେ ଆକ୍ରମଣରେ ସୀତାନାଥ ମୁଣ୍ଡ ଓ ବେକରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts