ଗାଡି ନୁହେଁ ଏବେ ଚକ ଟାର୍ଗେଟ : ପାର୍କିଂରେ ଥିବା କାରର ଚକ ଖୋଲିନେଲେ ଲୁଟେରା

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩/୧୨ : ରାଜଧାନୀ ଦିଲ୍ଲୀରେ ଚୋରମାନଙ୍କ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । କାଲାକାଜୀ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ପାର୍କିଂରେ ଥୁଆହୋଇଥିବା ଏକ କାରର ୪ଟି ଯାକ ଚକକୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି । ବର୍ତ୍ତମାନ ସ୍ଥାନୀୟ ପୋଲିସ ଆଖ ପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଜରିଆରେ ତଦନ୍ତ ଆରମ୍ଭ କରିଛି ।

ଦକ୍ଷିଣ-ପୂର୍ବର ଦିଲ୍ଲୀର କାଲକାଜୀ ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ପୋଲିସ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ପାର୍କିଂରେ ଥୁଆ ହୋଇଥିବା କାରର ଚାରିଟି ଯାକ ଚକ ଲୁଟ କରିନେଇଛନ୍ତି ଲୁଟେରା । ଏହି ଖବର ପ୍ରସାରଣ ହେବା ପ​‌ରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଧରିଛି । କାଲକାଜୀରେ ରହୁଥିବା କମଳଜୀତ ନାମକ ଜଣେ ବ୍ୟକ୍ତି ତାଙ୍କର ହୋଣ୍ଡା ଭେନ୍ୟୁ କାରକୁ ସବୁଦିନ ଭଳି ଏମ୍ ବ୍ଲକ୍ ମାକେର୍ଟ ପାର୍କିଂରେ ରଖିଥିଲେ । କିନ୍ତୁ ସକାଳୁ କାରର ଚକ ନଥିବା ଦେଖିବାକୁ ପାଇଥିଲେ ।

ତେବେ କମଳଜୀତ ଏବାବଦରେ ଥାନାରେ ମାମଲା ରୁଜୁ କରିଥିଲେ । ସ୍ଥାନୀୟ ପୋଲିସ  ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହିତ ଆଖପାଖରେ ଲାଗିଥିବା ସିସିଟିଭିକୁ ଛାନଭିନ୍ କରୁଛି । ସେଠାରେ ରହୁଥିବା ଅନ୍ତେବାସୀମାନେ କହିଛନ୍ତି ଯେ, ଏହି ଘଟଣା ପ୍ରଥମ ଥର ଘଟିନି ବରଂ ପୂର୍ବରୁ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.